Advertisment

ବିଜେଡିର ବିଜ୍ଞାପନକୁ କାଉଣ୍ଟର କଲେ ଅଶ୍ୱିନୀ ବୈଷ୍ଣବ, ଦେଲେ ତଥ୍ୟ

ଗତ ୬ ବର୍ଷରେ ରାଜ୍ୟରେ ନୂଆ ରେଳଲାଇନ ହୋଇନଥିବା ବିଜେଡି ବିଜ୍ଞାପନରେ ଉଲ୍ଲେଖ କରିଥିବା ବେଳେ, ସତ ହେଉଛି ଗତ ୧୦ ବର୍ଷରେ ଓଡ଼ିଶାରେ ନରେନ୍ଦ୍ର ମୋଦି ସରକାର ୧୮୨୬ କିଲୋମିଟର ରେଲୱେ ଲାଇନ ନିର୍ମାଣ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ଅଶ୍ୱିନୀ।

author-image
Biswajit Samal
ଅଦ୍ୟତନ ହୋଇଛି
ashwini vaishnaw

ashwini vaishnaw

ବିଜେଡିର ବିଜ୍ଞାପନକୁ କାଉଣ୍ଟର କଲେ ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ବିଭିନ୍ନ ଛାପା ଗଣମାଧ୍ୟମରେ କେନ୍ଦ୍ର ସରକାର ଓଡ଼ିଶାକୁ ଉପେକ୍ଷା କରିଥିବା ନେଇ ବିଜ୍ଞାପନ ଦେଇଛି ବିଜେଡି। ତେବେ ଏହାର ସତ୍ୟତା କେତେ, ତାହା ତଥ୍ୟ ସହିତ ଶୋସାଲ ମିଡିଆ 'ଏକ୍ସ'ରେ ଉଲ୍ଲେଖ କରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି ଅଶ୍ୱିନୀ ବୈଷ୍ଣବ।

Advertisment

ଗତ ୬ ବର୍ଷରେ ରାଜ୍ୟରେ ନୂଆ ରେଳଲାଇନ ହୋଇନଥିବା ବିଜେଡି ବିଜ୍ଞାପନରେ ଉଲ୍ଲେଖ କରିଥିବା ବେଳେ, ସତ ହେଉଛି ଗତ ୧୦ ବର୍ଷରେ ଓଡ଼ିଶାରେ ନରେନ୍ଦ୍ର ମୋଦି ସରକାର ୧୮୨୬ କିଲୋମିଟର ରେଲୱେ ଲାଇନ ନିର୍ମାଣ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ଅଶ୍ୱିନୀ। ୧୦ ବର୍ଷରେ ରାଜ୍ୟରେ ଯେତେ ରେଲୱେ ଲାଇନ ନିର୍ମାଣ ହୋଇଛି ତାହା ଶ୍ରୀଲଙ୍କାର ସମଗ୍ର ରେଲୱେ ନେଟୱର୍କଠାରୁ ଅଧିକ ବୋଲି ସେ ଲେଖିଛନ୍ତି।

ସେହିପରି ଓଡ଼ିଶାରେ ମୋବାଇଲ ନେଟୱର୍କ ଦୁର୍ବଳ ଥିବା ବିଜେଡି ବିଜ୍ଞାପନରେ ଉଲ୍ଲେଖ କରିଛି। ତେବେ ଏହାକୁ ବି ଅଶ୍ୱିନୀ କାଉଣ୍ଟର କରି ତଥ୍ୟ ସହ ସତ୍ୟ ଉପସ୍ଥାପନ କରିଛନ୍ତି। ୨୦୧୪ରେ ଓଡ଼ିଶାରେ ୭ ହଜାର ୫୬୨ ମୋବାଇଲ ଟାୱାର ଥିବା ବେଳେ ୨୦୨୪ରେ ରାଜ୍ୟରେ ମୋବାଇଲ ଟାୱାର ସଂଖ୍ୟା ୨୮ ହଜାର ୨୭୪ରେ ପହଞ୍ଚିଛି। ଏହା ୨୦୧୪ ତୁଳନାରେ ପ୍ରାୟ ୪ ଗୁଣ ଅଧିକ ବୋଲି ଦର୍ଶାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

BjD Bjp Ashwini Vaishnav