Advertisment

ନ୍ୟାୟିକ ହେପାଜତ ଅବଧି ବୃଦ୍ଧି, ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ ଓ କେ କବିତା

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଉଭୟ ଗିରଫ ହୋଇ ତିହାର ଜେଲରେ ଅଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Arvind Kejriwal & K Kabitha

Arvind Kejriwal & K Kabitha

ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆରଏସ ନେତ୍ରୀ କେ କବିତା। ଉଭୟଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି କେଜ୍ରିୱାଲ ଓ କବିତା। ଆସନ୍ତା ୭ରେ ଉଭୟଙ୍କୁ କୋର୍ଟରେ ହାଜର କରାଯିବ।

Advertisment

ସୁପ୍ରିମକୋର୍ଟରେ ମଧ୍ୟ କେଜ୍ରିୱାଲଙ୍କ ଏକ ମାମଲା ବିଚାରଧୀନ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲ କରିଥିବା ଆବେଦନ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି। ଏପ୍ରିଲ ୧୫ରେ ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ତୁରନ୍ତ ଜାମିନ ଦେବାକୁ ମନା କରିଦେଇଥିଲେ। ଇଡି କେତେକ ପ୍ରଶ୍ନର ଜବାବ ଦାଖଲ କରିବା ପରେ ଏପ୍ରିଲ ୨୯ରେ ଏ ଉପରେ ପରବର୍ତ୍ତୀ ଶୁଣାଣି ହେବ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ ଓ କେ କବିତା ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। କିନ୍ତୁ ତଦନ୍ତକାରୀ ସଂସ୍ଥାର ଏହି କାର୍ଯ୍ୟାନୁଷ୍ଠାନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି। ଲୋକସଭା ନିର୍ବାଚନ ମଧ୍ୟରେ ତୁରନ୍ତ ଜାମିନ ପାଇଁ ଆବେଦନ କରି ଆସୁଥିଲେ ମଧ୍ୟ ତଳ କୋର୍ଟଠୁ ହାଇକୋର୍ଟଙ୍କ ପର୍ଯ୍ୟନ୍ତ ସବୁଠି ତାଙ୍କୁ ନିରାଶ ହେବାକୁ ପଡିଛି।

Advertisment

ବର୍ତ୍ତମାନ ନ୍ୟାୟିକ ହେପାଜତକୁ ଯାଇଥିବା ବେଳେ ଆସନ୍ତା ୨୯ରେ ସୁପ୍ରିମକୋର୍ଟରେ ଜାମିନ ଆବେଦନର ଶୁଣାଣି ରହିଛି। ତେବେ ନିର୍ବାଚନ ମଧ୍ୟରେ କେଜ୍ରିୱାଲଙ୍କୁ ଜାମିନ ମିଳୁଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର।  

Arvind Kejriwal Enforcement Directorate Delhi Liquor Policy Scam K Kabitha