Advertisment

ଆପ୍‌କୁ ବଡ଼ ଝଟକା: ହାରିଗଲେ କେଜ୍ରିୱାଲ ଓ ମନୀଷ ସିସୋଦିଆ

ବିଜେପିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପ୍ରଭେଶ ବର୍ମା ଏଠାରେ ବିଜୟ ହୋଇଛନ୍ତି। ସେ କେଜ୍ରିୱାଲଙ୍କୁ ୧୯୦୦ରୁ ଅଧିକ ଭୋଟରେ ହରାଇ ଐତିହାସିକ ବିଜୟ ହାସଲ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Kejriwal

Kejriwal

ଦିଲ୍ଲୀରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଥିବା ଆପ୍‌କୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରେ ପରାସ୍ତ ହୋଇଛନ୍ତି। ୨୦୧୩ରୁ ଏଠାରେ କେଜ୍ରିୱାଲ ଜିତି ଆସୁଥିବା ବେଳେ ତାଙ୍କୁ ପ୍ରଥମଥର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି।

Advertisment

ବିଜେପିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପ୍ରଭେଶ ବର୍ମା ଏଠାରେ ବିଜୟ ହୋଇଛନ୍ତି। ସେ କେଜ୍ରିୱାଲଙ୍କୁ ୧୯୦୦ରୁ ଅଧିକ ଭୋଟରେ ହରାଇ ଐତିହାସିକ ବିଜୟ ହାସଲ କରିଛନ୍ତି। ବିଜୟ ପରେ ସେ ସିଧା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଯାଇଛନ୍ତି। ସମ୍ଭବତଃ ପ୍ରଭେଶ ବର୍ମା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ନୂଆଦିଲ୍ଲୀ ଆସନରେ ପ୍ରଭେଶ ବର୍ମା ୨୪,୭୪୩ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି କେଜ୍ରିୱାଲଙ୍କୁ ୨୧,୫୬୧ ଖଣ୍ଡ ମିଳିଛି। କଂଗ୍ରେସର ସନ୍ଦୀପ ଦିକ୍ଷୀତ କେବଳ ୩୧୧୩ ଖଣ୍ଡ ଭୋଟ ପାଇଛନ୍ତି। 

ଅନ୍ୟପକ୍ଷରେ ମନୀଷ ସିସୋଦିଆ ମଧ୍ୟ ଜଙ୍ଗପୁରା ଆସନରେ ହାରି ଯାଇଛନ୍ତି। ୨୦୧୩ରୁ ସେ ପତପରଗଞ୍ଜ ଆସନରୁ ନିର୍ବାଚନ ଲଢ଼ିବା ସହ ବିଜୟୀ ହୋଇ ଆସୁଥିଲେ। କିନ୍ତୁ ଏଥର ସେ ଜଙ୍ଗପୁରା ଆସନରୁ ନିର୍ବାଚନ ଲଢ଼ିଥିଲେ। ଏଠାରେ ସେ ଜିତିବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କୁ ବିଜେପିର ତରବିନ୍ଦର ସିଂହ ମାରୱାଙ୍କ ଠାରୁ ହାରିବାକୁ ପଡ଼ିଛି। ଆପ୍‌ର ନମ୍ବର ୨ ସିସୋଦିଆଙ୍କ ପରାଜୟ ସହ ଦିଲ୍ଲୀ ଦଖଲର ଆଶା ମଧ୍ୟ ମଉଳି ଯାଇଛି। ସିସୋଦିଆ ୩୦,୭୨୪ ଖଣ୍ଡ ଭୋଟ ପାଇଥିବା ବେଳେ ତରବିନ୍ଦରଙ୍କୁ ୩୧,୫୯୩ ଖଣ୍ଡ ଭୋଟ ମିଳିଛି। 

Advertisment

ଅନ୍ୟପକ୍ଷରେ ସିସୋଦିଆଙ୍କ ପାରମ୍ପରିକ ପତପରଗୟଞ୍ଜରେ ଆପ୍‌ ଶିକ୍ଷାବିତ ଅବଧ ଓଝାଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ମଧ୍ୟ ପରାସ୍ତ ହୋଇଛନ୍ତି। ଚୂଡ଼ାନ୍ତ ରେଜଲ୍ଟ ବାହାରିବା ପୂର୍ବରୁ ଶ୍ରୀ ଓଝା ପରାଜୟର ସ୍ୱୀକାର କରିଛନ୍ତି। ଏଥିସହ ସେ ୫ ବର୍ଷ ପରେ ପୁଣି ଏଠାରେ ଲଢ଼ିବେ ବୋଲି କହିଛନ୍ତି।

Arvind Kejriwal Delhi Election