Advertisment

ଭୁବନେଶ୍ୱରରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ହିମନ୍ତ ବିଶ୍ୱଶର୍ମା

Himanta Biswa Sarma

Himanta Biswa Sarma

Advertisment

ଭୁବନେଶ୍ୱରରେ ପହଞ୍ଚିଲେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ହିମନ୍ତ ବିଶ୍ୱଶର୍ମା।

Advertisment

ଆସନ୍ତାକାଲି ଓଟିଭିର ବାର୍ଷିକ ଫୋରସାଇଟ୍ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କାଲି ଓଟିଭି ଫୋରସାଇଟର ୧୪ ତମ ସଂସ୍କରଣ ହେବାକୁ ଯାଉଛି। ଏଥିରେ ହିମନ୍ତ ବିଶ୍ୱଶର୍ମାଙ୍କ ବ୍ୟତୀତ କେନ୍ଦ୍ର ସାମାଜିକ ନ୍ୟାୟ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ, ଯୋଗଗୁରୁ ବାବା ରାମଦେବ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଓଟିଭି ଫୋରସାଇଟରେ ସବୁଥର ଭଳି ଏଥର ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କାର୍ଯ୍ୟକ୍ରମ ରହିଛି। ୨୦୧୦ ମସିହାରୁ ଆୟୋଜିତ ହୋଇଆସୁଛି ଓଟିଭି ଫୋରସାଇଟ୍।

Advertisment
Bjp Himanta Biswasharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe