Advertisment

ଆସ୍ଥା ଭୋଟ୍ ଜିତି ବର୍ଷିଲେ କେଜ୍ରିୱାଲ; କହିଲେ ଆପ୍ ବିଜେପି ପାଇଁ ବଡ଼ ଭୟ

ନିଜ ଆଡୁ ଆସ୍ଥା ଭୋଟ୍ ପ୍ରସ୍ଥାବ ଆଣି ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି କେଜ୍ରିୱାଲ।

ଅଦ୍ୟତନ ହୋଇଛି
undefined

Arvind Kejriwal

Advertisment

ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ନିଜ ଆଡୁ ଆସ୍ଥା ଭୋଟ୍ ପ୍ରସ୍ଥାବ ଆଣି ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ ପାଖରେ ୬୨ଟି ଆସନ ଥିବା ପ୍ରମାଣ ଦେଇଛନ୍ତି। ବିଧାନସଭାରେ ଶକ୍ତି ପ୍ରଦର୍ଶନ ପରେ ବିଜେପି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଆପ୍ ପୂଣ୍ୟର ରାଜନୀତି କରୁଛି, ବିଜେପି ପାପର ରାଜନୀତି କରୁଛି ବୋଲି କେଜ୍ରିୱାଲ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ବିଜେପିର ଭବିଷ୍ୟତ ବିପଦରେ। ସେଥିପାଇଁ ସେମାନେ ଆମକୁ ଭୟ କରୁଛନ୍ତି। କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ସେମାନେ ଆମକୁ ହଇରାଣ କରିଥିଲେ। କିନ୍ତୁ ୨୦୨୦ ଦିଲ୍ଲୀ ନିର୍ବାଚନରେ ​​୭୦ଟି ସିଟ୍ ମଧ୍ୟରୁ ଆପ୍ ପାଖକୁ ୬୨ଟି ଆସିଥିଲା। ଆଗକୁ ସେମାନେ ଦିଲ୍ଲୀର ପରାଜୟ ହଜମ କରିପାରିବେନି। ଗୋଟିଏ ରାଜ୍ୟରେ ବିଜେପି ମାଗଣା ବିଦ୍ୟୁତ୍ ଦେଇକି ଦେଖୁ, ଆପ୍ ପଞ୍ଜାବ ଏବଂ ଦିଲ୍ଲୀରେ ବିଦ୍ୟୁତ କାଟ୍ ଶୂନ୍ୟ କରିଦେଇଛି। ବିଜେପିକୁ ଆହ୍ୱାନ କରୁଛି ଗୁଜୁରାଟର ୧୦ଟି ବିଦ୍ୟାଳୟର ଉନ୍ନତି ଆଣିକି ଦେଖାଉ ବୋଲି କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ କହିଛନ୍ତି, ଆମେ ଅତି ସାମାନ୍ୟ ଲୋକ, ଆମର କୌଣସି ସ୍ଥିତି ନଥିଲା। ଆମ ବିରୋଧରେ ବଡ ଷଡଯନ୍ତ୍ର କରାଯାଉଛି। କିନ୍ତୁ ଆମେ ଦୃଢ ଭାବରେ ଠିଆ ହୋଇଛୁ। କାରଣ କୋଟି କୋଟି ଲୋକଙ୍କ ପ୍ରାର୍ଥନା ଆମ ସହିତ ଅଛି। ବିଜେପି ସହ କେବଳ ଅଭିଶାପ ରହିଛି। ଯେକୌଣସି ବ୍ୟକ୍ତିଙ୍କ ଘରେ ରେଡ୍ କରୁଛନ୍ତି, ଗୋଟିଏ ବି ଟଙ୍କା ପାଉନାହାନ୍ତି। ଆମର ସମ୍ପତ୍ତି ଲୋକମାନଙ୍କ ହୃଦୟରେ ଅଛି, ଆପଣ ଯେଉଁଠାରେ ଖୋଜୁଛନ୍ତି, ସେଠାରେ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, "ଆମ୍ ଆଦମୀ ପାର୍ଟି ପୁଣ୍ୟର ରାଜନୀତି କରେ, ବିଜେପି ପାପ ରାଜନୀତି କରେ। ଲୋକେ କଣ ଚାହୁଁଛନ୍ତି, ସେମାନଙ୍କୁ ସ୍ଥିର କରିବାକୁ ପଡିବ। ବିଜେପି ୨୦୨୪ ନିର୍ବାଚନ ଜିତିବା ପରେ ଦିଲ୍ଲୀ ବିଧାନସଭାକୁ ରଦ୍ଦ କରିବାକୁ ଚାହୁଁଛି। ଦିଲ୍ଲୀ କାହା ବାପାର ସମ୍ପତ୍ତି କି?, ଯିଏ ବିଧାନସଭାକୁ ଶେଷ କରିଦେବ।"

Bjp Arvind Kejriwal Trust Vote Delhi Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe