Advertisment

ପୁଣି ପଛରେ ପଡ଼ିଲେ କେଜ୍ରିୱାଲ, ୩୦୦୦ ଭୋଟ ପଛରେ ମୁଖ୍ୟମନ୍ତ୍ରୀ ଆତିଶୀ

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରଭେଶ ବର୍ମା ନୂଆଦିଲ୍ଲୀ ଆସନରେ ଲିଡ କରୁଥିବା ଟ୍ରେଣ୍ଡ ସାମ୍ନାକୁ ଆସିଛି।

author-image
Hemant Lenka
aap

aap

ନୂଆଦିଲ୍ଲୀ ବିଧାନସଭା ଆସନରେ ଲଢ଼େଇ ରୋଚକ ହେବାରେ ଲାଗିଛି। ପ୍ରଥମେ ପଛରେ ପଡ଼ିଥିବା ଆପର ଜାତୀୟ ଆବାହକ ଅରିବନ୍ଦ କେଜ୍ରିୱାଲ କିଛି ରାଉଣ୍ଡ ପରେ ଲିଡ ନେବା ଆରମ୍ଭ କରିଥିଲେ। କିନ୍ତୁ ପୁଣି ଏବେ ସେ ପଛରେ ପଡ଼ି ଯାଇଛନ୍ତି।

Advertisment

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରଭେଶ ବର୍ମା ନୂଆଦିଲ୍ଲୀ ଆସନରେ ଲିଡ କରୁଥିବା ଟ୍ରେଣ୍ଡ ସାମ୍ନାକୁ ଆସିଛି। ୨୦୧୩ରୁ କେଜ୍ରିୱାଲ ଏଠାରେ ଏକତରଫା ଭାବେ ବିଜୟୀ ହୋଇ ଆସୁଥିଲେ। କିନ୍ତୁ ଏଥର ତାଙ୍କୁ କଡ଼ା ଟକ୍କର ଦେଇଛନ୍ତି ପ୍ରଭେଶ ବର୍ମା। ସେହିପରି କଂଗ୍ରେସ ଏଠାରେ ସନ୍ଦୀପ ଦିକ୍ଷୀତଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ବହୁ ପଛରେ ପଡ଼ି ଯାଇଛନ୍ତି। ଏପରି କି ସେ ପରୋକ୍ଷରେ ନିଜର ପରାଜୟକୁ ମଧ୍ୟ ସ୍ୱୀକାର କରି ନେଇଛନ୍ତି। 

ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୋଟ ଗଣତି ଅନୁଯାୟୀ, ଆପ୍‌ର କେଜ୍ରିୱାଲ ବିଜେପିର ପ୍ରଭେଶ ବର୍ମାଙ୍କ ଠାରୁ ୨୩୮ ଖଣ୍ଡ ଭୋଟ ପଛରେ ରହିଛନ୍ତି। ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ବାକି ରହିଥିବାରୁ ଏଠାରେ ରେଜଲ୍ଟର ମୋଡ ବଦଳି ଯିବାର ସମ୍ଭାବନା ରହିଛି। ତଥାପି କେଜ୍ରିୱାଲଙ୍କ ଭଳି ଜଣେ ହେଭିୱେଟ ନେତା ପଛରେ ରହିବା ନିଶ୍ଚିତ ଆପ୍‌ର ମୁଣ୍ଡବିନ୍ଧାର କାରଣ ପାଲଟିଛି।

Advertisment

ଅନ୍ୟପକ୍ଷରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ଏବେ ବି କାଲକାଜି ଆସନରେ ପଛରେ ରହିଛନ୍ତି। ପୂର୍ବରୁ ୫୦୦/୬୦୦ ଭୋଟ ପଛରେ ରହିଥିବା ଆତିଶୀଙ୍କ ପାଇଁ ଆଉ ଏକ ନିରାଶାଜନକ ଖବର ଆସିଛି। ସେ ବିଜେପିର ରମେଶ ବିଧୁରୀଙ୍କ ଠାରୁ ୩ ହଜାର ଭୋଟ ପଛରେ ରହିଛନ୍ତି। ୨୦୨୦ର ଡେବ୍ୟୁ କରିଥିବା ଆତିଶୀ ଏଠାରେ ୧୧,୩୯୩ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ ଏବେ ତାଙ୍କୁ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି।

Bjp AAP Delhi Election