ଅସିତଙ୍କ ଫୋକସରେ ଟିଟିଲାଗଡ଼, ଆଶଙ୍କାରେ ଟୁକୁନି

ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏବେ ଉଭୟ ଟିଟିଲାଗଡ଼ ବିଧାନସଭା ସିଟ୍ ଓ ବଲାଙ୍ଗିର ଲୋକସଭା ସିଟ୍ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିଛନ୍ତି । ଯାହାକୁ ନେଇ ଟିଟିଲାଗଡ଼ର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି ।

Asit And Tukuni

ବାମରୁ ଅସିତ୍ ତ୍ରିପାଠୀ ଓ ଟୁକୁନି ସାହୁ(ଫାଇଲ ଫଟୋ)

Ordigital Desk
  • Published: Thursday, 22 June 2023
  • Updated: 22 June 2023, 06:39 PM IST

Sports

Latest News

ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀଙ୍କ ଏବେ ଘନଘନ ବଲାଙ୍ଗିର ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ନିଦ ହଜାଇ ଦେଇଛି । ଆଗାମୀ ସାଧାରଣ ନିର୍ବାଚନରେ ବଲାଙ୍ଗିର ଲୋକସଭା କିମ୍ବା ଟିଟିଲାଗଡ଼ ବିଧାନସଭା ଆସନରୁ ଅସିତ୍ ପ୍ରାର୍ଥୀ ହେବାର ସମ୍ଭାବନା ଥିବାରୁ ବଲାଙ୍ଗିର ଜିଲ୍ଲା ସଭାପତି ତଥା ମନ୍ତ୍ରୀ ଟୁକୁନି ସାହୁ ଏବେ ଆଶଙ୍କାରେ ପଡ଼ିଛନ୍ତି । ଆଉ ଅସିତଙ୍କ ଘନଘନ ଗସ୍ତ ଲାଗି ରହିଥିବାବେଳେ ନିଜ ନିର୍ବାଚନମଣ୍ଡଳୀ ଟିଟିଲାଗଡ଼ରେ ହ୍ରାସ ପାଉଥିବା ଲୋକପ୍ରିୟତା ଓ ଦୁର୍ବଳ ସାଂଗଠନିକ ସ୍ଥିତି ଏବେ ଟୁକୁନିଙ୍କ ରାଜନୀତିକ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ତଥା ସେ ନିଜର ଗଡ଼ ରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏବେ ଉଭୟ ଟିଟିଲାଗଡ଼ ବିଧାନସଭା ସିଟ୍ ଓ ବଲାଙ୍ଗିର ଲୋକସଭା ସିଟ୍ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିଛନ୍ତି । ଯାହାକୁ ନେଇ ଟିଟିଲାଗଡ଼ର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି । ଅସିତଙ୍କ ଜନ୍ମସ୍ଥାନ ଟିଟିଲାଗଡ଼ ବିଧାନସଭା ମଣ୍ଡଳୀରେ ହୋଇଥିବାବେଳେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଅଧିକ ସକ୍ରିୟ ହେବାପରେ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଶିବିରରେ ଛନକା ପଶିଛି ।

Also Read

ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ଥିବା ଶ୍ରୀ ତ୍ରିପାଠୀ ମୁଖ୍ୟ ସଚିବ ପଦରୁ ଅବସର ନେବା ପରେ ୨୦୨୦ ଡିସେମ୍ବର ଶେଷ ଭାଗରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସହ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ମିଳିଥିଲା । କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦେଇ ଅସିତଙ୍କୁ ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲା ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅସିତଙ୍କୁ ନିଜ ଜନ୍ମମାଟି ଟିଟିଲାଗଡ଼ ବିଧାନସଭା ସିଟ୍ ଅବା ବଲାଙ୍ଗିର ଲୋକସଭା ଆସନ ମଧ୍ୟରୁ ଗୋଟିଏ ଉପରେ ଫୋକସ କରି ଲୋକଙ୍କ ନିକଟତର ହେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଯେଉଁଥିପାଇଁ ଅସିତ୍ ଏବେ ବଲାଙ୍ଗିରକୁ ଘନଘନ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସାଧାରଣ ଲୋକଙ୍କୁ ଭେଟିବାରେ ଲାଗିଛି ।

ଏପଟେ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ଦଳ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ଗତ ୩ବର୍ଷ ଧରି ଦାୟିତ୍ୱ ମିଳିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଡାକିବା ସମ୍ଭବପର ହୋଇପାରିନି । ଆଉ ବଲାଙ୍ଗିର ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ମଧ୍ୟ ଏଦିଗରେ ସାମାନ୍ୟତମ ପ୍ରୟାସ ନକରି ଜିଲ୍ଲାରେ ଦଳୀୟ ସଂଗଠନକୁ ସେଭଳି ଦୁର୍ବଳ ସ୍ଥିତିରେ ଛାଡ଼ି ଦେଇଛନ୍ତି । ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଡାକିଲେ ଦଳର ଦୁର୍ବଳ ଓ ବହୁଗୋଷ୍ଠୀରେ ବିଭକ୍ତ ସାଂଗଠନିକ ସ୍ଥିତି ପଦାରେ ପଡ଼ିବା ସହ ଟୁକୁନିଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ଏପର୍ଯ୍ୟନ୍ତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଡକାଯାଉନଥିବା ଜଣାପଡ଼ିଛି ।

ଟୁକୁନି ମନ୍ତ୍ରୀ ଥାଇ ମଧ୍ୟ ଗତ ପୌର ନିର୍ବାଚନରେ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ ହେବାକୁ ପଡ଼ିଥିଲା । ତେଣୁ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅସିତଙ୍କୁ ସକ୍ରିୟ କରି ବିଜେଡି ନେତୃତ୍ୱ ବଲାଙ୍ଗିର ଜିଲ୍ଲାରେ ଟୁକୁନିଙ୍କୁ ସାଇଡଲାଇନ୍ କରିବାକୁ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନରେ ଅସିତଙ୍କ ପ୍ରଭାବ ଥିବାରୁ ବଲାଙ୍ଗିରରେ ସେ ସହଜରେ ବିଭିନ୍ନ କାର୍ଯ୍ୟ କରିପାରୁଛନ୍ତି । ଆଉ ଏଭଳି ଆଭାସ ପାଇବା ପରେ ଏବେ ଅସିତଙ୍କୁ ବଲାଙ୍ଗିରର ବିଭିନ୍ନ ସ୍ଥାନରେ କିଭଳି ବିରୋଧ କରିହେବ ସେଥିପାଇଁ ଯୋଜନା ଚାଲିଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story