Advertisment

ଦଳ ଛାଡିଥିବା ନେତାଙ୍କ ଅଭିଯୋଗ, ଦିଲ୍ଲୀ କଂଗ୍ରେସକୁ ଜେଲରୁ ଚଳାଉଛନ୍ତି କେଜ୍ରିୱାଲ

କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ଦିଲ୍ଲୀ ବିଧାୟକଙ୍କ ଅଭିଯୋଗ ଦଳର ଏପରି ପରିସ୍ଥିତି ପାଇଁ ଆପ୍ ଦାୟୀ...

author-image
Debibandita Barick
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

କଂଗ୍ରେସରୁ ଇସ୍ତଫା ଦେବା ପରେ ବି ଦଳର ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି ଦିଲ୍ଲୀର ଦୁଇ ପୂର୍ବ ବିଧାୟକ ନସିବ ସିଂହ ଏବଂ ନୀରଜ ବସୋୟା। ଦଳ କାହିଁକି ଏଠାରେ ଦୁର୍ବଳ ପରିସ୍ଥିତିରେ ଅଛି ଏବଂ ଦଳ ଭିତରେ କଣ ଚାଲିଛି ତାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି। ଆପ୍ ପାଇଁ ଦିଲ୍ଲୀ କଂଗ୍ରେସ ପରିସ୍ଥିତି ଏପରି ହୋଇଛି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ କଂଗ୍ରେସକୁ ଚଳାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Advertisment

ଦଳ ଛାଡିଥିଲେ ବି କଂଗ୍ରେସକୁ କଡ଼ା ସମାଲୋଚନା କରୁଥିବା ଆପ୍ ସହ କାହିଁକି ମେଣ୍ଟ କରାଗଲା ବୋଲି ସେମାନେ ପଚାରିଛନ୍ତି। ଇସ୍ତଫା ଦେବା ବେଳେ ମଧ୍ୟ ଏହି କାରଣ ଦର୍ଶାଇଥିଲେ କଂଗ୍ରେସର ଦୁଇ ନେତା। ଆପ୍ ସହ କଂଗ୍ରେସର ଗଠବନ୍ଧନ କାରଣରୁ ସେମାନେ ଇସ୍ତଫା ଦେଇଥିବା କହିଥିଲେ। ବର୍ତ୍ତମାନ ପୁଣି ଏହି ପ୍ରସଙ୍ଗ ଉଠାଇ କେଜ୍ରିୱାଲ ଜେଲରୁ କଂଗ୍ରେସକୁ ଚଲାଉଛନ୍ତି ବୋଲି କହିଛନ୍ତି। 

ନସିବ ସିଂହ କହିଛନ୍ତି, "ଆଜି କଂଗ୍ରେସର ଯେଉଁ ଅବସ୍ଥା ହୋଇଛି ତାହା କେବଳ AAP କାରଣରୁ। ଆପ୍ ହିଁ ଦିଲ୍ଲୀର ଶୀଲା ଦୀକ୍ଷିତ ସରକାର ଏବଂ କେନ୍ଦ୍ରରେ ୟୁପିଏ ସରକାର ବିରୋଧରେ ମିଥ୍ୟା ପ୍ରଚାର କରିଥିଲା। ଆମେ ପ୍ରଥମରୁ ଆପ୍ ସହ ମେଣ୍ଟକୁ ବିରୋଧ କରି ଆସୁଥିଲୁ। କିନ୍ତୁ କଂଗ୍ରେସ ହାଇକମାଣ୍ଡ କିଛି ଶୁଣିଲେ ନାହିଁ। ସୋନିଆ ଗାନ୍ଧି ନେତୃତ୍ୱ ଛାଡିବା ପରଠୁ ଦଳରେ କ'ଣ ଚାଲୁଛି ଆମେ କିଛି ଜାଣିପାରୁନାହୁଁ।" 

Advertisment

ଦିଲ୍ଲୀ କଂଗ୍ରେସ କମିଟିକୁ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ଚଳାଉଛନ୍ତି। କହ୍ନେୟା କୁମାର ଏବଂ ଉଦିତ ରାଜ ଯେଉଁମାନେ କଂଗ୍ରେସର ଆଦର୍ଶରେ ନାହାଁନ୍ତି ସେମାନେ ଖଡଗେଜିଙ୍କ ଫଟୋ ଲଗାଉ ନାହାଁନ୍ତି। କ'ଣ ଏ ସେହି କଂଗ୍ରେସ, ଯିଏ ସତ୍ତା ଲୋଭରେ ଏତେ ତଳକୁ ଖସିଯାଇପାରେ ବୋଲି ନସିବ ପ୍ରଶ୍ନ କରିଛନ୍ତି। 

ସେହିପରି ନୀରଜ ବସୋୟା ମଧ୍ୟ ପାର୍ଟିର ନିଷ୍ପତ୍ତି ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଆପ୍ ସହ ଗଠବନ୍ଧନକୁ ପ୍ରଥମରୁ ବିରୋଧ କରି ଆସୁଥିବା କହିଛନ୍ତି। 

ପ୍ରକାଶ ଥାଉକି, ଦିଲ୍ଲୀର ମୋଟ ସାତୋଟି ଲୋକସଭା ଆସନ ପାଇଁ ମେ ୨୫ରେ ନିର୍ବାଚନ ହେବ ଏବଂ ଜୁନ ୪ରେ ସମସ୍ତ ଫଳାଫଳ ପ୍ରକାଶ ପାଇବ। ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ ଥିବାବେଳେ ନିକଟରେ କଂଗ୍ରେସ ମୁଖ୍ୟ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଏଠାରେ ମେଣ୍ଟ ଦଳର ଭାଗ୍ୟ କଣ ହେଉଛି ତା' ଉପରେ ନଜର। 

Arvind Kejriwal INDIA Bloc Delhi Congress