Advertisment

ଇଡିରେ ହାଜର ହେଲେନି, କିନ୍ତୁ ମଧ୍ୟପ୍ରଦେଶରେ ରାଜନୀତିକ ପ୍ରଚାର କଲେ କେଜ୍ରିୱାଲ

ତାଙ୍କୁ ହାଜର ହେବାକୁ ସମନ ହୋଇଥିଲା ବେଳେ ସେ ଆଜି ଇଡି ଅଫିସକୁ ଯାଇ ନଥିଲେ। ଇଡି ଅଫିସ ଯିବା ବଦଳରେ ସେ ଆଜି ମଧ୍ୟପ୍ରଦେଶ ଯାଇ ନିଜ ଦଳ ଆପର ପ୍ରଚାର କରିଛନ୍ତି।

aap

aap

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ କରିଥିଲେ ହେଁ ସେ ଆଜି ହାଜର ହୋଇ ନାହାନ୍ତି। ଇଡିର ସମନକୁ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ କହୁଥିବା କେଜ୍ରିୱାଲ ଏହାକୁ ପ୍ରତ୍ୟାହାର କରିବାକୁ ଚିଠି ଲେଖିଛନ୍ତି।

Advertisment

ତାଙ୍କୁ ହାଜର ହେବାକୁ ସମନ ହୋଇଥିଲା ବେଳେ ସେ ଆଜି ଇଡି ଅଫିସକୁ ଯାଇ ନଥିଲେ। ଇଡି ଅଫିସ ଯିବା ବଦଳରେ ସେ ଆଜି ମଧ୍ୟପ୍ରଦେଶ ଯାଇ ନିଜ ଦଳ ଆପର ପ୍ରଚାର କରିଛନ୍ତି।

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କେଜ୍ରିୱାଲ ଆଜି ରୋଡ ଶୋ’ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ମଧ୍ୟପ୍ରଦେଶରେ ମଧ୍ୟ ଇଡିର ସମନ କଥା ଉଠାଇ କେନ୍ଦ୍ର ଓ ରାଜ୍ୟରେ କ୍ଷମିତାରେ ଥିବା ବିଜେପିକୁ ଟାର୍ଗେଟ କରିଛନ୍ତି।

Advertisment

ନିଜର ସମର୍ଥକମାନଙ୍କୁ ସମ୍ବୋଧନ କରି ସେ ଇମୋସନାଲ କାର୍ଡ ଖେଳିଛନ୍ତି। ସେ କହିଛନ୍ତି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ରେଜଲ୍ଟ ଘୋଷଣା ହେବା ବେଳକୁ ସେ ଜେଲରେ ଥିବେ କି ବାହାରେ ଥିବେ, ସେକଥା ଜାଣି ନାହାନ୍ତି।

କେଜ୍ରିୱାଲ କହିଛନ୍ତି, “ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ରେଜଲ୍ଟ ଘୋଷଣା ହେବା ବେଳକୁ ମୁଁ ଜେଲରେ ଥିବି କି ଜେଲ ବାହାରେ ଥିବି, ସେକଥା ଜାଣିନି। କିନ୍ତୁ ମୁଁ ଜେଲ ଯିବାକୁ ଆଦୌ ଡରୁ ନାହିଁ। ଦିଲ୍ଲୀ ଓ ପଞ୍ଜାବର ଲୋକମାନେ ଯେଉଁଭଳି କରିଶ୍ମା ଦେଖାଇଥିଲେ, ଆଗାମୀ ଦିନରେ ମଧ୍ୟପ୍ରଦେଶବାସୀ ମଧ୍ୟ ସେମିତି କିଛି କରିବେ।

ମୁଁ ଜେଲରେ ଥିବି କି ଆଉ କେଉଁଠି ଥିବି, ସେକଥା ଜାଣିନି। କିନ୍ତୁ ସମସ୍ତେ କହିବେ ଅରବିନ୍ଦ କେଜ୍ରିୱାଲ ସିଙ୍ଘରୌଲି ଆସିଥିଲେ। ଆମେ ତାଙ୍କୁ ଐତିହାସିକ ବିଜୟ ଭେଟି ଦେଇଛୁ।

ଦିଲ୍ଲୀରେ ସେମାନେ ମୋରେ ଗିରଫ କରିବେ ବୋଲି ପ୍ରତିଦିନ ଧମକ ଦେଉଛନ୍ତି। ଆପଣ କେଜ୍ରିୱାଲଙ୍କ ଶରୀରକୁ ଗିରଫ କରିପାରିବେ। କିନ୍ତୁ ତାଙ୍କ ଚିନ୍ତାଧାରକୁ କେମିତି ଗିରଫ କରିବେ? ଆପଣ କେମିତି ଲକ୍ଷଲକ୍ଷ କେଜ୍ରିୱାଲଙ୍କୁ ଗିରଫ କରିବେ? ଆପଣ ୧୦ ବର୍ଷ ହେଲା କ୍ଷମତାରେ ଅଛନ୍ତି। ଏବେ ପ୍ରତିଟି ପିଲା ପଚାରୁଛନ୍ତି ଯେ ଆପଣ କେତତୋଟି ସ୍କୁଲ ଦେଶରେ ତିଆରି କରିଛନ୍ତି? କେତେ ଜଣଙ୍କ ମୁହଁ ଆପଣ ବନ୍ଦ କରିବେ?

ଆମେ ଆନ୍ନାଙ୍କ ଆନ୍ଦୋଳନରୁ ଜନ୍ମ ନେଇଛୁ। ମୁଁ, ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦି୍ରା ରାମଲୀଲା ମୈଦାନରେ ବସୁଥିଲୁ। ଆପଣ ଆମ ମାନଙ୍କୁ ଗିରଫ କରିପାରିବେ। କିନ୍ତୁ ଆପଣ ରାମଲୀଲା ମୈଦାନକୁ ଆସୁଥିବା ଲକ୍ଷାଧିକ ଲୋକଙ୍କୁ କେମିତି ଗିରଫ କରିବେ? କେଜ୍ରିୱାଲ ଜେଲ ଯିବାକୁ କେବେ ବି ଭୟ କରେ ନାହିଁ।”

ଅବକାରୀ ନୀତି ଘଟଣାରେ ଇଡି ଓ ସିବିଆଇ ଏକାଧିକ ଆପ୍‌ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଜୈନ ଦୀର୍ଘ ଦିନ ଜେଲରେ ରହିବା ପରେ ଏବେ ଜାମିନ ପାଇଛନ୍ତି। କିନ୍ତୁ ସିସୋଦିଆ ଓ ଆପ ସାଂସଦ ସଞ୍ଜୟ ସିଂହ ଏବେ ବି ଜେଲରେ ଅଛନ୍ତି। ସେହିପରି ଆପ୍‌ର ଏକାଧିକ ନେତା ଓ ମନ୍ତ୍ରୀଙ୍କ ଘରେ ମଧ୍ୟ ଇଡି ରେଡ କରୁଛି। ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଏପରି ମତ ରଖିଛନ୍ତି।

Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe