Advertisment

ଜେଲ୍ ଫେରିବା ପୂର୍ବରୁ କେଜ୍ରିୱାଲଙ୍କ ବଡ଼ ଦାବି, ଜୁନ୍ ୪ରେ ଜିତିବନି ବିଜେପି

ଅନ୍ତରୀଣ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍ ଫେରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଅନ୍ତରୀଣ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍ ଫେରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଏଥିସହ ସଦ୍ୟତମ ପ୍ରକାଶିତ ଏକଜିଟ୍ ପୋଲ୍ ଆକଳନ ଉପରେ ପ୍ରଶ୍ନ ଉଠାଇଛନ୍ତି। 

Advertisment

ଏକଜିଟ ପୋଲ୍ ମିଛ ଡେଟା ଦେଇଛି। ମୋଦି ତୃତୀୟ ଥର ସରକାର ଗଢିବା ନେଇ ଏକଜିଟ ପୋଲ୍ କରିଥିବା ପୂର୍ବାନୁମାନ ସମ୍ପୂର୍ଣ୍ଣ ରୂପେ ମିଛ। ଜୁନ୍ ୪ରେ ବିଜେପି ସରକାରକୁ ଆସିବ ନାହିଁ। ଜେଲ୍ ଫେରିବା ପୂର୍ବରୁ ଆପ୍ କାର୍ଯ୍ୟାଳୟରେ ସମ୍ବୋଧିତ କରି ଏପରି କହିଛନ୍ତି କେଜ୍ରିୱାଲ।

ସେ ଆହୁରି କହିଛନ୍ତି, "ମୁଁ ଦିଲ୍ଲୀର ଲୋକଙ୍କୁ କହିବାକୁ ଚାହେଁ - ଆପଣଙ୍କ ପୁଅ ଆଜି ଜେଲକୁ ଫେରୁଛି। କୌଣସି ଦୁର୍ନୀତିରେ ଜଡିତ ଥିବାରୁ ନୁହେଁ, ବରଂ ଏକଛତ୍ରବାଦ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଜେଲ୍ ଯାଇଛି। ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ପ୍ରଧାନମନ୍ତ୍ରୀ ମାନିଛନ୍ତି ଯେ, ତାଙ୍କ ପାଖରେ ମୋ ବିରୁଦ୍ଧରେ କୌଣସି ପ୍ରମାଣ ନାହିଁ।"

Advertisment

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏକ ସାକ୍ଷାତକାରରେ କହିଥିଲେ ମୋର ବିଶ୍ୱାସ ଯେ କେଜ୍ରିୱାଲଙ୍କ ବିରୋଧରେ କୌଣସି ପ୍ରମାଣ କିମ୍ବା ଟଙ୍କା ମିଳିବନି, କାହିଁକି ନା ସେ ଜଣେ ଅଭିଜ୍ଞ ଚୋର। ଯଦି ମୁଁ ଜଣେ ଅଭିଜ୍ଞ ଚୋର, ଆଉ ମୋ ବିରୁଦ୍ଧରେ କୌଣସି ପ୍ରମାଣ ନାହିଁ ତେବେ କେଉଁ ଆଧାରରେ ମୋତେ ଜେଲରେ ରଖିଲ ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ। ସେମାନେ ୫୦୦ରୁ ଅଧିକ ସ୍ଥାନରେ ଚଢାଉ କରିଛନ୍ତି, କିନ୍ତୁ ଗୋଟିଏ ବି ପଇସା ପାଇ ନାହାଁନ୍ତି ବୋଲି କେଜ୍ରିୱାଲ କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ, ଏକଜିଟ୍ ପୋଲ୍ ତଥ୍ୟ ମିଛ। ଏହା ବିଜେପିର ଏକ ଷଡ଼ଯନ୍ତ୍ର। ଗୋଟିଏ ଏକଜିଟ୍ ପୋଲ୍ ରାଜସ୍ଥାନରେ ବିଜେପି ୩୩ଟି ଆସନ ଜିତିବ ବୋଲି କହିଛି। କିନ୍ତୁ ବାସ୍ତବରେ ସେଠାରେ ମାତ୍ର ୨୫ ଆସନ। ବଡ଼ କଥା ହେଉଛି କି, ସେମାନଙ୍କୁ କାହିଁକି ଭୋଟ୍ ଗଣତିର ୩ ଦିନ ପୂର୍ବରୁ ମିଛ ଏକଜିଟ ପୋଲ୍ ବାହାର କରିବାକୁ ପଡିଲା। ଏହା ପଛରେ ଅନେକ କାରଣ ରହିଛି। ସେମାନେ ମସିନ୍ (EVM)କୁ ହେରଫେର କରିବାକୁ ଚେଷ୍ଟା କରୁଛନ୍ତି।  

Arvind Kejriwal Lok Sabha Polls Kejriwal Returned Jail Kejriwal On Exit Polls