Advertisment

ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ନେଇ ଆଶଙ୍କା ପ୍ରକାଶ କଲେ ଆପ୍ ନେତା।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିପାରେ ପୁଲିସ। ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ପରେ ବି ହାଜର ହୋଇନାହାନ୍ତି କେଜ୍ରିୱାଲ। ଏହି ମାମଲାରେ ଦିଲ୍ଲୀ ପୁଲିସ ଆଜି ତାଙ୍କୁ ଗିରଫ କରିପାରେ। ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ହୋଇପାରେ ବୋଲି ଆପ୍ ନେତାମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Advertisment

କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ ବୋଲି ମନା କରିବା ପରେ ଆପ୍ ନେତାମାନେ ଏପରି କହିଛନ୍ତି। ଗତକାଲି ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ମନ୍ତ୍ରୀ ଅତୀଶ ଏକ୍ସ ପୋଷ୍ଟରେ କହିଥିଲେ, "ଦିଲ୍ଲୀ ପୁଲିସ ଗୁରୁବାର ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଚଢାଉ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ହୋଇପାରନ୍ତି।"

ପାର୍ଟି(ଆପ୍) ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆଜି ସକାଳେ କେଜ୍ରିୱାଲଙ୍କ ବାସଭବନକୁ ସଂଯୋଗ କରୁଥିବା ରାସ୍ତାକୁ ଦିଲ୍ଲୀ ପୁଲିସ ଅବରୋଧ କରିଛି। 

Advertisment

ସୂଚନା ଅନୁସାରେ, ଇଡି ସମନକୁ ତୃତୀୟ ଥର ପାଇଁ ଫାଙ୍କି ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରି ସେ ଇଡି କାର୍ଯ୍ୟାଳୟରେ ହାଜର ହେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରି ଦେଇଛନ୍ତି। 2023, ନଭେମ୍ବର 2 ଏବଂ ଡିସେମ୍ବର 21ରେ ଇଡିରେ ହାଜର ହେବାକୁ ସମନ କରାଯାଇଥିଲା।

ଏହି ଦୁଇ ତାରିଖରେ କେଜ୍ରିୱାଲ ହାଜର ନ ହେବାରୁ ତାଙ୍କୁ ପୁନର୍ବାର 2024, ଜାନୁଆରୀ 3ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତୃତୀୟ ସମନକୁ ବି ଫାଙ୍କି ଦେଇଛନ୍ତି। ଆଜି ଦିଲ୍ଲୀ ପୁଲିସ କେଜ୍ରିୱାଲଙ୍କ ଘରେ ଚଢାଉ କରିପାରେ ବୋଲି ଆପ୍ ନେତାମାନେ କହିଛନ୍ତି।  

Arvind Kejriwal Ed AAP Enforcement Directorate Delhi Liquor Policy Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe