ସରିଲା ପ୍ରଚାର: ଅଡ଼ୁଆ କରିଛି ଜାତି ଓ ବିଦେଶିନୀ ପ୍ରସଙ୍ଗ, ଚାପରେ ବିଜେଡି

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଥିବା ହାଇଭୋଲଟେଜ୍ ପ୍ରଚାର ଆଜି ଅପରାହ୍ନରେ ଶେଷ ହୋଇଛି । ପଦ୍ମପୁର ଆସନ ଜିତିବାକୁ ବିଜେଡି ନିଜର ସବୁ କଳବଳକୌଶଳ ଲଗାଇବା ସହ ୩ବର୍ଷ ପରେ ପ୍ରଥମଥର ପାଇଁ ନିଜର ଟ୍ରମ୍ପ କାର୍ଡ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବା ଏବଂ ୧୫ ମନ୍ତ୍ରୀ, ୬୦ରୁ ଅଧିକ ବିଧାୟକ ଓ ଶତାଧିକ ନେତାଙ୍କୁ ନିର୍ବାଚନୀ ପରିଚାଳନା ଦାୟିତ୍ୱ ଦେଇ ମଧ୍ୟ ଏହି ଉପନିର୍ବାଚନ ଜିତିବାକୁ ନେଇ ଦଳ ନିଶ୍ଚିତ […]

Padampur

Padampur

Ordigital Desk
  • Published: Saturday, 03 December 2022
  • Updated: 03 December 2022, 07:22 PM IST

Sports

Latest News

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଥିବା ହାଇଭୋଲଟେଜ୍ ପ୍ରଚାର ଆଜି ଅପରାହ୍ନରେ ଶେଷ ହୋଇଛି । ପଦ୍ମପୁର ଆସନ ଜିତିବାକୁ ବିଜେଡି ନିଜର ସବୁ କଳବଳକୌଶଳ ଲଗାଇବା ସହ ୩ବର୍ଷ ପରେ ପ୍ରଥମଥର ପାଇଁ ନିଜର ଟ୍ରମ୍ପ କାର୍ଡ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବା ଏବଂ ୧୫ ମନ୍ତ୍ରୀ, ୬୦ରୁ ଅଧିକ ବିଧାୟକ ଓ ଶତାଧିକ ନେତାଙ୍କୁ ନିର୍ବାଚନୀ ପରିଚାଳନା ଦାୟିତ୍ୱ ଦେଇ ମଧ୍ୟ ଏହି ଉପନିର୍ବାଚନ ଜିତିବାକୁ ନେଇ ଦଳ ନିଶ୍ଚିତ ହୋଇପାରୁନି । ବିଜେଡିର ଆଚରଣ ଓ ଉଚ୍ଚାରଣରେ ହିଁ ଦଳ କେତେ ଭୟଭୀତ ଅଛି ତା’ର ପ୍ରତିଫଳନ ହେଉଛି । ପଦ୍ମପୁର ନିର୍ବାଚନ ପ୍ରସଙ୍ଗକୁ ନେଇ ଭୁବନେଶ୍ୱରରେ ବିଜେଡି ମହିଳା ୟୁନିଟ୍ ଦ୍ୱାରା ବିଜେପି ନେତାମାନଙ୍କ କୁଶପୁତଳିକା ଦାହ ଏବଂ ଭୁବନେଶ୍ୱରରେ ଗୋଟିଏ ଦିନରେ ୨ଟି ସାମ୍ବାଦିକ ସମ୍ମିଳନୀ ଆଦିରୁ ବିଜେଡି କେତେ ଆଶଙ୍କିତ ତାହା ପରୋକ୍ଷରେ ପ୍ରମାଣିତ ହୋଇଛି । ଏପଟେ ଶେଷଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ଶୋ’ ଓ ଜନସଭା କରାଇ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବାବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆଜି ନିର୍ବାଚନୀ ମଇଦାନରେ ଦେଖିବାକୁ ମିଳିନି । ବର୍ଷାଙ୍କ ଜାତି ଓ ବିଦେଶିନୀ ପ୍ରସଙ୍ଗକୁ ବିଜେପି ଜୋରଦାର ଢଙ୍ଗରେ ଉଠାଉଥିବାବେଳେ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ଏହାର ପ୍ରଭାବ ଅନୁଭୂତ ହେଉଥିବାରୁ ବିଜେଡି ଏବେ ଚାପ ଓ ଆଶଙ୍କା ମଧ୍ୟରେ ରହିଥିବା ଜଣାପଡ଼ିଛି ।

ପଦ୍ମପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳ ବୁଲିବା ପରେ ମିଳିଥିବା ତଥ୍ୟ ଅନୁସାରେ, ନିର୍ବାଚନୀ ପରିଚାଳନା ଦାୟିତ୍ୱରେ ଥିବା ବିଜେଡିର ଉପକୂଳ ଓଡ଼ିଶାର ନେତା-ମନ୍ତ୍ରୀମାନଙ୍କର ମାମଲାତି ଏବଂ ଶ୍ରେୟ ନେବା ପାଇଁ ସୁଶାନ୍ତ ସିଂ ଓ ନବ ଦାସଙ୍କ ମଧ୍ୟରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ସ୍ଥାନୀୟ ବିଜେଡି କର୍ମୀମାନେ ଅସନ୍ତୁଷ୍ଟ ଅଛନ୍ତି । ଯାହାର ପ୍ରଭାବ ଆଜି ରାତିଠୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ପର୍ଯ୍ୟନ୍ତ ଅବଧି ବା ‘ଡ୍ରାଏ ଡେ’ ମଧ୍ୟରେ ବିଶେଷ ଭାବେ ତୃଣମୂଳସ୍ତରରେ ଅନୁଭୂତ ହେବାର ସମ୍ଭାବନା ବେଶୀ । ପଦ୍ମପୁର ଓ ପାଇକମାଳର ୨୨ଟି ଲେଖାଏଁ ପଂଚାୟତ ଏବଂ ଝାରବନ୍ଧର ୧୪ଟି ପଂଚାୟତ ସମେତ ପଦ୍ମପୁର ଏନଏସିର ୧୧ଟି ୱାର୍ଡର ଭୋଟରଙ୍କୁ ହାତେଇବାକୁ ବିଜେଡି ନେତାମାନେ ସବୁପ୍ରକାର ପ୍ରୟାସ କରିଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କେତେ ଭୋଟ୍ ପଡ଼ିବ ତାକୁ ନେଇ ସ୍ଥିର ନିଶ୍ଚିତ କିମ୍ବା ଆକଳନ କରିପାରୁନି । ୨୦୧୯ ବିଜେପୁର ଉପନିର୍ବାଚନ ପରଠୁ ପ୍ରଚାର ମଇଦାନରୁ ଦୂରେଇ ରହୁଥିବା ଦଳର ଟ୍ରମ୍ପକାର୍ଡ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଦ୍ମପୁରରେ ପ୍ରଚାର ମଇଦାନକୁ ଓହ୍ଲାଇ ମଧ୍ୟ ବିଜେଡି ନିଜର ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବିଜୟକୁ ନେଇ ନିଶ୍ଚିତ ହୋଇପାରୁନି । ତେବେ ବିଜେଡି ସବୁ ପରେ ବି କାହିଁକି ପଦ୍ମପୁରକୁ ନେଇ ନିଶ୍ଚିତ ହୋଇପାରୁନି, ତା’ର ପ୍ରମୁଖ କାରଣଗୁଡ଼ିକ ହେଲା-

୧- ବର୍ଷା ନିଜ ଜାତି ବାହାରେ ବିବାହ କରିବା ଓ ଉପକୂଳ ଓଡ଼ିଶାର ବୋହୂ ହେବା ପ୍ରସଙ୍ଗକୁ ନେଇ ସ୍ଥାନୀୟ ଭୋଟର ନିରବ ଥିଲେ ମଧ୍ୟ ଏହାକୁ ସହଜରେ ହଜମ କରିପାରୁନାହାନ୍ତି । ଆଉ ଲୋକଙ୍କ ମତିଗତିକୁ ଦେଖି ବିଜେପି ନେତାମାନେ ମଧ୍ୟ ଏହି ପ୍ରସଙ୍ଗକୁ ଜୋରସୋରରେ ଉଠାଇବାରେ ଲାଗିଛନ୍ତି । ପଦ୍ମପୁରରେ ସାମାଜିକ ପ୍ରଥା ଓ ଉପକୂଳ ଓଡ଼ିଶାର ବୋହୂ ସାଧାରଣ ଭୋଟରଙ୍କୁ ବେଶ୍ ପ୍ରଭାବିତ କରିଛି ।

୨- ବରିହା ପରିବାର ପ୍ରତି ତାଙ୍କ ‘ବିଂଝାଲ’ ସମାଜରେ ଥିବା ସମର୍ଥନ ଓ ସହାନୁଭୂତିକୁ ଆଶାନୁରୂପ ଢଙ୍ଗରେ ହାତେଇବାରେ ବର୍ଷା ସକ୍ଷମ ହୋଇପାରୁନାହାନ୍ତି । ଯଦିଓ ବିଂଝାଲ ସମାଜର ନେତୃସ୍ଥାନୀୟ ଲୋକେ ବର୍ଷାଙ୍କୁ ସମର୍ଥନ କରୁଛନ୍ତି, କିନ୍ତୁ ଅନ୍ୟ ଜାତିରେ ବିବାହ କରିଥିବାର କ୍ଷୋଭ ଏବେବି ବିଂଝାଲ ସମାଜର ସାଧାରଣ ଭୋଟରଙ୍କୁ ଅତିଷ୍ଠ କରିଛି । ଝାରବନ୍ଧରେ ୪୦%, ପାଇକମାଳରେ ୩୫.୫% ଓ ପଦ୍ମପୁରରେ ୨୪% ହେଉଛନ୍ତି ଆଦିବାସୀ ଭୋଟର । ଯାହା ବିଜେଡି ଓ ବର୍ଷାଙ୍କ ପାଇଁ ଚିନ୍ତାର ବିଷୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story