Advertisment

ରାହୁଲ ଗାନ୍ଧି ଓ ଖଡଗେଙ୍କୁ କେଜ୍ରିୱାଲଙ୍କ ଧନ୍ୟବାଦ ଚିଠି

ବିରୋଧୀଙ୍କ ସହ ମିଶି ଦିଲ୍ଲି ସର୍ଭିସ ବିଲ୍‌କୁ ଆପ୍‌ ସରକାର ରାଜ୍ୟସଭାରେ ମାତ ଦେବାକୁ ଯୋଜନା କରିଥିଲେ। କିନ୍ତୁ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ଭଳି ଅଣ ଏନଡିଏ ଦଳ ପାଇଁ କେଜ୍ରିୱାଲଙ୍କ ସବୁ ଯୋଜନା ଫେଲ ମାରି ଯାଇଛି।

Kejriwal

Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ପତ୍ର ପଠାଇଛନ୍ତି। ସେମାନେ କେନ୍ଦ୍ରର ଦିଲ୍ଲୀ ସର୍ଭିସ ବିଲ୍‌ ବିରୋଧରେ ଭୋଟ କରିଥିବାରୁ କେଜ୍ରିୱାଲ ସେମାନଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି।

Advertisment

ବିରୋଧୀଙ୍କ ସହ ମିଶି ଦିଲ୍ଲି ସର୍ଭିସ ବିଲ୍‌କୁ ଆପ୍‌ ସରକାର ରାଜ୍ୟସଭାରେ ମାତ ଦେବାକୁ ଯୋଜନା କରିଥିଲେ। କିନ୍ତୁ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ଭଳି ଅଣ ଏନଡିଏ ଦଳ ପାଇଁ କେଜ୍ରିୱାଲଙ୍କ ସବୁ ଯୋଜନା ଫେଲ ମାରି ଯାଇଛି। କେନ୍ଦ୍ର ସରକାର ଉଭୟ ଲୋକସଭା ଓ ରାଜ୍ୟରେ ଦିଲ୍ଲୀ ବିଲ୍‌କୁ ପାରିତ କରିବାରେ ସକ୍ଷମ ହୋଇଛନ୍ତି।

ତଥାପି କେଜ୍ରିୱାଲ ସମର୍ଥନ ପାଇଁ ରାହୁଲ ଓ ଖଡେଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ଦିଲ୍ଲୀର ୨ କୋଟି ଜନତାଙ୍କ ପକ୍ଷରୁ GNCTD (Amendment) Bill, 2023 କୁ ଅଗ୍ରାହ୍ୟ କରିବା ଓ ଏହା ବିରୋଧରେ ଭୋଟ ଦେବା ପାଇଁ କୃତଜ୍ଞତା ଜଣାଉଛି।

Advertisment

ଦିଲ୍ଲୀବାସୀଙ୍କ ଅଧିକାରୀ ପାଇଁ ସଂସଦ ବାହାରେ ଓ ଭିତରେ ମିଳିଥିବା ସମର୍ଥନକୁ ମୁଁ ହୃଦୟରୁ ସ୍ୱାଗତ କରୁଛି। ଆମ ସମ୍ବିଧାନ ପ୍ରତି ଆପଣଙ୍କ ଦୃଢ଼ ଆନୁଗତ୍ୟ ଦଶନ୍ଧି ଦଶନ୍ଧି ଧରି ମନେ ରହିବ। ଦେଶର ସମ୍ବିଧାନକୁ ଦୁର୍ବଳ କରୁଥିବା ଶକ୍ତି ବିରୋଧରେ ଆପଣଙ୍କ ସମର୍ଥନ ଆଗକୁ ମଧ୍ୟ ରହିବ ବୋଲି ଆମେ ଆଶାବାଦୀ।”

ଦିଲ୍ଲୀର ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ସର୍ଭିସ ବିଲ୍‌ ଆଣିଛନ୍ତି। ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍‌ ପାରିତ ହୋଇଛି। ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।

Arvind Kejriwal Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe