Advertisment

‘ଆସିଲେ ପଚାରିବେ ଉତ୍ତରାଧିକାରୀ କିଏ’

ପାଟକୁରାର ତିକନପୁରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

‘୨୪ ବର୍ଷର ଶାସନ ପରେ ଯେତେବେଳେ ରାଜ୍ୟର ଶାସକ ଦଳ ଭୋଟ୍ ମାଗିବାକୁ ଆସୁଛନ୍ତି, ସେମାନଙ୍କୁ ପଚାରନ୍ତୁ- କାହା ପାଇଁ ଏହି ଭୋଟ୍ ମାଗୁଛନ୍ତି? ଉତ୍ତରାଧିକାରୀ କିଏ? ଏହି ଭୋଟ ନେଇ ଆଗାମୀ ଦିନରେ କିଏ ଆଗକୁ ବଢ଼ିବେ? କିଏ ଶାସନ ଚଲେଇବ?’ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ତିକନପୁରରେ ଆୟୋଜିତ ଏକ ସାଧାରଣ ସଭା ଓ ମିଶ୍ରଣ ପର୍ବରେ ଯୋଗ ଦେଇ ଏ କଥା କହିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।

Advertisment

ଶ୍ରୀ ପଣ୍ଡା କହିଥିଲେ, ୨୪ ‍ ‍ବର୍ଷ ହେଲା ଗୋଟିଏ ଦଳର ଶାସନ ଚାଲିଛି। ଏପର୍ଯ୍ୟନ୍ତ କାହିଁକି ଲକ୍ଷ ଲକ୍ଷ ଓଡ଼ିଆ ଭାଇମାନେ ଅନ୍ୟ ପ୍ରଦେଶରେ ଓ ଅନ୍ୟ ଦେଶକୁ କାମ କରିବାକୁ ଯାଉଛନ୍ତି? ଏଇଠି କାହିଁକି ସେମାନଙ୍କୁ ସୁଯୋଗ ମିଳୁନି? ପ୍ରତିବର୍ଷ ମୋ ପାଖକୁ ଶହ ଶହ ଚିଠି ଆସେ। କିଏ ଲେଖିଥା’ନ୍ତି ତାଙ୍କ ପୁଅ କେରଳରେ ଫସିଯାଇଛି ତ ଆଉ କିଏ ଲେଖିଥା’ନ୍ତି ତାଙ୍କ ପୁଅ ଓମାନରେ ଫସି ଯାଇଛି। ସେମାନଙ୍କୁ ଉଦ୍ଧାର କରିବାକୁ ସେମାନେ କହିଥା’ନ୍ତି। ବାହାର ରାଜ୍ୟ ଓ ଦେଶକୁ ଯାଇ ହଇରାଣ ହରକତ ହେଉଥିବା ଶହ ଶହ ଲୋକଙ୍କୁ ଆମେ ଫେରାଇ ଆଣିଛୁ। ମୋ ପାଇଁ ଗର୍ବର କଥା ଯେ ପାଟକୁର ତଥା କେନ୍ଦ୍ରାପଡ଼ାର ଜନସାଧାରଣ ମୋ ଉପରେ ଭରସା ରଖିଛନ୍ତି।

ସେ ଆହୁରି କହିଥିଲେ, ଦିଲ୍ଲୀ ଦରବାରରେ କେନ୍ଦ୍ରାପଡ଼ାର ପ୍ରତିନିଧିତ୍ୱ କରିବା ପାଇଁ ଆପଣମାନେ ଦୁଇ ଥର ମୋତେ ଆଶୀର୍ବାଦ କରିଥିଲେ। ମୁଁ ଏଠାରୁ ପ୍ରତିନିଧିତ୍ୱ କରିବା ପରେ ବହୁ କଷ୍ଟକରି ରେଳ ଲାଇନ କାମ ଆରମ୍ଭ କରାଗଲା। ଆଉ ମୋ ପ୍ରତିନିଧିତ୍ୱ ଯେତେବେଳେ ସରିଲା, ରେଳ ଲାଇନ କାମ ଶେଷ ହେଲା। ମୁଁ ଏଠାରୁ ପ୍ରତିନିଧିତ୍ୱ କରୁଥିବା ବେଳେ କହିଥିଲି ଯେ ଏଠାକୁ ଶିଳ୍ପ ଆସିବ। ଶିଳ୍ପ ଆସିବା ପୂର୍ବରୁ ଭିତ୍ତିଭୂମି ଦରକାର। ରେଳ ଲାଇନ ନଥିଲେ ଶିଳ୍ପ ଆସିବ ନାହିଁ। ତେଣୁ ପ୍ରଥମେ ରେଳ ଲାଇନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ରେଳ ଲାଇନ ଆସିଗଲା। କିନ୍ତୁ ଯେଉଁମାନେ ୨୪ ବର୍ଷ ହେଲାଣି ରାଜ୍ୟରେ ଶାସନରେ ଅଛନ୍ତି ସେମାନେ ଏପର୍ଯ୍ୟନ୍ତ ଏଠାକୁ ଶିଳ୍ପ ଆଣିପାରିଲେ ନାହିଁ।

Advertisment

ରାଜ୍ୟରେ ଦୁର୍ନୀତି, ପିସି କାରବାର, ନାରୀ ଓ ଶିଶୁ ନିର୍ଯାତନା ବଢ଼ିଗଲାଣି। ସମୟ ଆସିଗଲାଣି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରି ଏହାର ପ୍ରଗତି ପଥରେ ନେଇଯିବାକୁ। ଯଦି ଆମେ ଏହା ନ କରିବା, ତା’ହେଲେ ଆଉ ୫ ବର୍ଷ ଆମର ଲକ୍ଷ ଲକ୍ଷ ଭାଇ,ଭଉଣୀମାନେ ଦାଦନ ଶ୍ରମିକ ଭାବରେ ଅନ୍ୟ ରାଜ୍ୟରେ ଓ ଅନ୍ୟ ଦେଶରେ କାର୍ଯ୍ୟ କରିବେ। ସେହିଭଳି ଦୁର୍ନୀତି, ପିସି କାରବାର, ନାରୀ ଓ ଶିଶୁ ନିର୍ଯାତନା ଆଉ ୫ ବର୍ଷ ଚାଲିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ଏହା ସହିତ ବିଜେପିକୁ ଭୋଟ୍ ଦେଇ ନରେନ୍ଦ୍ର ମୋଦିକୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବା ସହିତ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ସେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ପାଟକୁରା ବିଧାନସଭା ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ଉପସ୍ଥିତ ଥିଲେ।

BjD Bjp Baijayant Jay Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe