Advertisment

ଜେଲରୁ ସରକାର ଚଳାଇବେ ଅରବିନ୍ଦ କେଜ୍ରିୱାଲ!

ଅବକାରୀ ନୀତି ଘଟଣାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ଘଟଣାରେ ଇଡି ପକ୍ଷରୁ କେଜ୍ରିୱାଲଙ୍କୁ ସମନ ମଧ୍ୟ କରାଯାଇଥିଲା।

AAP

AAP

Advertisment

ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଫସି ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‌ଆଗାମୀ ଦିନରେ ଗିରଫ ହୋଇପାରନ୍ତି ବୋଲି ଆଶଙ୍କା କରିଛି ତାଙ୍କ ଦଳ ଆପ। ଯଦି ଆଗାମୀ ଦିନରେ କେଜ୍ରିୱାଲ ଗିରଫ ହୁଅନ୍ତି, ତା’ହେଲେ ସେ ଜେଲରେ ରହି ସରକାର ଚଳାଇବେ ବୋଲି ଆଜି ଆପ୍‌ ପକ୍ଷରୁ କୁହାଯାଇଛି।

Advertisment

ଅବକାରୀ ନୀତି ଘଟଣାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ଘଟଣାରେ ଇଡି ପକ୍ଷରୁ କେଜ୍ରିୱାଲଙ୍କୁ ସମନ ମଧ୍ୟ କରାଯାଇଥିଲା। ହେଲେ ସେ ହାଜର ହୋଇନାହାନ୍ତି। ପୂର୍ବରୁ ଅନେକ ଆପ ନେତାଙ୍କୁ ଇଡି ଏହି ତଥାକଥିତ ଦୁର୍ନୀତି ଘଟଣାରେ ଗିରଫ କରିଥିବାରୁ କେଜ୍ରିୱାଲଙ୍କୁ ମଧ୍ୟ ଜେଲ ଯିବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର କେଜ୍ରିୱାଲଙ୍କୁ ଜେଲରେ ଭର୍ତ୍ତି କରିବାକୁ ଏପରି ଷଡ଼ଯନ୍ତ୍ର କରିଥିବା ଆପ ଅଭିଯୋଗ କରିଛି।

ଇଡି ଜଣଙ୍କ ପରେ ଜଣେ ଆପ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଆଜି ଦଳ ପକ୍ଷରୁ ଦିଲ୍ଲୀରେ ବିଧାୟକ ଦଳ ବୈଠକ ବସିଥିଲା। ବୈଠକର ଅଧ୍ୟକ୍ଷତା ଅରବିନ୍ଦ କେଜ୍ରିୱାଲ କରିଥିଲେ। ବୈଠକ ପରେ ଦିଲ୍ଲୀର ମନ୍ତ୍ରୀ ଅତିଶୀ କହିଛନ୍ତି, ଇଡି ସମନ କରିଥିଲେ ବି ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ନ ଦେବାକୁ ସମସ୍ତ ବିଧାୟକ କହିଛନ୍ତି।

Advertisment

ଆମେ ତାଙ୍କୁ ଇସ୍ତଫା ନ ଦେବାକୁ କହିଛୁ। କାରଣ କେଜ୍ରିୱାଲଙ୍କୁ ଦିଲ୍ଲୀର ଲୋକମାନେ ଭୋଟ ଦେଇ ନିର୍ବାଚିତ କରିଛନ୍ତି। ଯଦି ବି ସେ ଗିରଫ ହୋଇ ଜେଲ ଯାଆନ୍ତି, ତଥାପି ଅରବିନ୍ଦ କେଜ୍ରିୱାଲ ହିଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ। ଜେଲରେ କ୍ୟାବିନେଟ ବୈଠକ କରିବାକୁ ଆପ୍‌ କୋର୍ଟଙ୍କୁ ଅନୁରୋଧ କରିବ। ଜେଲ ଭିତରୁ ଦିଲ୍ଲୀ ସରକାର ଲୋକଙ୍କ ପାଇଁ କାମ କରିବ ବୋଲି ସେ କହିଛନ୍ତି।

ଆଜି କେଜ୍ରିୱାଲ ବିଧାୟକମାନଙ୍କ ସହ ବୈଠକ କରିଥିବା ବେଳେ ଖୁବଶୀଘ୍ର କାଉନସିଲରମାନଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଆପ ପକ୍ଷରୁ କୁହାଯାଇଛି।

Arvind Kejriwal ED Raid AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe