Advertisment

ନାମାଙ୍କନ ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ, ବିଜେଡି ନେତାଙ୍କ ଦେଖା ମିଳିଲାନି

ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ଅଦ୍ୟତନ ହୋଇଛି
 Ashwini Vaishnaw

Ashwini Vaishnaw

Advertisment

ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭା ପ୍ରାର୍ଥୀ ଲାଗି ଓଡ଼ିଶାରୁ ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରିଥିବା ବେଳେ ତାଙ୍କୁ ବିଜେଡି ସମର୍ଥନ ଜଣାଇଥିଲା ।

Advertisment

ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବଙ୍କ ନାମାଙ୍କନ ଦାଖଲ ବେଳେ ବିଜେପିର ବରିଷ୍ଠ ନେତା ଉପସ୍ଥିତ ଥିବା ବେଳେ ବିଜେଡିର କିନ୍ତୁ କାହାରି ଦେଖା ନ ଥିଲା।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଜେପି କାର୍ଯ୍ୟାଳୟରୁ ସିଧାସଳଖ ବିଧାନସଭାରେ ପହଞ୍ଚିଥିଲେ। ଏହାପରେ ସେ ରିଟର୍ଣ୍ଣିଂ ଅଫିସର ଅବନିକାନ୍ତ ପଟ୍ଟନାୟକଙ୍କ ଚାମ୍ବରକୁ ଯାଇଥିଲେ। ତାଙ୍କ ସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟ ସଚେତନ ମୋହନ ମାଝି, ବିଧାୟକ ନାଉରୀ ନାୟକ, ନବ ମାଝି, ବିଧାୟିକା କୁସୁମ ଟେଡେ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ସେଠାରେ କିଛି ସମୟର ଅପେକ୍ଷା ପରେ ଅଶ୍ୱିନୀ ବୈଷ୍ଣବ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ୨ ସେଟ୍‌ ନାମାଙ୍କନ ଦାଖଲ କରିଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ ଜଣାଇଥିବା ସତ୍ତ୍ୱେ ନାମାଙ୍କନ ଦାଖଲ ବେଳେ ଦଳର ଜଣେ ବି ନେତାଙ୍କ ଦେଖା ନ ଥିଲା।

୨୦୧୯ ମସିହାରେ ବିଜେପି ତରଫରୁ ରାଜ୍ୟ ସଭାକୁ ପ୍ରାର୍ଥୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଜଣାଇଥିବା ବେଳେ ନାମାଙ୍କନ ଦାଖଲ ବେଳେ ଦଳର କିଛି ନେତା ଉପସ୍ଥିତ ଥିଲେ। ମାତ୍ର ଏଥର କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ରାଜନୀତି ମହଲରେ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା।

ନାମାଙ୍କନ ଦାଖଲ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରାଜ୍ୟସଭା ମାଧ୍ୟମରୁ ଓଡ଼ିଶାର ସେବା କରିବା ପାଇଁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦି ମୋତେ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାର ସେବା କରିବା ପାଇଁ ମହାପ୍ରଭୁ ଶକ୍ତି ଦିଅନ୍ତୁ, ସେବା ଭାବନା ଦିଅନ୍ତୁ।

ନିଜ ପ୍ରତିକ୍ରିୟାରେ ଅଶ୍ୱିନୀ ବୈଷ୍ଣବ କେବଳ ମୋଦିଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଧରି ନ ଥିଲେ। ତାଙ୍କ ପ୍ରାର୍ଥୀପତ୍ରକୁ ବିଜେଡି ସମର୍ଥନ କରିଥିବା ସତ୍ତ୍ବେ ବିଜେଡି ସଂପର୍କରେ ପଦଟିଏ ବି କିଛି କହିନଥିଲେ ସେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe