Advertisment

ଅନାସ୍ଥା ପ୍ରସ୍ତାବ: କୁଳଭୂଷଣ ଯାଦବଙ୍କ ପ୍ରସଙ୍ଗ ଉଠାଇଲେ ଓୱେସୀ

ସେ ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏଥିସହ ପାକିସ୍ତାନ ଜେଲରେ ଦୀର୍ଘ ବର୍ଷ ହେଲା ବନ୍ଦୀ ଜୀବନ କାଟୁଥିବା କୁଲଭୂଷଣ ଯାଦବଙ୍କ କଥା ଉଠାଇଛନ୍ତି।

Lok Sabha

Lok Sabha

Advertisment

ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ତୃତୀୟ ଦିନରେ ପହଞ୍ଚିଛି। ବିରୋଧୀ ଦଳ ଗୁଡ଼ିକ ମଣିପର ପ୍ରସଙ୍ଗ ଉଠାଉଥିବା ବେଳେ ଶାସକ ଦଳ ନିଜର ସଫଳତା ବଖାଣିବାରେ ଲାଗିଛନ୍ତି। ଏସବୁ ଭିତରେ ଆଜି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ସମସ୍ତେ ଉଠାଇ ନଥିବା ପ୍ରସଙ୍ଗ ଉଠାଇଛନ୍ତି।

Advertisment

ସେ ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏଥିସହ ପାକିସ୍ତାନ ଜେଲରେ ଦୀର୍ଘ ବର୍ଷ ହେଲା ବନ୍ଦୀ ଜୀବନ କାଟୁଥିବା କୁଲଭୂଷଣ ଯାଦବଙ୍କ କଥା ଉଠାଇଛନ୍ତି।

ଓୱେସୀ କହିଛନ୍ତି, “ଆଜି ସରକାର ଚାଇନା ଉପରେ କିଛି କହୁ ନାହାନ୍ତି। କୁଲଭୂଷଣ ଯାଦବ କେଉଁଠି ଅଛନ୍ତି? ସେ ପାକିସ୍ତାନରେ ଅଛନ୍ତି। ଆପଣ ତାଙ୍କୁ କାହିଁକି ଭାରତ ଆଣୁ ନାହାନ୍ତି? ଆପଣ ନିଜକୁ ବିଶ୍ୱଗୁରୁ-ବିଶ୍ୱଗୁରୁ କହୁଛନ୍ତି। କିନ୍ତୁ ଆପଣ କୁଳଭୂଷଣ ଯାଦବଙ୍କୁ ଭୁଲି ଯାଇଛନ୍ତି।

Advertisment

କତାର୍‌ରେ ଦୀର୍ଘ ଗୋଟିଏ ବର୍ଷ ହେଲାଣି ୮ ଜଣ ନୌସେନା ଅଫିସର ଜେଲରେ ଅଛନ୍ତି। କିନ୍ତୁ ଆପଣ ସେମାନଙ୍କୁ ଆଣି ପାରୁ ନାହାନ୍ତି। ୧୯୯୧ ପୂଜାର୍ଚ୍ଚନା ଆଇନ ଏଠାରେ ପାରିତ କରାଯାଇଥିଲା। କାରଣ ଥିଲା ଇତିହାସର କ୍ଷତକୁ କେହି ଯେମିତି ସାମ୍ନାକୁ ନ ଆଣନ୍ତୁ। ହେଲେ ଆଜି କ’ଣ ହେଉଛି? ମୁଁ ଆପଣଙ୍କୁ ସତର୍କ କରାଇ ଦେବାକୁ ଚାହୁଁଛି ଯେ ଦେଶକୁ ଘୃଣା ଆଡ଼କୁ ଆଦୌ ନିଅନ୍ତୁ ନାହିଁ।”

ଓୱେସୀ ଆହୁରି କହିଛନ୍ତି, ନୁହ୍‌ରେ ପ୍ରତିଷ୍ଠାନଗୁଡ଼ିକ ଭାଙ୍ଗି ଦିଆଯାଇଛି। ଏହି ଦେଶର ଆତ୍ମା  କୁଆଡ଼େ ଗଲା? ମୁଁ ପଚାରିବାକୁ ଚାହୁଁଛି ଯେ ବିଲକିସ ବାନୋ ଏ ଦେଶର ଝିଅ କି ନୁହନ୍ତି? ଆପଣ ତାଙ୍କର ଦୋଷୀମାନଙ୍କୁ ଖଲାସ କରିଛନ୍ତି।

ଆପଣ ସଂଖ୍ୟାବହୁଳ ତୁଷ୍ଟୀକରଣ ରାଜନୀତି କରୁଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହୁଥିଲେ ସମସ୍ୟା ସୀମାରେ ନୁହେଁ, ଦିଲ୍ଲୀରେ ରହିଛି। କିନ୍ତୁ ଆଜି ସେ ଚାଇନ ସମ୍ପର୍କରେ କାହିଁକି କହୁ ନାହାନ୍ତି? ଅହମଦାବାଦରେ ଚାଇନା ରାଷ୍ଟ୍ରପତିଙ୍କୁ ଆପଣ ଡାକି ଝୁଲାଇଥିଲେ। ଏହାର ପରିଣାମ କ’ଣ ହେଲା ବୋଲି ଓୱେସୀ ପଚାରିଥିଲେ।

Asaduddin Owaisi Parliament No Confidence Motion Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe