Advertisment

ଇଡିକୁ କେଜରିୱାଲଙ୍କ ନାସ୍ତିବାଣୀ, କହିଲେ- ଆଜି ହାଜର ହେ‍ବିନି

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମ୍ମୁଖରେ ହାଜର ହେବାକୁ ସଫା ସଫା ମନା କରିଦେଲେ କେଜରିୱାଲ।

Arvind Kejriwal

Arvind Kejriwal

Advertisment

ଆଜି ଇଡି ସମ୍ମୁଖରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମ୍ମୁଖରେ ହାଜର ହେବାକୁ ସଫା ସଫା ମନା କରିଦେଲେ କେଜରିୱାଲ। ତାଙ୍କୁ ହାଜର ହେବା ପାଇଁ ଇଡି ବାରମ୍ବାର ଜାରି କରୁଥିବା ନୋଟିସ୍‌ ବେଆଇନ ବୋଲି କହିଛି ଆପ୍‌।

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ପଚରାଉଚରା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜରିୱାଲଙ୍କୁ ତୃତୀୟ ଥର ଲାଗି ସମନ ଜାରି କରିଥିଲା । ପୂର୍ବରୁ ଦୁଇ ଥର ଇଡିର ସମନ ସତ୍ତ୍ୱେ ହାଜର ହୋଇ ନ ଥିବା କେଜରିୱାଲ ଆଜି ବି ହାଜର ହେବେନି ବୋଲି ସ୍ପଷ୍ଟ କରି ସାରିଛନ୍ତି।

ଆପ୍‌ ପକ୍ଷରୁ ଏନେଇ କୁହାଯାଇଛି, କେଜରିୱାଲ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ, କିନ୍ତୁ ଯାଞ୍ଚ ଏଜେନ୍ସିର ନୋଟିସ୍‌ ବେଆଇନ୍‌ । କେଜରିୱାଲଙ୍କୁ ଗିରଫ କରିବା ପାଇଁ ଏହା ଏକ ଷଡଯନ୍ତ୍ର । ତାଙ୍କୁ ଆଗାମୀ ନିର୍ବାଚନ ପ୍ରଚାରରୁ ରୋକିବାକୁ ଏପରି ହୀନ ଉଦ୍ୟମ କରାଯାଉଛି। ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ ଇଡି ବାରମ୍ବାର ଏପରି ନୋଟିସ୍‌ ଜାରି କରିବାକୁ ନେଇ ବି ପ୍ରଶ୍ନ ଉଠାଇଛି ଆପ୍‌।

Advertisment

ଏହା ପୂର୍ବରୁ ଗତ ନଭେମ୍ବର ୨ ତାରିଖ ଡିସେମ୍ବର ୨୧ ତାରିଖରେ କେଜରିୱାଲଙ୍କୁ ହାଜର ହେବାକୁ ଇଡି ନୋଟିସ୍‌ ଜାରି କରିଥିଲା। କିନ୍ତୁ ଦୁଇ ଦୁଇ ଥର କେଜରିୱାଲ ଇଡି ନୋଟିସକୁ ଏଡ଼ାଇ ଯାଇ ହାଜର ହୋଇ ନ ଥିଲେ।

ତେବେ ଇଡି ନୋଟିସକୁ କେଜରିୱାଲ ୩ ଥର ଏଡ଼ାଇ ହାଜର ହେଉ ନ ଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୋଟିସ୍‌ ପଠାଇବା ବ୍ୟତୀତ ଇଡି ନିକଟରେ ଅନ୍ୟ କ’ଣ ବିକଳ୍ପ ଅଛି ତା’ ଉପରେ ଜୋର ଧରିଛି ଚର୍ଚ୍ଚା।

ବରିଷ୍ଠ ଆଇନଜୀବୀ ଗୀତା ଲୁଥରାଙ୍କୁ ଏ ସଂକ୍ରାନ୍ତରେ କହିଛନ୍ତି,  ଇଡି ସମନରେ ହାଜନ ନ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ୱାରେଣ୍ଟ ଜାରି କରାଯିବ । ପ୍ରଥମେ ଜାମିନଯୁକ୍ତ ୱାରେଣ୍ଟି ଓ ପରେ ଜାମିନବିହୀନ ୱାରେଣ୍ଟ ଜାରି କରାଯିବ । ଏହାପରେ ବି ହାଜର ନ ହେଲେ ଗିରଫ କରାଯିବାର ପ୍ରାବଧାନ ରହିଛି। ଏଥିସହ ଇଡି ଟିମ୍‌ ଦିଲ୍ଲୀ ସିଏମ୍‌ଙ୍କୁ ତାଙ୍କ ବାସଭବନରେ ମଧ୍ୟ ପଚରାଉଚରା କରି ପାରିବେ ବୋଲି  ସେ କହିଛନ୍ତି। ଏଥିସହ ଠୋସ୍‌ ପ୍ରମାଣ ଓ ସନ୍ତୋଷଜନକ ଉତ୍ତର ନ ମିଳିଲେ ତାଙ୍କୁ ଇଡି ଗିରଫ ବି କରିପାରେ ବୋଲି ସେ ସୂଚନା ଦେଇଛନ୍ତି।

Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe