Advertisment

ଦିଲ୍ଲୀରେ କଂଗ୍ରେସକୁ ୩ ଲୋକସଭା ଆସନ ଛାଡ଼ିବାକୁ ଆପ୍‌ ରାଜି!

ନିକଟରେ ହୋଇଥିବା ଆଲୋଚନା ବେଳେ ଦିଲ୍ଲୀର ୭ ଲୋକସଭା ଆସନରୁ କ୍ଷମତାସୀନ ଆପ୍‌ ୩ଟି କଂଗ୍ରେସକୁ ଛାଡ଼ିବାକୁ ରାଜି ହୋଇଛି।

author-image
Hemant Lenka
Sharad Pawar

Sharad Pawar

ବିଜେପି ବିରୋଧରେ ଏକାଠି ଲଢ଼ିବାକୁ ପଣ କରିଥିବା ବିରୋଧୀ ଦଳଗୁଡ଼ିକ ଏବେ ସିଟ ଶେୟାରିଂ ଉପରେ ଆଲୋଚନା ଜାରି ରଖିଛନ୍ତି। ନିକଟରେ ହୋଇଥିବା ଆଲୋଚନା ବେଳେ ଦିଲ୍ଲୀର ୭ ଲୋକସଭା ଆସନରୁ କ୍ଷମତାସୀନ ଆପ୍‌ ୩ଟି କଂଗ୍ରେସକୁ ଛାଡ଼ିବାକୁ ରାଜି ହୋଇଛି। କଂଗ୍ରେସ ଦିଲ୍ଲୀର ୭ଟି ଆସନରୁ ୩ଟି ଓ ଆପ୍‌ ୪ଟି ଆସନରେ ଲଢ଼ିବ ବୋଲି ନିଷ୍ପତ୍ତି ହୋଇଥିବା ଏନସିପି ସୁପ୍ରିମୋ ଶରଦ ପାୱାର ସୂଚନା ଦେଇଛନ୍ତି।

Advertisment

ଗୋଟିଏ ଜାତୀୟ ଗଣମାଧ୍ୟମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶରଦ ପାୱାର କହିଛନ୍ତି, “ମୁଁ ଥରେ ଅରବିନ୍ଦ କେଜ୍ରିୱାଲଙ୍କ ସହ ଦିଲ୍ଲୀର ଲୋକସଭା ଆସନଗୁଡ଼ିକ ବିଷୟରେ କଥା ହୋଇଥିଲୀ। ଏଯାଏ କଂଗ୍ରେସ ଦିଲ୍ଲୀରେ ଶୂନ ଆସନରେ ରହିଛି। କେଜ୍ରିୱାଲ ମୋତେ କହିଥିଲେ ଯେ ମୁଁ ଦିଲ୍ଲୀର ୭ ଆସନ ସମ୍ପର୍କରେ କଂଗ୍ରେସ ସହ କଥା ହୁଏ। ଏହି ୭ ଆସନ ମଧ୍ୟରୁ ସେ(କେଜ୍ରିୱାଲ) ୩ଟି ଆସନ କଂଗ୍ରେସକୁ ଛାଡ଼ିବା ପାଇଁ ପ୍ରସ୍ତୁତ। ଏଥିସହ ସବୁ ପ୍ରସଙ୍ଗର ସମାଧାନ କରିବାକୁ ମଧ୍ୟ କହିଥିଲେ।” ୨୦୧୯ ସାଧାରଣ ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଲୋକସଭା ଆସନରେ ବିଜେପି ଜିତିଥିଲା।

ଶରଦ ପାୱାର ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିରୋଧୀ ଦଳର ନେତାଙ୍କ ଉପରେ କେନ୍ଦ୍ରୀୟ ଏଜେନ୍ସି କରୁଥିବା ରେଡ୍‌ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଯେମିତି ବିରୋଧୀ ବିଜେପି ବିରୋଧରେ ନ ଲଢ଼ିବେ, ସେଥିପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରାଯାଇଥିବା ଏନସିପି ସୁପ୍ରିମୋ ପାୱାର ଦାବି କରିଛନ୍ତି।

Advertisment

ଶରଦ ପାୱାର କହିଛନ୍ତି, “ରାଜନୀତି ଓ ଗଣତନ୍ତ୍ରରେ କେହି ବି କହି ପାରିବେ ନାହିଁ ଯେ ଏହା ଗୋଟିଏ ରାଜନୀତିକ ଦଳର ଶେଷ ଅବସ୍ଥା। ଜଣେ ହାରିପାରେ। କିନ୍ତୁ ପୁଣି ସେ ଆସିବ। ଅନେକ ରାଜନୀତିକ ଦଳକୁ ଆମେ ଦେଖିଛୁ, ଯେଉଁମାନେ ନିର୍ବାଚନରେ ହାରିଛନ୍ତି ଓ ପରବର୍ତ୍ତୀ ଅବସ୍ଥାରେ ପୁଣି କ୍ଷମତାକୁ ଫେରିଛନ୍ତି। ତେଣୁ ରାଜନୀତିକ ଓ ଗଣତନ୍ତ୍ରରେ ସବୁ ସମ୍ଭବ।”

ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ସେ ମତ ରଖି ତାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଯେକୌଣସି କାରଣ ପାଇଁ ହେଉ ପଛେ ୩ରୁ ୪ ବର୍ଷ ତଳେ କେହି ବି ରାହୁଲ ଗାନ୍ଧିଙ୍କୁ ଗୁରୁତ୍ୱର ସହ ନେଉ ନଥିଲେ। କିନ୍ତୁ ଏବେ ସେ ଯେଉଁଭଳି କାମ କରୁଛନ୍ତି ଓ ପୂରା ଭାରତକୁ ଯାତ୍ରା କରୁଛନ୍ତି, ସେଥିରୁ ସ୍ପଷ୍ଟ ହେଉଛି ଯେ ଆଜି କିମ୍ବା ଆସନ୍ତାକାଲି ସେ ଦେଶକୁ ଉପଯୁକ୍ତ ନେତୃତ୍ୱ ଦେବେ। ଏଥିସହ କଂଗ୍ରେସ ପୁଣି ଉତ୍ତର ପ୍ରଦେଶରେ ସବୁଠାରୁ ଶକ୍ତିଶାଳୀ ଦଳ ହୋଇ ଆସିବ।”

Congress Sharad Pawar AAP NCP