Advertisment

ବିଜେପି ସମ୍ପର୍କରେ ଆରଏସଏସ ମୁଖ୍ୟଙ୍କୁ ଚିଠି ଲେଖିଲେ କେଜ୍ରିୱାଲ, ପଚାରିଲେ ୫ ପ୍ରଶ୍ନ

ବିଜେପି ନେତୃତ୍ୱାଧୀନ ସରକାର ଦେଶରେ ନେଉଥିବା ନିଷ୍ପତ୍ତିରେ ଚିନ୍ତା ପ୍ରକଟ କରିବା ସହ ଏହା ଭାରତର ଗଣତନ୍ତ୍ର ଉପରେ ସାଂଘାତିକ ପ୍ରଭାବ ପକାଇବ ବୋଲି କେଜ୍ରିୱାଲ କହିଛନ୍ତି।

ଅଦ୍ୟତନ ହୋଇଛି
RSS

RSS

Advertisment

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ବିଜେପି ଓ ଏହାର ନେତୃତ୍ୱ ସହ ଜଡ଼ିତ ୫ ପ୍ରଶ୍ନ ପଚାରିଛନ୍ତି। କେଜ୍ରିୱାଲଙ୍କ ଚିଠିର ପ୍ରମୁଖ ପ୍ରଶ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଓ ବିଜେପିର ଭୂମିକା ଉପରେ ରହିଛି।

Advertisment

ବିଜେପି ନେତୃତ୍ୱାଧୀନ ସରକାର ଦେଶରେ ନେଉଥିବା ନିଷ୍ପତ୍ତିରେ ଚିନ୍ତା ପ୍ରକଟ କରିବା ସହ ଏହା ଭାରତର ଗଣତନ୍ତ୍ର ଉପରେ ସାଂଘାତିକ ପ୍ରଭାବ ପକାଇବ ବୋଲି କେଜ୍ରିୱାଲ କହିଛନ୍ତି। ସେ କହିଛନ୍ତି, “ଯଦି ଏହା ଜାରି ରହିବ, ତା’ହେଲେ ଆମ ଦେଶ ଓ ଗଣତନ୍ତ୍ର ପୂରା ଶେଷ ହୋଇଯିବ।”

କେଜ୍ରିୱାଲ ପଚାରିଥିବା ୫ ପ୍ରଶ୍ନ ମଧ୍ୟରେ କୁହାଯାଇଛି ଯେ ଅବସର ପାଇଁ ବିଜେପିରେ କିଛି ବୟସ ସୀମା ରହିଛି କି? ଯେଉଁ ସୀମା ଭେଟରାନ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ କ୍ଷେତ୍ରରେ ଲାଗୁ ହୋଇଥିଲା, ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷେତ୍ରରେ ଲାଗୁ ହେବ କି? ମୋଦି ୭୫ ବର୍ଷ ବୟସରେ ପାଦ ଦେବା ପରେ ଅବସର ନେବେ କି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

Advertisment

୨୦୨୩ ଜୁନରେ ଘଟିଥିବା ନିର୍ଦ୍ଦିଷ୍ଟ ଘଟଣାର ଦ୍ୱାହି ଦେଇ ଅରବିନ୍ଦ କେଜ୍ରିୱାଲ ଚିଠିରେ ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ସେତେବେଳେ ଜଣେ ରାଜନେତାଙ୍କୁ ଦୁର୍ନୀତିଗ୍ରସ୍ତ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେହି ନେତା ବିଜେପିରେ ମିଶିଥିଲେ। ଏହା କ’ଣ ଆପଣଙ୍କୁ କଷ୍ଟ ଦେଉ ନାହିଁ ବୋଲି ଭାଗବତଙ୍କୁ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ପ୍ରସଙ୍ଗ ମଧ୍ୟ କେଜ୍ରିୱାଲ ଉଠାଇଛନ୍ତି। କ’ଣ ଏପରି କାର୍ଯ୍ୟାନୁଷ୍ଠାନ ଆରଏସଏସର ମୂଲ୍ୟବୋଧ ସହ ମେଳ ଖାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଲୋକସଭା ନିର୍ବାଚନ ବେଳେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ଯେ ବିଜେପି ଆଉ ଆରଏସଏସର ଆବଶ୍ୟକ କରୁନାହିଁ। ଏକଥାକୁ ମଧ୍ୟ କେଜ୍ରିୱାଲ ଉଠାଇଛନ୍ତି। ଏ ପ୍ରସଙ୍ଗରେ ଭାଗବତଙ୍କ ପ୍ରତିକ୍ରିୟା କ’ଣ ବୋଲି କେଜ୍ରିୱାଲ ଚିଠିରେ ତାଙ୍କୁ ପ୍ରଶ୍ନ କରିଛନ୍ତି।

ଚିଠିରେ କେଜ୍ରିୱାଲ କହିଛନ୍ତି, ଆରଏସଏସ ହେଉଛି ବିଜେପିର ମୂଳ ସଂସ୍ଥା। ତେଣୁ ବିଜେପିକୁ ଉଚିତ ମାର୍ଗରେ ଆଣିବାର ଦାୟିତ୍ୱ ଆରଏସଏସର। ଚିଠିରେ ସେ ପଚାରିଥିବା ୫ ପ୍ରଶ୍ନର ଉତ୍ତର ମୋହନ ଭାଗବତ ଦିଅନ୍ତୁ ବୋଲି କେଜ୍ରିୱାଲ ଆଶା ରଖିଛନ୍ତି।

ଏହାପୂର୍ବରୁ ୨୨ ତାରିଖରେ ମଧ୍ୟ କେଜ୍ରିୱାଲ ଗୋଟିଏ କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ କେଜ୍ରିୱାଲଙ୍କୁ ସମାନ ୫ ପ୍ରଶ୍ନ ପଚାରିଥିଲେ। 

Arvind Kejriwal RSS Chief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe