Advertisment

ଆପ୍‌ର ଆଶଙ୍କା: ଜେଲରେ ଥିବା କେଜ୍ରିୱାଲ କୋମାକୁ ଚାଲି ଯାଇପାରନ୍ତି

ଅରବିନ୍ଦ କେଜ୍ରିୱାଲ ଜେଲ୍‌ରେ ୮.୫ କେଜି ଓଜନ ହରାଇଥିବା ନେଇ ଦାବି କରିଥିବା ସଞ୍ଜୟ ସିଂହ କହିଛନ୍ତି, ଜଣେ ଅନ୍ତେବାସୀଙ୍କ ମେଡିକାଲ ରିପୋର୍ଟ ରିଲିଜ କରିବା ଓ ସେ କରୁଥିବା ଦାବି ସହ ଏକମତ ନ ହେବା ଭଳି ଅପରାଧ ତିହାର ଜେଲ କର୍ତ୍ତୃପକ୍ଷ କରିଛନ୍ତି।

author-image
Hemant Lenka
Arvind Kejriwal

Arvind Kejriwal

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଆଶଙ୍କା କରିଛି ଆପ୍‌। କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ବିଗିଡ଼ି ଯାଇଛି ଯେ ସେ କୋମାକୁ ଚାଲି ଯାଇପାରନ୍ତି ବୋଲି ଦଳ ଦାବି କରିଛି।

Advertisment

ଏଥିସହ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତିହାର ଜେଲ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟକୁ ମଧ୍ୟ ଆପ୍‌ ନେତା ସଞ୍ଜୟ ସିଂହ ତୀବ୍ର ସମାଲୋଚନା କରିଛନ୍ତି। କେଜ୍ରିୱାଲ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର ସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସ୍ୱାଭାବିକ ଭାବେ କାମ କରୁଥିବା ତିହାର ଜେଲ ପକ୍ଷରୁ କୁହାଯାଇଥିଲା।

ଅରବିନ୍ଦ କେଜ୍ରିୱାଲ ଜେଲ୍‌ରେ ୮.୫ କେଜି ଓଜନ ହରାଇଥିବା ନେଇ ଦାବି କରିଥିବା ସଞ୍ଜୟ ସିଂହ କହିଛନ୍ତି, ଜଣେ ଅନ୍ତେବାସୀଙ୍କ ମେଡିକାଲ ରିପୋର୍ଟ ରିଲିଜ କରିବା ଓ ସେ କରୁଥିବା ଦାବି ସହ ଏକମତ ନ ହେବା ଭଳି ଅପରାଧ ତିହାର ଜେଲ କର୍ତ୍ତୃପକ୍ଷ କରିଛନ୍ତି।

Advertisment

ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ଏମ୍ସର ଗୋଟିଏ ଡାକ୍ତରୀ ଟିମ କରୁଛନ୍ତି। ଯାଞ୍ଚରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ କେଜ୍ରିୱାଲଙ୍କ ଓଜନ ଦ୍ରୁତଗତିରେ ହ୍ରାସ ପାଉଛି ଓ ସେ hypoglycemiaରେ ପୀଡ଼ିତ। ତାଙ୍କ ରକ୍ତ ଶର୍କରା ୫୦mg/DLକୁ ୫ ଥର ଖସି ସାରିଲାଣି। ଏହାଦ୍ୱାରା ସେ କୋମାକୁ ଚାଲି ଯାଇ ପାରନ୍ତି କିମ୍ବା ତାଙ୍କର ମୃତ୍ୟୁ ହୋଇପାରେ।

କେଜ୍ରିୱାଲଙ୍କୁ ମୃତ୍ୟୁମୁଖକୁ ଠେଲି ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ଯେଉଁ ଦିନ ସେ ଗିରଫ ହେଲେ, ତାଙ୍କ ଓଜନ ୭୦ କେଜି ଥିଲା। ଇତି ମଧ୍ୟରେ ଏହା ୬୧.୫ କେଜିକୁ ଖସି ଆସିଛି। ପ୍ରଧାନମନ୍ତ୍ରୀ ମୋଦି(ନରେନ୍ଦ୍ର ମୋଦି)ଙ୍କୁ ମୁଁ ଅନୁରୋଧ କରୁଛି ଯେ ସେ କେଜ୍ରିୱାଲଙ୍କ ଜୀବନ ସହ ଖେଳନ୍ତୁ ନାହିଁ। ଯଦି କିଛି ଅଘଟଣ ଘଟିବ, ତା’ହେଲେ ଏହାର ଉତ୍ତର ପାଇବା କେନ୍ଦ୍ର ପକ୍ଷରେ ବହୁତ କଷ୍ଟକର ହୋଇଯିବ। ”

ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆପ୍‌ କରୁଥିବା ଦାବିକୁ ଏହା ପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। ଜେଲ କର୍ତ୍ତୃପକ୍ଷ କହିଥିଲେ ଯେ ଅନ୍ତେବାସୀ(କେଜ୍ରିୱାଲ)ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୈନିକ ଯାଞ୍ଚ କରାଯାଉଛି।

ଡାକ୍ତରୀ ଟିମ ତାଙ୍କୁ ନିୟମିତ ମେଡିସନ ଦେଉଛନ୍ତି। ଜେଲରେ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘରର ରନ୍ଧା ଖାଦ୍ୟ ଦିଆଯାଉଛି। ତାଙ୍କର ଓଜନ ସାମାନ୍ୟ ହ୍ରାସ ପାଇଥିଲେ ହେଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକ ସ୍ୱାଭାବିକ ରହିଛି।

Delhi Arvind Kejriwal