ପଦ୍ମପୁର ପ୍ରଚାର: କାଲି ବୈଜୟନ୍ତ ଓ ସମ୍ବିତ, ୨୭ରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଓ ତୋମାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଆସନ୍ତାକାଲିଠୁ ଦଳର ହେଭିୱେଟ୍ ନେତାମାନେ ପ୍ରଚାରର ମଙ୍ଗ ଧରିବେ । ୨୭ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଦଳର ରାଜ୍ୟ […]

Ashwini Vaishnaw and Narendra Singh Tomar

Ashwini Vaishnaw and Narendra Singh Tomar

Ordigital Desk
  • Published: Friday, 25 November 2022
  • Updated: 25 November 2022, 07:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଆସନ୍ତାକାଲିଠୁ ଦଳର ହେଭିୱେଟ୍ ନେତାମାନେ ପ୍ରଚାରର ମଙ୍ଗ ଧରିବେ । ୨୭ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ପ୍ରସାଦ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପଦମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ୨୭ତାରିଖରେ ପାଇକମାଳ ଓ ପଦମପୁରରେ ଦୁଇଟି ଜନସଭାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ ତୋମାର ସମ୍ବୋଧିତ କରିବେ । ପଦମପୁରବାସୀଙ୍କୁ ଫସଲବୀମା ଓ ରେଳ ପ୍ରକଳ୍ପ ପ୍ରସଙ୍ଗରେ ବିଭ୍ରାନ୍ତିକର ମିଥ୍ୟା ସୂଚନା ଦେଇ ଶାସକ ବିଜେଡି ଭୋଟ ହାତେଇବାକୁ ଯେଉଁ ଉଦ୍ୟମ କରିଛି ତା’ର ପର୍ଦ୍ଦାଫାସ୍ ଓ ଲୋକଙ୍କୁ ସତ ଜଣାଇବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର ଓ ଶ୍ରୀ ବୈଷ୍ଣବ ଆସିବେ ।

ସେହିଭଳି ନଭେମ୍ବର ୨୬ ତାରିଖରେ ପଦମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକରେ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ପାତ୍ର ଆସିବେ । ଉଭୟ ନେତା ଆସନ୍ତା କାଲି ଝାରବନ୍ଧ ବ୍ଲକର ବିଳାସପୁର ପଂଚାୟତରେ ସକାଳ ୧୧ଟାରେ ନିର୍ବାଚନୀ ସଭା କରିବେ । ଏହା ପରେ ସମ୍ବିତ ପାତ୍ର କୁମିର ଓ ଜଗଦଲପୁରରେ ଆଉ ଦୁଇଟି ନିର୍ବାଚନୀ ସଭାରେ ଉଦବୋଧନ ଦେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ଆଜି ବିଜେପି ପାଇଁ ପ୍ରଚାର ମୈଦାନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ ଆଦି ପ୍ରଚାର କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos