Advertisment

ଆଜି ବି ଇଡିରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ, ପଞ୍ଚମ ସମନକୁ ଏଡାଇଲେ

ଗତ ଚାରିମାସ ମଧ୍ୟରେ ଇଡି କେଜ୍ରିୱାଲଙ୍କୁ ଚାରିଟି ସମନ ପଠାଇ ସାରିଲାଣି।

Arvind Kejriwal

Arvind Kejriwal

Advertisment

ଆଜି ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଜେନ୍ସିର ପଞ୍ଚମ ସମନକୁ ଏଡାଇ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର୍ ମାମଲାରେ ଇଡି ତାଙ୍କୁ ବାରମ୍ବାର ସମନ ପଠାଉଥିଲେ ମଧ୍ୟ ସେ ହାଜର ହେଉନାହାନ୍ତି।

Advertisment

ଗତ ଚାରିମାସ ମଧ୍ୟରେ ଇଡି କେଜ୍ରିୱାଲଙ୍କୁ ଚାରିଟି ସମନ ପଠାଇ ସାରିଲାଣି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, କେଜ୍ରିୱାଲଙ୍କୁ ଗତ ବର୍ଷ ନଭେମ୍ବର ୨, ଡିସେମ୍ବର ୨୧ ଏବଂ ଚଳିତ ବର୍ଷ ଜାନୁୟାରୀ ୩ ଏବଂ ଜାନୁୟାରୀ ୧୮ ରେ ଜେରା ପାଇଁ ସମନ ପଠାଇଥିଲା। କିନ୍ତୁ ଇଡିର ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ କାର୍ଯ୍ୟାଳୟକୁ ଯାଉନାହାନ୍ତି କେଜ୍ରିୱାଲ।

ଏହାପରେ ବୁଧବାର (ଜାନୁଆରୀ ୩୧) ରେ ଇଡି ପୁନର୍ବାର ସମନ ପଠାଇଥିଲା ଏବଂ ଶୁକ୍ରବାର (ଫେବ୍ରୁଆରୀ ୨)ରେ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା, ଯାହାକୁ ପଞ୍ଚମ ଥର ପାଇଁ ଏଡାଇ ଦେଇଛନ୍ତି କେଜ୍ରିୱାଲ। 

Advertisment

ସେପଟେ, କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଆପ୍ ଜାଣି ଶୁଣି ଏପରି ବାରମ୍ବାର ସମନ ପଠାଉଥିବା ଆପ୍ ନେତାମାନେ କହିଛନ୍ତି। 'କେଜ୍ରିୱାଲଙ୍କୁ ଗିରଫ କରିବା ମୋଦିଜୀଙ୍କ ଉଦ୍ଦେଶ୍ୟ' ବୋଲି ସେମାନେ କହିଛନ୍ତି। ଏଥିସହ ଦଳର ସୁପ୍ରିମୋଙ୍କୁ ଗିରଫ କରି ସେମାନେ ଆପକୁ ଟପିଯିବାକୁ ଚାହୁଁଥିବା କହିଛନ୍ତି। ଆପ୍ ଏକ ବିବୃତ୍ତିରେ କହିଛି ଯେ, 'ଆମେ ଏହା କେବେ ବି ଘଟିବାକୁ ଦେବୁ ନାହିଁ।' 

Arvind Kejriwal Ed AAP Arvind Kejriwal Skips Summons Enforcement Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe