Advertisment

ବିଜେପିର ବଡ଼ ଲିଡ୍‌: ପଛରେ ପଡ଼ିଥିବା କେଜ୍ରିୱାଲ ଓ ମନୀଷ ସିସୋଦିଆ ଆଗରେ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ଆରମ୍ଭରୁ ହିଁ ପଛରେ ପଡ଼ିଛନ୍ତି। କଲାକାଜୀ ଆସନରେ ବିଜେପିର ରମେଶ ବିଧୁରୀ ଆଗରେ ରହିଛନ୍ତି।

aap

aap

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନରେ କିଏ ବାଜିମାତ କରିବ? ଆପ୍‌ ହ୍ୟାଟ୍ରିକ ବିଜୟ ପାଇବ ନା ବିଜେପି ୨୭ ବର୍ଷ ପରେ ଦେଶରେ ରାଜଧାନୀରେ ପଦ୍ମ ଫୁଟାଇବ? ଏସବୁ ଚର୍ଚ୍ଚା ଭିତରେ ଦିଲ୍ଲୀରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ବହୁତ ବଡ଼ ଲିଡ୍‌ ହାସଲ କରି ନେଇଛି।

Advertisment

ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ୩୯ଟିରେ ଲିଡ୍‌ କରୁଥିବା ବେଳେ ଆପ୍‌ ୩୦ଟି ଆସନରେ ଆଗରେ ରହିଛି। ସେହିପରି ୨୦୧୫ ଓ ୨୦୨୦ରେ ଖାତା ଖୋଲି ପାରି ନଥିବା କଂଗ୍ରେସ ଏଥର ଗୋଟିଏ ଆସନରେ ଆଗରେ ରହିଛି।

ଅନ୍ୟପକ୍ଷରେ ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଓ ବରିଷ୍ଠ ନେତା ମନୀଷ ସିସୋଦିଆ ଦ୍ୱିତୀୟ ରାଉଣ୍ଡ ପରେ ଲିଡ ନେବା ଆରମ୍ଭ କରିଛନ୍ତି। ଭୋଟ ଗଣତି ଆରମ୍ଭରୁ କେଜ୍ରିୱାଲ ଓ ସିସୋଦିଆ ପଛରେ ପଡ଼ିଥିଲେ। କିନ୍ତୁ ଏବେ ନୂଆଦିଲ୍ଲୀ ଆସନରେ କେଜ୍ରିୱାଲ ଓ ଜଙ୍ଗପୁରା ଆସନରେ ସିସୋଦିଆ ଆଗରେ ରହିଛନ୍ତି।

Advertisment

କେଜ୍ରିୱାଲଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେପିର ପ୍ରଭେଶ ବର୍ମା ପଛରେ ପଡ଼ି ଯାଇଛନ୍ତି। ଦିନ ୧୦ଟା ସୁଦ୍ଧା କେଜ୍ରିୱାଲ ୪୬୭୯ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରଭେଶ ବର୍ମା ୪୪୨୫ ଖଣ୍ଡ ଭୋଟ ପାଇଛନ୍ତି।କଂଗ୍ରେସ ମାତ୍ର ୭୪୨ ଖଣ୍ଡ ଭୋଟ ପାଇ ପଛରେ ରହିଛି। 

ଜଙ୍ଗପୁରା ଆସନରେ ଆପ୍‌ର ମନୀଷ ସିସୋଦିଆ ୨୬୦୦ ଖଣ୍ଡ ଭୋଟ ଆଗରେ ରହିଛନ୍ତି। ତେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ଆରମ୍ଭରୁ ହିଁ ପଛରେ ପଡ଼ିଛନ୍ତି। କଲାକାଜୀ ଆସନରେ ବିଜେପିର ରମେଶ ବିଧୁରୀ ଆଗରେ ରହିଛନ୍ତି। ଏଠାରେ କଂଗ୍ରେସର ଅଳକା ଲାମ୍ବା ଲଢ଼ୁଥିଲେ ହେଁ ସେ ତୃତୀୟ ସ୍ଥାନରେ ରହିଛନ୍ତି।

Arvind Kejriwal Delhi Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe