Advertisment

‘ଅଶ୍ୱିନୀ ବୈଷ୍ଣବଜୀ ମୋର ବହୁତ ପ୍ରିୟ ସାଙ୍ଗ, ବ୍ୟାଚ୍‌ମେଟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ମନ୍ତ୍ରୀ ପଦ ମିଳିଛି। ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ତଥା ଜାତୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରିବାକୁ ଯାଇ ଅପରାଜିତା କହିଛନ୍ତି, ସେ ମୋର ପ୍ରିୟ ସାଙ୍ଗ ଓ ବ୍ୟାଚ୍‌ମେଟ୍‌। ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀମତି ଷଡଙ୍ଗୀ କହିଛନ୍ତି, ନିଶ୍ଚିତ ଆନନ୍ଦର କଥା। ଓଡ଼ିଶାରୁ […]

ଅଦ୍ୟତନ ହୋଇଛି
‘ଅଶ୍ୱିନୀ ବୈଷ୍ଣବଜୀ ମୋର ବହୁତ ପ୍ରିୟ ସାଙ୍ଗ, ବ୍ୟାଚ୍‌ମେଟ’

Ashwini Vaishnav and Aparajita Sarangi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ମନ୍ତ୍ରୀ ପଦ ମିଳିଛି। ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ତଥା ଜାତୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରିବାକୁ ଯାଇ ଅପରାଜିତା କହିଛନ୍ତି, ସେ ମୋର ପ୍ରିୟ ସାଙ୍ଗ ଓ ବ୍ୟାଚ୍‌ମେଟ୍‌।

Advertisment

ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀମତି ଷଡଙ୍ଗୀ କହିଛନ୍ତି, ନିଶ୍ଚିତ ଆନନ୍ଦର କଥା। ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ରୀୟ ମନ୍ତ୍ରୀ ହୋଇଛନ୍ତି। ଅଶ୍ୱିନୀ ବୈଷ୍ଣବ ଜୀ ମୋ ପ୍ରିୟ ସାଙ୍ଗ। ମୋର ବ୍ୟାଚ୍‌ମେଟ୍‌। ତାଙ୍କୁ ରେଳ ସହ ଆଇଟି ବିଭାଗ ମଧ୍ୟ ମିଳିଛି। ବହୁ ବଡ଼ ଦାୟିତ୍ୱ ତାଙ୍କୁ ମିଳିଛି। ଆଉ ବିଶ୍ୱେଶ୍ୱର ଟୁଡୁଙ୍କ ସହିତ ମୋର ଭଲ ସମ୍ପର୍କ ରହିଛି। ମୁଁ ଦୁଇ ଜଣଙ୍କୁ ଆନ୍ତରିକତାର ସହ ବଧେଇ ଜଣାଉଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ରାଜ୍ୟ ସହିତ ଅଛନ୍ତି। ଓଡ଼ିଶା ରାଜ୍ୟର ଲୋକମାନଙ୍କ ସହିତ ମଧ୍ୟ ଅଛନ୍ତି।

Advertisment

ବୁଧବାର ଦୁଇମନ୍ତ୍ରୀ ଶପଥ ନେବା ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ରେଳ ମନ୍ତ୍ରୀ ଭାବେ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ବିଶ୍ୱେଶ୍ୱର ଟୁଡୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଳଶକ୍ତି ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ, ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସ୍ୱାଗତ କରିଛନ୍ତି। ଦାୟିତ୍ୱ ଗ୍ରହଣ ସମୟରେ ଜଳଶକ୍ତି ବିଭାଗର ଅନ୍ୟ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଗାଁରେ ଖୁସିର ଲହରୀ ଖେଳିଯାଇଛି।

ସେପଟେ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

https://twitter.com/Panda_Odia/status/1412804217517985804?s=20

Cabinate Reshuffle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe