Advertisment

ଅସିତ୍ ଓ ପାଣ୍ଡିଆନଙ୍କ ପିଏସଓ ପ୍ରତ୍ୟାହୃତ, ଛୁଟିରେ ପଳାଇଲେ ଲୋକସେବା ଭବନ ସୁରକ୍ଷା ଅଫିସର

‘ଓଡ଼ିଶା ରିପୋର୍ଟର’ରେ ଗୁରୁବାର ପ୍ରକାଶିତ “ନବୀନଙ୍କଠୁ ବେଶୀ ସୁରକ୍ଷାକର୍ମୀ ପାଇଛନ୍ତି ଅସିତ୍ ତ୍ରିପାଠୀ, ପାଣ୍ଡିଆନ ବି ରଖିଛନ୍ତି ଦୁଇ ପିଏସଓ” ଶୀର୍ଷକ ଖବରକୁ ନେଇ ମୋହନ ମାଝୀ ସରକାର ଆକ୍ସନମୋଡକୁ ଆସିଛନ୍ତି ।

ଅଦ୍ୟତନ ହୋଇଛି
Asit and Pandian

Asit and Pandian

Advertisment

ଆକ୍ସନମୋଡରେ ମୋହନ ମାଝୀ ସରକାର । ଖବର ପ୍ରକାଶନର ୨୪ଘଣ୍ଟା ନପୁରୁଣୁ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ)ଙ୍କୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି । ଏହାସହିତ ସରକାରଙ୍କ କଡ଼ା ଆଭିମୁଖ୍ୟ ଦେଖି ଲୋକସେବା ଭବନର ସୁରକ୍ଷା ଅଫିସର ଡେପୁଟି କମାଣ୍ଡାଣ୍ଟ ସୁଜିତ୍ କୁମାର ଦଳେଇ ଅଚାନକ ଛୁଟିରେ ପଳାଇଥିବା ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ‘ଓଡ଼ିଶା ରିପୋର୍ଟର’ରେ ଗୁରୁବାର ରାତିରେ ପ୍ରକାଶିତ “ନବୀନଙ୍କଠୁ ବେଶୀ ସୁରକ୍ଷାକର୍ମୀ ପାଇଛନ୍ତି ଅସିତ୍ ତ୍ରିପାଠୀ, ପାଣ୍ଡିଆନ ବି ରଖିଛନ୍ତି ଦୁଇ ପିଏସଓ” ଶୀର୍ଷକ ଖବରକୁ ନେଇ ମୋହନ ମାଝୀ ସରକାର ଆକ୍ସନମୋଡକୁ ଆସିଛନ୍ତି । ଅସିତ୍ ତ୍ରିପାଠୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୨ଜଣ ଓ ପାଣ୍ଡିଆନଙ୍କ ସୁରକ୍ଷାରେ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରିନିଆଯାଇଛି । ଅସିତ୍ ଓ ପାଣ୍ଡିଆନଙ୍କଠୁ ବାକି ଥିବା ଜଣେ ଲେଖାଏଁ ସୁରକ୍ଷାକର୍ମୀ ୨-୩ଦିନ ମଧ୍ୟରେ କାଢ଼ି ଅଣାଯିବ ବୋଲି ଜଣାପଡ଼ିଛି । ଗତ ଅଗଷ୍ଟ ୧୭ତାରିଖରୁ ପଶ୍ଚିମଓଡ଼ିଶ ବିକାଶ ପରିଷଦର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିବା ଅସିତ୍‌ଙ୍କ ସୁରକ୍ଷା ଦାୟିତ୍ୱରେ ୩ଜଣ ଯବାନ ମୁତୟନ ହୋଇଥିଲେ । କିନ୍ତୁ ସରକାରୀ ପଦପଦବୀରେ ନଥାଇ ମଧ୍ୟ ଅସିତଙ୍କୁ କାହିଁକି ଏଭଳି ସୁରକ୍ଷା ଦିଆଯାଉଛି ତାକୁ ନେଇ ‘ଓଡ଼ିଶା ରିପୋର୍ଟର’ ଗତକାଲି ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହି ଖବର ପ୍ରକାଶନ ପରେ ଅସିତଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କମିଶନରେଟ ପୁଲିସର ଯବାନ ଦୀପ ପ୍ରଧାନ(ସିପାହୀ-୫୪୦) ଓ ଜେ.ନାୟକ(ସିପାହୀ-୫୪୫)ଙ୍କୁ ଆଜି ଦିନ ୧୧ଟା ବେଳେ ପ୍ରତ୍ୟାହାର କରି ଅଣାଯାଇଛି । ଅସିତଙ୍କ ପିଏସଓ ଥିବା ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଚନ୍ଦନ କୁମାର ପୁହାଣଙ୍କୁ ମଧ୍ୟ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଶ୍ରୀ ତ୍ରିପାଠୀ ଏବେ କୌଣସି ସରକାରୀ ପଦପଦବୀରେ ନଥିଲେ ମଧ୍ୟ ସରକାରୀ ବଙ୍ଗଳାରେ ରହୁଛନ୍ତି ।

ସେହିପରି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଅନୀଲ କୁମାର ମହାନ୍ତିଙ୍କୁ ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରି ଅଣାଯାଇଛି । ଶ୍ରୀ ମହାନ୍ତିଙ୍କୁ ଆଜି ପୁଲିସ କମିଶନରେଟଙ୍କ କାର୍ଯ୍ୟାଳୟରେ ଡ୍ୟୁଟି ଆବଂଟନ କରାଯାଇଥିଲା ।  ତେବେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ(ଏସଏସଡବ୍ଲୁୃ୍ୟ)ର ଯବାନ ଅଶୋକ ପ୍ରଧାନଙ୍କୁ ମଧ୍ୟ ପ୍ରତ୍ୟାହାର କରି ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ବିଜେଡିର ନିର୍ବାଚନୀ ପରାଜୟ ପରେ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ ସର୍ବସାଧାରଣରେ ଦୃଶ୍ୟମାନ ହେଉନାହାନ୍ତି । ତଥାପି ରାଜ୍ୟ ସରକାର ତାଙ୍କ ସୁରକ୍ଷାରେ ୨ଜଣ ପିଏସଓଙ୍କୁ ମୁତୟନ କରିଥିଲେ । ଏବେ ଖବର ପ୍ରକାଶ ପାଇବା ପରେ ଏହି ସୁରକ୍ଷାକର୍ମୀମାନଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Advertisment

ସେହିପରି ଅସିତଙ୍କ ବାସଭବନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରି ଚର୍ଚ୍ଚାରେ ଥିବା ଲୋକସେବା ଭବନର ସୁରକ୍ଷା ଅଫିସର ସୁଜିତ୍ କୁମାର ଦଳେଇ ଅଚାନକ ଛୁଟିରେ ପଳାଇଥିବା ସୂଚନା ମିଳିଛି । ଗତକାଲିର ଖବର ପ୍ରକାଶକୁ ନେଇ ଗୃହ ବିଭାଗରେ କମ୍ପନ ସୃଷ୍ଟି ହୋଇଛି । ତେବେ ଲୋକସେବା ଭବନ ଭଳି ସମ୍ବେଦନଶୀଳ ସ୍ଥାନରେ ଡେପୁଟି କମାଣ୍ଡାଣ୍ଟ ସୁଜିତ୍ କୁମାର ଦଳେଇ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶେଖର ପ୍ରସାଦ ନାୟକ କିପରି ୧୦-୧୨ବର୍ଷ ଧରି କାର୍ଯ୍ୟ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ବିଜେଡି ସରକାର ଯିବାପରେ ମଧ୍ୟ ଏହି ଅଫିସରମାନଙ୍କର ଦାୟିତ୍ୱରେ କିଭଳି ଲୋକସେବା ଭବନ ରହିଛି ତାହା ମଧ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Vk Pandian Asit Tripathy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe