Advertisment

ଯଦି ଆପଣ ଭୋଟ ଦେବେ, ତା’ହେଲେ ମୋତେ ଜେଲ ଯିବାକୁ ପଡ଼ିବ ନାହିଁ: କେଜ୍ରିୱାଲ

ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଜୁନ ୧ ଯାଏ ଅନ୍ତରୀଣ ଜାମିନ ଦେଇଥିଲେ।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସହରର ମୋତି ନିଗରରେ ଆଜି ବିଶାଳ ରୋଡ ଶୋ କରିଛନ୍ତି। ଲୋକସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ଲୋକମାନେ ଭୋଟ ଦେଇ ତାଙ୍କ ପୁଣି ଥରେ ତିହାର ଜେଲ ଯିବାରୁ ରକ୍ଷା କରନ୍ତୁ ବୋଲି କେଜ୍ରିୱାଲ ଏହି ସମୟରେ ଅନୁରୋଧ କରିଛନ୍ତି।

Advertisment

ଜୁନ ୧ ଯାଏ ଅନ୍ତରୀଣ ଜାମିନ ପାଇଥିବା କେଜ୍ରିୱାଲ ଆଜି କହିଛନ୍ତି, “୨୦ ଦିନ ପରେ ମୋତେ ଜେଲ ଫେରିବାକୁ ପଡ଼ିବ। ଯଦି ଆପଣମାନେ ଝାଡ଼ୁ (ଆପର ନିର୍ବାଚନୀ ଚିହ୍ନ)କୁ ବାଛିବେ, ତା’ହେଲେ ମୋତେ ଆଉ ଜେଲ ଯିବାକୁ ପଡ଼ିବ ନାହିଁ।”

ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଜୁନ ୧ ଯାଏ ଅନ୍ତରୀଣ ଜାମିନ ଦେଇଥିଲେ। ଜୁନ ୨ରେ କେଜ୍ରିୱାଲଙ୍କୁ ପୁଣି ଆତ୍ମସମର୍ପଣ କରିବାକୁ କରିବ। ଜାମିନରେ ଆସିବା ପରେ କେଜ୍ରିୱାଲ ଆପ୍‌ର ପ୍ରଚାରରେ ଲାଗି ପଡ଼ିଛନ୍ତି।

Advertisment

ଆଜି ମୋତି ନଗରରେ ରୋଡ ଶୋ’ କରି କେଜ୍ରିୱାଲ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଦିଲ୍ଲୀ ଲୋକଙ୍କ ପାଇଁ କାମ କରୁଥିବାରୁ ତାଙ୍କୁ ଗିରଫ କରାଯାଇଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଦିଲ୍ଲୀ-ଏନସିଆର ପାଇଁ ସ୍କୁଲ ତିଆରି କରିବା ମୋ ଭୁଲ। ମୁଁ ଆପଣମାନଙ୍କ ପାଇଁ କାମ କରୁଥିବାରୁ ସେମାନେ ମୋତେ ଜେଲ ପଠାଇ ଦେଇଛନ୍ତି। ଦିଲ୍ଲୀବାସୀଙ୍କ ପାଇଁ କାମ ହେଉ ବୋଲି ବିଜେପି ଚାହୁଁ ନାହିଁ।”

ମୁଖ୍ୟମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ ତିହାର ଜେଳ ଭିତରେ ତାଙ୍କୁ ୧୫ ଦିନ ଯାଏ ଇନସୁଲିନ ଦିଆଯାଉ ନଥିଲା। ସେ କହିଛନ୍ତି, “ମୁଁ ଲୋକମାନଙ୍କ ପାଇଁ ମାଗଣା ଔଷଧ ବ୍ୟବସ୍ଥା କରିଥିଲି। କିନ୍ତୁ ଯେତେବେଳେ ମୁଁ ଜେଲରେ ଥିଲି ସେଠାରେ ୧୫ ଦିନ ଯାଏ ମୋତେ ଡାଇବେଟିସ ମେଡିସିନ ଦିଆଯାଇ ନଥିଲା।

ଜେଲରେ ମୋତେ ୧୫ ଦିନ ଯାଏ ଇନସୁଲିନ ମିଳି ନଥିଲା। ଯଦି ମୁଁ ଜେଲ ଫେରିଯିବି, ତା’ହେଲେ ବିଜେପି ଆପଣଙ୍କ କାମ ଅଟକାଇ ଦେବ। ମାଗଣା ବିଜୁଳି, ସ୍କୁଲ କାମ , ହସ୍ପିଟାଲ୍ସ ଓ ମହଲା କ୍ଲିନିକ ବନ୍ଦ କରିଦେବ।”

ରୋଡ ଶୋ’ ବେଳେ କେଜ୍ରିୱାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ରହିଥିଲେ। ସେମାନେ ମୋତି ନଗରରେ ରୋଡ ଶୋ’ କରି ଆପ୍‌ର ନୂଆଦିଲ୍ଲୀ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ପାଇଁ ଭୋଟ ମାଗିଛନ୍ତି।

Arvind Kejriwal AAP Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe