Advertisment

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଅଭିମାନ, ଟ୍ୱିଟ୍ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ କଲେ ସ୍ୱାଗତ

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କାର୍ଯ୍ୟସୂଚିକୁ ବାଦ୍ ଦିଆଯାଇଥିବା ଅଭିଯୋଗ। ଟ୍ୱିଟ୍ ଯୋଗେ ଏପରି କହିଲେ ମୁଖ୍ୟମନ୍ତ୍ରୀ।

ଅଦ୍ୟତନ ହୋଇଛି
Ashok Gehlot Acusses PMO of Removing Welcome Address To PM Modi

Ashok Gehlot Acusses PMO of Removing Welcome Address To PM Modi

Advertisment

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଲ୍ଲେଖ କରି ଗେହଲଟ ଏକ ଲମ୍ବା ଟ୍ୱିଟ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଏକ ଅଭିମାନ ଓ କ୍ଷୋଭ ଭରା ଟ୍ୱିଟ୍ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉଦବୋଧନ ଦେବା କାର୍ଯ୍ୟସୂଚୀ ବାଦ୍ ପଡ଼ିଥିବାରୁ ସେ ଏହି ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ ଯୋଗେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ ବୋଲି ମନା କରିଦେଇଛନ୍ତି। ସେ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ରାଜ୍ୟର କେତେକ ଦାବି ଉଲ୍ଲେଖ କରିଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନ ଗସ୍ତ କରିଛନ୍ତି। ଏହି ଅବସରରେ ରାଜସ୍ଥାନବାସୀଙ୍କୁ କିସାନ ସମ୍ମାନ ନିଧି ଯୋଜନାର ନଅ କୋଟି ଚାଷୀଙ୍କୁ ୧୪ଶ କିସ୍ତି ପ୍ରଦାନ କରିବେ। ଏହା ବ୍ୟତୀତ ସେ ୧.୨୫ ଲକ୍ଷ ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧି କେନ୍ଦ୍ରର ଆରମ୍ଭ କରିବେ, ୟୁରିଆ ଗୋଲ୍ଡ ଲଞ୍ଚ ଏବଂ ରାଜସ୍ଥାନବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ୩ ମିନିଟର ସମ୍ବୋଧନ କାର୍ଯ୍ୟକ୍ରମକୁ ହଟାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ।

Advertisment

ସେ ଏନେଇ ଏକ ଟୁଇଟ୍ କରି କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୋର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀକୁ ହଟାଇ ଦେଇଛି। ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦାନ କରିପାରିବି ନାହିଁ। ତେଣୁ ମୁଁ ଏହି ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରୁଛି ଏବଂ ମୋର କେତେକ ଦାବି ଉପସ୍ଥାପନ କରୁଛି।" ସେପଟେ ଏହାର ପ୍ରତିକ୍ରିୟା ରଥିଛି ପିଏମଓ କାର୍ଯ୍ୟାଳୟ। ପିଏମଓ କାର୍ଯ୍ୟାଳୟ କହିଛି ଯେ, "ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ନିମନ୍ତ୍ରଣ ହୋଇଛି। ସିକରରେ ଦୁଇଟି ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗୋଟିଏ ହେଉଛି ସରକାରୀ କାର୍ଯ୍ୟକ୍ରମ ଏବଂ ଅନ୍ୟଟି ପାର୍ଟି ଇଭେଣ୍ଟ। ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯେଉଁଥିରେ ଗେହଲଟ୍ ଅଂଶଗ୍ରହଣ କରିପାରିବେ। ଆପଣଙ୍କର ଯୋଗଦାନ ନିହାତି ଆବଶ୍ୟକ। ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ମଧ୍ୟ ଆପଣଙ୍କ ନାମ ଉଲ୍ଲେଖ ରହିଛି।" 

ଅନ୍ୟପଟେ ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ପହଞ୍ଚି ପ୍ରୋଟକଲକୁ ନେଇ ହୋଇଥିବା ଅବ୍ୟବସ୍ଥାର ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ତାଙ୍କ ଗୋଡରେ ଆଘାତ କାରଣରୁ ସେ ଆସିପାରି ନାହାନ୍ତି। ମୁଁ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ଏବଂ ରାଜସ୍ଥାନକୁ ନୂଆ ଉପହାର ଦେଉଥିବାରୁ ଶୁଭକାମନା ଜଣାଉଛି।"

Ashok Gehlot Political News PM Modi On Rajasthan Rajasthan News Narendra Modi Rajasthan Visit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe