Advertisment

ହିମନ୍ତ ବିଶ୍ୱଶର୍ମାଙ୍କ ସିଧା ହମଲା: ନବୀନ ଓଡ଼ିଶାବାସୀଙ୍କୁ ନୁହେଁ, ପାଣ୍ଡିଆନଙ୍କୁ ଭଲ ପାଆନ୍ତି

ଓଡ଼ିଶାରେ ଯୁବବର୍ଗଙ୍କୁ ସରକାରୀ ଚାକିରି ମିଳୁନି, ପ୍ରଶ୍ନପତ୍ର ଲିକ୍ ହେଉଛି। ବିଜେପି ସରକାର ଆସିଲା ପରେ ୩ ଲକ୍ଷ ଯୁବବର୍ଗଙ୍କୁ ଚାକିରି ମିଳିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
 Himanta Biswa Sarma

Himanta Biswa Sarma

ନିର୍ବାଚନ ପ୍ରଚାର ନିମନ୍ତେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଜେଡି ସୁପିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଉପରେ କରିଛନ୍ତି ସିଧା ହମଲା। ମାଲକାନଗିରି ଜିଲ୍ଲା କାଲିମେଳାରେ ଜନସଭାକୁ ସମ୍ବୋଧିତ ବେଳେ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ନବୀନ ବାବୁ ଓଡ଼ିଶାବାସୀଙ୍କୁ ଭଲ ପାଆନ୍ତି ନାହିଁ, ସେ କେବଳ ପାଣ୍ଡିଆନକୁ ଭଲ ପାଆନ୍ତି। ନବୀନ ବାବୁ ଯାହା ଦେବାକଥା, ପାଣ୍ଡିଆନକୁ ଦିଅନ୍ତି, ଓଡ଼ିଶାବାସୀଙ୍କୁ ନୁହେଁ। ଜଣେ ମୁଖ୍ୟମନ୍ତ୍ରୀ ଏପରି କରିବା କଥା ନୁହେଁ।

Advertisment

ସେ କହିଛନ୍ତି, ଛତିଶଗଡ଼ରେ ବିଜେପି ସରକାର ଅଛି, ଧାନ କିଣାଯାଉଛି ୩ ହଜାରରେ। ଏଠାରେ ବିଜେପି ସରକାର ଆସିଲେ ଧାନ କ୍ୱିଣ୍ଟାଲ ୩୧ଶହ ହେବ। ପ୍ରକୃତରେ ଧାନ ୩୧ଶହରେ କିଣାଯିବା କଥା, ହେଲେ ନବୀନ ବାବୁ ଦେଉଛନ୍ତି ୨୧ଶହ ଟଙ୍କା। ଏଠି କେବଳ ନବୀନ ସବୁ ପାଣ୍ଡିଆନଙ୍କୁ ଦେଉଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି ବିଶ୍ୱଶର୍ମା।

ଓଡ଼ିଶାରେ ଯୁବବର୍ଗଙ୍କୁ ସରକାରୀ ଚାକିରି ମିଳୁନି, ପ୍ରଶ୍ନପତ୍ର ଲିକ୍ ହେଉଛି। ହେଲେ ବିଜେପି ସରକାର ଆସିଲା ପରେ ୩ ଲକ୍ଷ ଯୁବବର୍ଗଙ୍କୁ ଚାକିରି ମିଳିବ। ଓଡ଼ିଶାରେ ବିଜେଡି ସରକାର ହେବାର କୌଣସି ସମ୍ଭାବନା ନାହିଁ । ଦିଲ୍ଲୀରେ ମୋଦି ସରକାର, ରାଜ୍ୟରେ ବିଜେପି ସରକାର ହେବ ବୋଲି ବିଶ୍ୱଶର୍ମା କହିଛନ୍ତି।

Advertisment

ଜନସଭାକୁ ସମ୍ବୋଧିତ ବେଳେ ଏମ୍ ପିଭି-୮୨ ନାଁକୁ ନେଇ ସମାଲୋଚନା କରିଛନ୍ତି ବିଶ୍ୱଶର୍ମା। ଗାଁର ନାଁ ଏଭଳି କାରଣ ଏଠାରେ ନବୀନଙ୍କ ସରକାର ଚାଲିଛି। ବିଜେପି ସରକାର ହେଲେ ଏଠି ରାଜସ୍ୱ ଗ୍ରାମର ମାନ୍ୟତା ମିଳିବ। ବିଜେପି ସରକାର ଆସିଲେ, ନମ୍ବର ନୁହେଁ, ଗାଁର ନାଁ ଦିଆଯିବ। ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ, ନିଶ୍ଚିତ ଭାବେ ଗାଁ ନାଁ ଦିଆଯିବ। ସେହିପରି ଓଡ଼ିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ।

ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ। ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି। ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି। ଏଠି ବି ବିଜେପି ସରକାର ଆସିଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ନିଆଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି। 

State Bjp Assam CM Himanta Biswa Sarma