Advertisment

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ଗେହଲଟ

ସେ ରାଜ୍ୟପାଳ କଲରାଜ ମିଶ୍ରାଙ୍କୁ ସାକ୍ଷାତ କରି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ଏହାର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

author-image
Hemant Lenka
Congress

Congress

ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଛି। କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି ଦମଦାର ଢଙ୍ଗରେ କ୍ଷମତା ଦଖଲ କରିଛି। ରାଜସ୍ଥାନର ୧୯୯ ବିଧାନସଭା ଆସନରୁ ବିଜେପି ୧୧୬ଟିରେ ଜିତିଥିବା ବେଳେ କଂଗ୍ରେସ ୬୮ ଓ ଅନ୍ୟାନ୍ୟ ଦଳ ୧୫ଟି ଆସନ କବାଜ କରିଛନ୍ତି।

Advertisment

କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ହାରିବା ସୁନିଶ୍ଚି ହୋଇଯିବାରୁ ମୁଖ୍ୟମନ୍ତ୍ରୀ ଗେହଲଟ ଆଜି ସନ୍ଧ୍ୟାରେ ରାଜଭବନରେ ପହଞ୍ଚିଥିଲେ।

ଏହାପରେ ସେ ରାଜ୍ୟପାଳ କଲରାଜ ମିଶ୍ରାଙ୍କୁ ସାକ୍ଷାତ କରି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ଏହାର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Advertisment

କଂଗ୍ରେସ ରାଜସ୍ଥାନରେ ହାରିଥିଲେ ମଧ୍ୟ ଗେହଲଟ ତାଙ୍କ ପାରମ୍ପରିକ ଆସନ ସରଦାରପୁରରୁ ଜିତିଛନ୍ତି। ଏହାକୁ ମିଶାଇ ୯ମ ଥର ପାଇଁ ଗେହଲଟ ଉକ୍ତ ଆସନରୁ ଜିତିବାର ରେକର୍ଡ କରିଛନ୍ତି। ଗେହଲଟ ୨୬,୩୯୬ ଭୋଟରେ ବିଜେପିର ପ୍ରଫେସର ମହେନ୍ଦ୍ର ରାଠୋରଙ୍କୁ ପରାସ୍ତ କରିଛନ୍ତି।

ମହେନ୍ଦ୍ର ରାଠୋର୍‌ଙ୍କୁ ୬୮,୫୨୧ ଭୋଟ୍‌ ମିଳିଥିବା ବେଳେ ଅଶୋକ ଗେହଲଟଙ୍କୁ ୯୫ ହଜାର ୪୦୯ଟି ଭୋଟ ମିଳିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୧୯୯୯, ୨୦୦୩, ୨୦୦୮, ୨୦୧୩, ୨୦୧୮ରେ ଲଗାତର ସରଦାରପୁର ଆସନରେ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି।

Ashok Gehlot Rajasthan Election Election Results