Advertisment

ଇଡି ହେପାଜତରୁ ମୁକୁଳିବେ କେଜ୍ରିୱାଲ? ଆଜି ସରୁଛି ରିମାଣ୍ଡ ଅବଧି

ଇଡି ପରେ ରିମାଣ୍ଡରେ ନେଇପାରେ ସିବିଆଇ।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଆଜି ରିମାଣ୍ଡ ଅବଧି ସରୁଛି। ଗିରଫ ପରେ ଇଡି ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଆଜି ଅବଧି ଶେଷ ହେଉଥିବା ବେଳେ ଇଡି ପୁନର୍ବାନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ।

Advertisment

ସେପଟେ ବେଲ୍ ପାଇଁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଉପରେ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ନାହାନ୍ତି। ଏପ୍ରିଲ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆଜି ରିମାଣ୍ଡ ଅବଧି ସରୁଥିବାରୁ କେଜ୍ରିୱାଲ ସେପର୍ଯ୍ୟନ୍ତ ଜେଲରେ ରହିପାରନ୍ତି। ନଚେତ୍ ଇଡି ପୁନର୍ବାର ରିମାଣ୍ଡରେ ନେବାକୁ ଆବେଦନ କରିପାରେ। ସେପଟେ ସିବିଆଇ ମଧ୍ୟ ଜେରା ପାଇଁ ଆବେଦନ କରିପାରେ।  

Advertisment

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଅର୍ଥ ହେରଫେର ଅଭିଯୋଗରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ୨୮ ଯାଏ ରିମାଣ୍ଡରେ ନେଇଛି। କେଜ୍ରିୱାଲ ଇଡି ହେପାଜତରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଲୋକସଭା ନିର୍ବାଚନୀ ମାହୋଲ ମଧ୍ୟରେ କେଜ୍ରିୱାଲଙ୍କୁ ଆଶ୍ୱସ୍ଥି ମିଳୁୁଛି କି ନାହିଁ, ତାହା ଆସ୍ତା ୩ରେ ଜଣାପଡିବ।  

Arvind Kejriwal Delhi Liquor Policy Kejriwal's ED Remand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe