Advertisment

ଜେଲରୁ ବାହାରିବା ପରେ କେଜ୍ରିୱାଲ କହିଲେ- ଆଇ ଆମ ବ୍ୟାକ୍‌

ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ୨୧ ଦିନର ଜାମିନ ଦେଇଛନ୍ତି।

author-image
Hemant Lenka
Arvind kejriwal

Arvind kejriwal

ଦୀର୍ଘ ୫୦ ଦିନ ତଳେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲରୁ ବାହାରିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଜୁନ ୧ ଯାଏ ଅନ୍ତରୀଣ ଜାମିନ ଦେବା ପରେ ସନ୍ଧ୍ୟାରେ କେଜ୍ରିୱାଲ ଜେଲରୁ ବାହାରିଥିଲେ। ଶତାଧିକ ଆପ କର୍ମୀ ଓ ନେତାମାନେ କେଜ୍ରିୱାଲଙ୍କୁ ସ୍ୱାଗତ କରିବା ପାଇଁ ତିହାର ଜେଲ ବାହାରେ ରହିଥିଲେ। ସେମାନଙ୍କ ଅଭିବାଦନ ଗ୍ରହଣ କରି କେଜ୍ରିୱାଲ କହିଛନ୍ତି ଯେ ଆଇ ଆମ ବ୍ୟାକ୍‌।

Advertisment

ଜେଲରୁ କେଜ୍ରିୱାଲ ସିଧା ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ସେଠାରେ ଉପସ୍ଥିତ ଆପ କର୍ମୀ ଓ ସମର୍ଥକଙ୍କୁ ଅଲିଭ ଟି-ଶାର୍ଟ ପିନ୍ଧି ଥିବା କେଜ୍ରିୱାଲ କହିଛନ୍ତି, “ଆଇ ଆମ ବ୍ୟାକ। ଆପଣ ସମସ୍ତଙ୍କ ସାମ୍ନାରେ ରହି ଖୁବ ଭଲ ଲାଗୁଛି। ମୁଁ ଆପଣଙ୍କୁ କହିଥିଲି ଯେ ମୁଁ ଶୀଘ୍ର ଆସିବି।

ଏବେ ମୁଁ ଆସି ଯାଇଛି। ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନେ ମୋତେ ଆଶୀର୍ବାଦ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କ ପାଇଁ ଆଜି ମୁଁ ଆପଣମାନଙ୍କ ସାମ୍ନାରେ ରହିଛି। ଆମେ ଦେଶକୁ ଏକଛତ୍ରବାଦରୁ ସୁରକ୍ଷା କରିବାକୁ ପଡ଼ିବ।”

Advertisment

କେଜ୍ରିୱାଲ ନିଜର ସମର୍ଥକମାନଙ୍କୁ ଆସନ୍ତାକାଲି ଦିଲ୍ଲୀର କନ୍ନୌଟ ପ୍ୟାଲେସରେ ଥିବା ହନୁମାନ ମନ୍ଦିର ପାଖରେ ଏକାଠି ହେବାକୁ କହିଛନ୍ତି। ଆସନ୍ତାକାଲି ସେ ହନୁମାନଙ୍କ ଦର୍ଶନ ପରେ ପାର୍ଟି ଅଫିସରେ ଦିନ ୧ଟା ବେଳକୁ ସାମ୍ବାଦିକ ସମ୍ମିଳନୀ କରିବେ।

ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ୨୧ ଦିନର ଜାମିନ ଦେଇଛନ୍ତି। ଜୁନ ୧ରେ ଦେଶରେ ଲୋକସଭା ନିର୍ବାଚନ ଶେଷ ହେବ। ୨ ତାରିଖରେ କେଜ୍ରିୱାଲଙ୍କୁ ପୁଣି ଜେଲରେ ଆତ୍ମସମର୍ପଣ କରିବାକୁ ପଡ଼ିବ।

Delhi Arvind Kejriwal AAP