Advertisment

BJD ଛାଡ଼ିବା ପରେ କାହାକୁ ତୀର ମାରିଲେ ଅସିତ ପଟ୍ଟନାୟକ?

ଅସିତଙ୍କ ସ୍ଥାନରେ ସଞ୍ଜୀବ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ତା’ପରେ ମଧ୍ୟ ଅସିତ ପଟ୍ଟନାୟକ ଦଳ ପାଇଁ କାମ କରିଥିଲେ। ସଙ୍ଗଠନକୁ ସୁଦୃଢ଼ କରିଥିଲେ। ଭାବିଥିଲେ ୨୦୨୪ ସାଧାରଣ ନିର୍ବାଚନରେ ଦଳ ତାଙ୍କ କଥା ବୁଝିବ।

author-image
Manoranjan Sial
Asit Patnaik

Asit Patnaik

କାହା ପାଇଁ ଭଦ୍ରକ ମାଟିର କ୍ଷତି ହେବାକୁ ଯାଉଛି? କିଏ ଭଦ୍ରକ ମାଟିକୁ ବିନାଶ କରିବାକୁ ଯାଉଛନ୍ତି? BJD ଛାଡ଼ିଲା ପରେ କାହାକୁ ଏମିତି ତୀର ମାରିଲେ ଯୁବ ନେତା ଅସିତ ପଟ୍ଟନାୟକ?

Advertisment

ଭଦ୍ରକର ଯୁବ ନେତା ହେଉଛନ୍ତି ଅସିତ ପଟ୍ଟନାୟକ। ତାଙ୍କ ବାପା ହେଉଛନ୍ତି ଯୁଗୋଳ କିଶୋର ପଟ୍ଟନାୟକ। ସେ ଭଦ୍ରକ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଛନ୍ତି। ସେଥିରୁ ୨ ଥର ବିଜେଡିରୁ ବିଜୟୀ ହୋଇଛନ୍ତି। ବାପାଙ୍କ ପରେ ଅସିତ ବିଧାୟକ ହେବା ପାଇଁ ଆଶା ରଖିଥିଲେ। ଭାବିଥିଲେ ୨୦୧୯ ସାଧାରଣ ନିର୍ବାଚନରେ ଟିକଟ ମିଳିବ। ହେଲେ ତାଙ୍କୁ ସୁଯୋଗ ଦିଆଗଲା ନାହିଁ।

ଅସିତଙ୍କ ସ୍ଥାନରେ ସଞ୍ଜୀବ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ତା’ପରେ ମଧ୍ୟ ଅସିତ ପଟ୍ଟନାୟକ ଦଳ ପାଇଁ କାମ କରିଥିଲେ। ସଙ୍ଗଠନକୁ ସୁଦୃଢ଼ କରିଥିଲେ। ଭାବିଥିଲେ ୨୦୨୪ ସାଧାରଣ ନିର୍ବାଚନରେ ଦଳ ତାଙ୍କ କଥା ବୁଝିବ। ଆଉ ପ୍ରାର୍ଥୀ କରାଇବ। ହେଲେ ଏଥର ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକରୁ ପ୍ରାର୍ଥୀ କରିଥିଲା ଦଳ। ଆଉ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଭଣ୍ଡାରିପୋଖରୀରୁ ପ୍ରାର୍ଥୀ କରାଯାଇଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଅସିତ।

Advertisment

ଆଜି ଅସିତ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋଙ୍କ ପାଖକୁ ପଠାଇ ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେଲା ପରେ ସେ ଭଦ୍ରକ ସହର ନରିପୁରରେ ଥିବା ତାଙ୍କ ଘର ଆଗରେ ଶତାଧିକ କର୍ମକର୍ତ୍ତାଙ୍କୁ ବୈଠକ କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ଚେକ୍‌ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

ନିଜ ଘରେ ବୈଠକ ବସିବା ପୂର୍ବରୁ ଅସିତ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, ୨୦୧୯ ମସିହାରେ କୌଣସି କାରଣରୁ ଟିକଟରୁ ବଞ୍ଚିତ ହୋଇଥିଲି। ତଥାପି ଦଳ ପାଇଁ କାମ କରିଥିଲି। ସଙ୍ଗଠନକୁ ସୁଦୃଢ଼ କରିଥିଲି। ଭଦ୍ରକବାସୀଙ୍କ ବୁଦ୍ଧିଜୀବୀଙ୍କ ସୁଖ ଓ ଦୁଃଖର ସାଥୀ ହୋଇଥିଲି। ଭାବିଥିଲି ଟିକଟ ମିଳିବ। ହେଲେ ଏଥର ଟିକଟ ନମିଳିବାରୁ ସମସ୍ତଙ୍କ ମନ ଭାଙ୍ଗି ଯାଇଛି। ଯାହା ନିଷ୍ପତ୍ତି ନିଆଯାଇଛି, ସେଥିରେ କ୍ଷତି ଭଦ୍ରକର ହୋଇଛି। ଆଜି ଭଦ୍ରକ ମାଟିର ବହୁତ ବଡ଼ କ୍ଷତି ହେବାକୁ ଯାଉଛି। କାରଣ ଆମେ ଏମିତି ଜଣେ ନେତୃତ୍ୱକୁ ଦେବାନି, ଯିଏ ଭଦ୍ରକ ମାଟିର ବିକାଶ ନୁହେଁ, ବିନାଶ କରିବେ। ଏହାର ନିଷ୍ପତ୍ତି ଆପଣମାନେ ନେବେ ବୋଲି ଅସିତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

BjD Bhadrak News Bhadrak