Advertisment

ଇଡି ହେପାଜତରେ ଥାଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଲେ କେଜ୍ରିୱାଲ

ଦିଲ୍ଲୀବାସୀଙ୍କ ପାଣି ସଙ୍କଟ ଦୂର କରିବାକୁ ମନ୍ତ୍ରଣାଳୟକୁ ଦେଲେ ଆଦେଶ।

author-image
Debibandita Barick
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଖରାଦିନ ଆସୁଥିବାରୁ ଲୋକଙ୍କ ପାଣି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି। ଇଡି ହେପାଜତରେ ଥାଇ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି କେଜ୍ରିୱାଲ।

Advertisment

ସୂଚନା ଅନୁସାରେ, କେଜ୍ରିୱାଲ ଇଡି ହେପାଜତରେ ଥାଇ ଜଳ ମନ୍ତ୍ରଣାଳୟକୁ ଏକ ନିର୍ଦ୍ଦେଶନାମା ପଠାଇଛନ୍ତି। ସେ ଏକ ଲେଖା ମାଧ୍ୟମନରେ ଦିଲ୍ଲୀବାସୀଙ୍କ ଜଳ ସମସ୍ୟାର ସମାଧାନ କରିବାକୁ ମନ୍ତ୍ରଣାଳୟକୁ ଆଦେଶ ଦେଇଛନ୍ତି। ଖରାଦିନ ଆସୁଛି, ଯେପରି କେହି ବି ପାଣି ଅଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଅଧିକ ଟ୍ୟାଙ୍କର ବିନିଯୋଗ କରିବାକୁ କହିଛନ୍ତି କେଜ୍ରିୱାଲ। 

ଦିଲ୍ଲୀ ମନ୍ତ୍ରୀ ଆତିଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଅରବିନ୍ଦ କେଜ୍ରିୱାଲ ଦେଇଥିବା ଆଦେଶ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, "ଇଡି ହେପାଜତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସହରର କେତେକ ଅଞ୍ଚଳରେ ଜଳ ଓ ସ୍ୱେରେଜ୍ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଜଳ ଅଭାବ ଦେଖାଦେଇଥିବା ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ପାଣି ଟ୍ୟାଙ୍କର ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।"

Advertisment

ସେ ଆହୁରି କହିଛନ୍ତି, "ଏଭଳି ପରିସ୍ଥିତିରେ ସେ ନିଜ ବିଷୟରେ ଚିନ୍ତା କରୁନାହାନ୍ତି, ସେ ଦିଲ୍ଲୀବାସୀ ଏବଂ ସେମାନଙ୍କ ସମସ୍ୟା କଥା ଭାବୁଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଲୋକଙ୍କ କାର୍ଯ୍ୟକୁ ବନ୍ଦ କରିପାରିବନି।"

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ। ଇଡି ତାଙ୍କୁ ୭ ଦିନିଆ ନ୍ୟାୟିକ ହେପାଜତକୁ ନେଇଛି। ସେ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ। ଭାରତୀୟ ରାଜନୀତି ଇତିହାସରେ ସେ ପ୍ରଥମ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହୋଇଛନ୍ତି। ଗିରଫଦାରୀ ପରେ ବି କେଜ୍ରିୱାଲ ଇସ୍ତଫା ଦେଇନାହାନ୍ତି। ଇସ୍ତଫା ନ ଦେଇ ଜେଲରୁ କାର୍ଯ୍ୟ କରିବି ବୋଲି କହିଛନ୍ତି କେଜ୍ରିୱାଲ। 

Arvind Kejriwal Enforcement Directorate Delhi Liquor Policy