Advertisment

ନିତି ଆୟୋଗଙ୍କ ବିଜ୍ଞପ୍ତି: ରାଜ୍ୟରେ ‘ଆକାଂକ୍ଷୀ’ ବ୍ଲକ୍ ସଂଖ୍ୟା ୪୦କୁ ବଢ଼ିଲା

ଦେଶର ବିଭିନ୍ନ ଜିଲ୍ଲାର ପଛୁଆ ବ୍ଲକଗୁଡ଼ିକୁ ଚିହ୍ନଟ କରି ନିତି ଆୟୋଗ ସେଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ ସମ୍ମିଳିତ ଭାବେ କାର୍ଯ୍ୟକାରୀ କରାଇ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦେଉଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
undefined

Loka Seva Bhavan

ରାଜ୍ୟରେ ଆକାଂକ୍ଷୀ ବ୍ଲକ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ପୂର୍ବରୁ ୨୯ଟି ବ୍ଲକକୁ ଆକାଂକ୍ଷୀ ବ୍ଲକ ଭାବେ ସାମିଲ କରିଥିବା ନିତି ଆୟୋଗ ଏବେ ରାଜ୍ୟର ଆଉ ୧୧ଟି ବ୍ଲକକୁ ଏହି ‘ଆକାଂକ୍ଷୀ ବ୍ଲକ’ ତାଲିକାରେ ସ୍ଥାନିତ କରିଛନ୍ତି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାର ୬ଟି ବ୍ଲକ ଓ କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକକୁ ଆକାଂକ୍ଷୀ ବ୍ଲକ ତାଲିକାରେ ସାମିଲ କରାଯାଇଛି ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁରୋଧରେ ଏହି ୧୧ଟି ବ୍ଲକକୁ ନିତି ଆୟୋଗଙ୍କ ଦ୍ୱାରା ଆକାଂକ୍ଷୀ ବ୍ଲକ ତାଲିକାରେ ସାମିଲ କରାଯାଇଛି । ଯେଉଁ ନୂତନ ବ୍ଲକ ଗୁଡ଼ିକ ଆକାଂକ୍ଷୀ ଯୋଜନାରେ ସାମିଲ ହୋଇଛି, ସେଗୁଡ଼ିକ ହେଲା – କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା ଓ ତେଲକୋଇ ଏବଂ ମୟୂରଭଞ୍ଜ ଜିଲ୍ଲାର ବହଳଦା, ବିଜାତଳା, ଜାମଡ଼ା, କୁସୁମୀ, ରାଇରଙ୍ଗପୁର ଓ ତିରିଙ୍ଗି ବ୍ଲକ୍ ବୋଲି ନିତି ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଦେଶର ବିଭିନ୍ନ ଜିଲ୍ଲାର ପଛୁଆ ବ୍ଲକଗୁଡ଼ିକୁ ଚିହ୍ନଟ କରି ନିତି ଆୟୋଗ ସେଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ ସମ୍ମିଳିତ ଭାବେ କାର୍ଯ୍ୟକାରୀ କରାଇ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ସବୁ ବ୍ଲକଗୁଡ଼ିକରେ ବିଭିନ୍ନ କ୍ଷେତ୍ରର ବିକାଶକୁ ନିତି ଆୟୋଗ ମଧ୍ୟ ନିୟମିତ ଅନୁଧ୍ୟାନ କରିଥାନ୍ତି । ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରର ବିଭିନ୍ନ ସୂଚକାଙ୍କରେ ବ୍ଲକମାନଙ୍କ ମଧ୍ୟରେ ର‌୍ୟାଙ୍କିଙ୍ଗ କରାଯାଇ ବିକାଶ ପାଇଁ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରାଯାଇଥାଏ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment