Advertisment

ରାହୁଲ ଗାନ୍ଧିଙ୍କୁ ହାଇଦ୍ରାବାଦରୁ ଲଢ଼ିବାକୁ ଚ୍ୟାଲେଞ୍ଜ କଲେ ଓୱେସୀ

ଆସନ୍ତା ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ୱାୟନାଡ ବଦଳରେ ହାଇଦ୍ରାବାଦରୁ ପ୍ରାର୍ଥୀ ହୋଇ ଦେଖାନ୍ତୁ ବୋଲି ଓୱେସୀ ଆହ୍ୱାନ ଦେଇଛନ୍ତି।

Rahul Gandhi

Rahul Gandhi

Advertisment

ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ୱାୟନାଡ ବଦଳରେ ହାଇଦ୍ରାବାଦରୁ ପ୍ରାର୍ଥୀ ହୋଇ ଦେଖାନ୍ତୁ ବୋଲି ଓୱେସୀ ଆହ୍ୱାନ ଦେଇଛନ୍ତି।

Advertisment

ହାଇଦ୍ରାବାଦରେ ଆୟୋଜିତ ଜନସଭାରେ ଓୱେସୀ କହିଛନ୍ତି ଯେ “କଂଗ୍ରେସ କ୍ଷମତାରେ ଥିବା ବେଳେ ଉତ୍ତର ପ୍ରଦେଶର ବାବ୍ରୀ ମସଜିଦକୁ ଧ୍ୱଂସ କରାଯାଇଥିଲା। ମୁଁ ଆପଣଙ୍କ(କଂଗ୍ରେସ ନେତା ରାହୁଲ ଗାନ୍ଧି) ନେତାଙ୍କୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି ଯେ ସେ ୱାୟନାଡ ବଦଳରେ ହାଇଦ୍ରାବାଦରୁ ନିର୍ବାଚନ ଲଢ଼ି ଦେଖାନ୍ତୁ।

ଆପଣ ବଡ଼ବଡ଼ ବୟାନ ସବୁ ଦେଉଛନ୍ତି। ତେଣୁ ତୃଣମୂଳ ସ୍ତରକୁ ଆସନ୍ତୁ ଓ ମୋ ବିରୋଧରେ ଲଢ଼ନ୍ତୁ। କଂଗ୍ରେସର ଲୋକମାନେ ଅନେକ କଥା କହିବେ। କିନ୍ତୁ ମୁଁ ସବୁ ଲଢ଼େଇ ପାଇଁ ପ୍ରସ୍ତୁତ। କଂଗ୍ରେସ ଶାସନ ସମୟରେ ବାବ୍ରୀ ମସଜିଦ ଓ ସଚିବାଳୟର ମସିଜିଦକୁ ଭାଙ୍ଗି ଦିଆଯାଇଥିଲା।”

Advertisment

ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କଂଗ୍ରେସ ଓ ଏଆଇଏମଆଇଏମ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଚଳିତ ମାସରେ ରାହୁଲ ଗାନ୍ଧି ତେଲେଙ୍ଗାନାର ବିଜୟଭେରି ସଭାରେ ସମ୍ବୋଧନ କରିବା ବେଳେ ବିଜେପି, ବିଆରଏସ ଓ ଏଆଇଏମଆଇଏମ ଏକାଠି କାମ କରୁଥିବା ଅଭିଯୋଗ କରିଥିଲେ।

ସେ କହିଥିଲେ, “ତେଲେଙ୍ଗାନାରେ କଂଗ୍ରେସ କେବଳ ବିଆରଏସ୍‌ ବିରୋଧରେ ନୁହେଁ, ବରଂ ବିଆରଏସ, ବିଜେପି ଓ ଏଆଇଏମଆଇ ମିଳିତ ଭାବେ କରିଥିବା ମେଣ୍ଟ ବିରୋଧରେ ଲଢ଼ୁଛି। ସେମାନେ ନିଜକୁ ନିଜେ ଭିନ୍ନ ଭିନ୍ନ ରାଜନୀତିକ ଦଳ କହିପାରନ୍ତି। କିନ୍ତୁ ସେମାନେ ଏକାଠି ଅଛନ୍ତି।”

ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କିମ୍ବା ଓୱେସୀଙ୍କ ବିରୋଧରେ ସିବିଆଇ-ଇଡି ମାମଲା କାହିଁକି ନାହିଁ ବୋଲି ମଧ୍ୟ ରାହୁଲ ଗାନ୍ଧି ପ୍ରଶ୍ନ କରିଥିଲେ। ବାସ ରାହୁଲଙ୍କ ଏପରି ବୟାନ ପରେ ଓୱେସୀ ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

Rahul Gandhi Hyderabad Asaduddin Owaisi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe