Advertisment

କଂଗ୍ରେସ ଓ ଆପ୍‌ର ମେଣ୍ଟ ସ୍ଥାୟୀ ନୁହେଁ ବୋଲି କହିଲେ କେଜ୍ରିୱାଲ

ବିଜେପିକୁ ହରାଇବା ପାଇଁ ଦୁଇ ଦଳ ଏକାଠି ହୋଇଥିବା ଖୋଦ୍‌ ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

Kejriwal

Kejriwal

Advertisment

ଚଳିତ ଲୋକସଭା ନିର୍ବାଚନରେ ଦିଲ୍ଲୀର କ୍ଷମତାସୀନ ଆପ୍‌ ଓ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମେଣ୍ଟ କରିଛନ୍ତି। ପଞ୍ଜାବରେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ୁଥିଲେ ହେଁ ଦିଲ୍ଲୀରେ ମେଣ୍ଟ କରି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଛନ୍ତି।

Advertisment

ତେବେ ଏହି ମେଣ୍ଟ ଚୀରସ୍ଥାୟୀ ନୁହେଁ ଓ ବିଜେପିକୁ ହରାଇବା ପାଇଁ ଦୁଇ ଦଳ ଏକାଠି ହୋଇଥିବା ଖୋଦ୍‌ ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେଜ୍ରିୱାଲ କହିଛନ୍ତି ଯେ “କଂଗ୍ରେସ ସହ ଆପ୍‌ ସ୍ଥାୟୀ ବାହାଘର କରି ନାହିଁ। ବର୍ତ୍ତମାନ ଆମର ଲକ୍ଷ୍ୟ ହେଲା ବିଜେପିକୁ ହରାଇବା। ଏବେ ଚାଲିଥିବା ଏକଛତ୍ରବାଦ ଓ ଗୁଣ୍ଡାଗର୍ଦ୍ଦି ଶାସନକୁ ବନ୍ଦ କରିବା ଆମର ଉଦ୍ଦେଶ୍ୟ। ଦେଶକୁ ରକ୍ଷା କରିବାକୁ ଗୁରୁତ୍ୱପୂର୍ଣ୍ଣ।

Advertisment

ବିଜେପିକୁ ହରାଇବା ପାଇଁ ଯେଉଁଠି ଆବଶ୍ୟକ ପଡ଼ିଛି, ସେଠାରେ ଆପ୍‌ ଓ କଂଗ୍ରେସ ମେଣ୍ଟ କରିଛନ୍ତି। ଦୁଇ ଦଳ ମିଳିତ ଭାବେ ଜଣଙ୍କୁ ପ୍ରାର୍ଥୀ କରିଛନ୍ତି। ପଞ୍ଜାବରେ ବିଜେପିର କୌଣସି ଅସ୍ତିତ୍ୱ ନାହିଁ। ତେଣୁ ସେଠାରେ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ୁଛନ୍ତି। ଜୁନ ୪ରେ ଗୋଟିଏ ବଡ଼ ସର୍ପାଇଜ ମିଳିବ। ଆପଣମାନେ ସମସ୍ତେ ଅପେକ୍ଷା କରନ୍ତୁ।”

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ୨୧ ଦିନର ଜାମିନ ପାଇଥିବା କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଦୋହରାଇଛନ୍ତି। ଜୁନ ୨ରେ କେଜ୍ରିୱାଲଙ୍କୁ ଜେଲକୁ ଫେରିବାକୁ ପଡ଼ିବ। ଏ ସମ୍ପର୍କରେ ସେ କହିଛନ୍ତି, “ମୋର ଜେଲକୁ ଫେରିବା ପ୍ରସଙ୍ଗ ନୁହେଁ। ଏହି ଦେଶର ଭବିଷ୍ୟତ ବାଜିରେ ଲାଗିଛି।

ସେମାନେ ମୋତେ ଯେତେ ବର୍ଷ ଜେଲରେ ରଖିବାକୁ ଚାହୁଁଛନ୍ତି ରଖନ୍ତୁ। କିନ୍ତୁ ମୁଁ ଆଦୌ ମୁଣ୍ଡ ନୂଆଁବି ନାହିଁ। ବିଜେପି ଚାହୁଁଛି ଯେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦିଏ। କିନ୍ତୁ ଇସ୍ତଫା ଦେବାର କୌଣସି ପ୍ରଶ୍ନ ଉଠୁ ନାହିଁ।”

କେଜ୍ରିୱାଲ ଆହୁରି ଆକଳନ କରିଛନ୍ତି ଯେ ଯଦି ବିଜେପି ତୃତୀୟ ଥର ପାଇଁ କ୍ଷମତାକୁ ଆସିବ, ତା’ହେଲେ ବିରୋଧୀ ଦଳର ଟପ ନେତାମାନଙ୍କୁ ଜେଲ ଯିବାକୁ ପଡ଼ିବ। ଭ୍ଲାଦିମିର ପୁଟିନଙ୍କ ଶାସନ ଯୋଗୁ ରୁଷର ଅବସ୍ଥା ଯେଉଁଭଳି ହୋଇଛି, ଭାରତର ଅବସ୍ଥା ମଧ୍ୟ ସେଭଳି ହେବ।

ପ୍ରଧାନମନ୍ତ୍ରୀ ମୋଦି ଖୁବଶୀଘ୍ର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜନୀତିକ କ୍ୟାରିୟରକୁ ଶେଷ କରିଦେବେ ବୋଲି ମଧ୍ୟ କେଜ୍ରିୱାଲ ଦୋହରାଇଛନ୍ତି।

ସେ କହିଛନ୍ତି, “ମୁଁ ପୂର୍ବରୁ କହିଥିଲି ଓ ଏବେ ବି କହୁଛି ଯେ ଯଦି ପ୍ରଧାନମନ୍ତ୍ରୀ ଜିତୁଛନ୍ତି, ତା’ହେଲେ ଯୋଗୀ ଆଦିତ୍ୟନାଥଙ୍କ ଭବିଷ୍ୟତ ସନ୍ଦେହ ଭିତରକୁ ଚାଲିଯିବ। ବିଜେପିକୁ ଏହାକୁ ମନା କରି ଦେଖୁ।”

Congress Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe