Advertisment

ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବହିଷ୍କାର

୨୦୦୭ ମସିହାର ଏକ ମାମଲା ଉପରେ ଆଜି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛି ଭିଜିଲାନ୍ସ।

author-image
Debibandita Barick
Arvind Kejriwal & his private secretary

Arvind Kejriwal & his private secretary

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର କାର୍ଯ୍ୟରୁ ବହିଷ୍କୃତ। ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛି।

Advertisment

ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଭବ କୁମାକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ବିଭାଗ କହିଛି ଯେ, ଅସ୍ଥାୟୀ ନିଯୁକ୍ତି ସହ ଜଡିତ କେନ୍ଦ୍ରୀୟ ସିଭିଲ ସର୍ଭିସ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ପ୍ରକାଶ ଥାଉ କି, ବିଭବ କୁମାର ୨୦୦୭ ମସିହାରେ ଏକ ପୁଲିସ କେସରେ ସମ୍ମୁଖୀନ ହୋଇଥିଲେ। ସେତେବେଳେ ସେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ସମୟରେ ତାଙ୍କ ବିରୁଦ୍ଧରେ ଥିବା ମାମଲା ବାବଦରେ ସୂଚନା ଦିଆଯାଇନଥିଲା। ଏହା ନିୟମର ଉଲ୍ଲଙ୍ଘନ ବୋଲି ଭିଜିଲାନ୍ସ କହିଛି।

Advertisment

ଭିଜିଲାନ୍ସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଏହା କେବଳ ଏକ ଅନିୟମିତତା ନୁହେଁ, ବରଂ ଏପରି କରିବା ଦ୍ୱାରା ପ୍ରଶାସନିକ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଥାଏ। କୌଣସି ବ୍ୟକ୍ତିଙ୍କ ଚରିତ୍ର ଏବଂ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଯାଞ୍ଚ ନକରି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନୁଯୁକ୍ତିକୁ ଅନୁମତି ଦେବା ଠିକ୍ ନୁହେଁ ବୋଲି ଭିଜିଲାନ୍ସ କହିଛି।  

ସେପଟେ ଦିଲ୍ଲୀ ପ୍ରଶାନର ଏପରି କାର୍ଯ୍ୟାନୁଷ୍ଠାନ ପରେ ଆପ୍ ପୁଣି ଥରେ ବିଜେପି ଉପରେ ବର୍ଷିଛି। ବିଜେପି ଦିଲ୍ଲୀରୁ କେଜ୍ରିୱାଲଙ୍କ ସରକାରକୁ ଶେଷ କରିଦେବା ଉଦ୍ଦେଶ୍ୟରେ ଏପରି କରୁଥିବା ଅଭିଯୋଗ କରିଛି ଆପ୍।  

Arvind Kejriwal Delhi News AAP Arvind Kejriwal Private Secretary Delhi Vigilance