Advertisment

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ: ହିମନ୍ତ ବିଶ୍ୱଶର୍ମା

ଶ୍ରୀ ବିଶ୍ୱଶର୍ମା କହିଛନ୍ତି, କେନ୍ଦ୍ରର ମୋଦି ସରକାର ଗରିବଙ୍କ ପାଇଁ ଚାଉଳ ପଠାଉଛନ୍ତି। ହେଲେ ପାଣ୍ଡିଆନ୍‌ ଖାଲି ଝୁଲା ଦେଉଛନ୍ତି। ଝୁଲାର ଗୋଟିଏ ପାର୍ଶ୍ୱରେ ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି। ସେହି ଖାଲି ଝୁଲାକୁ ଧରି ଗରିବ ବିଚରା ଘରକୁ ଫେରୁଛି।

BJP

BJP

Advertisment

ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଆୟୋଜିତ ବିଜେପି ପରିବର୍ତ୍ତନ ସଭାରେ ଯୋଗଦେଇ ଶ୍ରୀ ବିଶ୍ୱଶର୍ମା କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି।

Advertisment

ସେ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଗାଏବ ହୋଇଯାଇଛି। ଓଡ଼ିଶା ସରକାର ସେହି ମାମଲାର ନ୍ୟାୟିକ ତଦନ୍ତ କରିଥିଲେ। ତାହାର ରିପୋର୍ଟ ବିଧାନସଭାରେ ଉପସ୍ଥାପନ କଲେନାହିଁ। ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ନବୀନବାବୁ କିଛି କରୁନାହାନ୍ତି। ମୁଁ ଜାଣିଛି ରତ୍ନଭଣ୍ଡାର ଚାବି କାହା ପାଖରେ ରହିଛି। ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍‌ ଲୁଚାଇ ରଖିଛନ୍ତି। ମୁଁ ପାଣ୍ଡିଆନ୍‌ଙ୍କୁ କହିବାକୁ ଚାହୁଁଛି, ଜୁନ ୧୦ ତାରିଖ ପୂର୍ବରୁ ଚାବି ଦେଇଦିଅ। ନହେଲେ ବିଜେପି ସରକାର ଆସିଲେ ଚାବି ପାତାଳରେ ଲୁଚାଇ ରଖିଥିଲେ ଖୋଜି ବାହାର କରିଆଣିବୁ। ପାଣିଆନ୍‌ଙ୍କୁ ଅନୁରୋଧ କରୁଛୁ, ୧୦ ଜୁନ୍‌ ପୂର୍ବରୁ ଆମକୁ ରତ୍ନଭଣ୍ଡାର ଚାବି ଦରକାର। ଆପଣଙ୍କ ପାଖରେ ଚାବି ରହିଛି। ସେହି ଚାବି ବାହାର କରି ଓଡ଼ିଶାର ଜନତାଙ୍କ ହାତରେ ଦିଅନ୍ତୁ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

ଶ୍ରୀ ବିଶ୍ୱଶର୍ମା ଆହୁରି କହିଛନ୍ତି, କେନ୍ଦ୍ରର ମୋଦି ସରକାର ଗରିବଙ୍କ ପାଇଁ ଚାଉଳ ପଠାଉଛନ୍ତି। ହେଲେ ପାଣ୍ଡିଆନ୍‌ ଖାଲି ଝୁଲା ଦେଉଛନ୍ତି। ଝୁଲାର ଗୋଟିଏ ପାର୍ଶ୍ୱରେ ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି। ସେହି ଖାଲି ଝୁଲାକୁ ଧରି ଗରିବ ବିଚରା ଘରକୁ ଫେରୁଛି। ଆରେ ପାଣ୍ଡିଆନ୍‌ ଯଦି ଦମ୍‌ ଅଛି, ତାହାହେଲେ ମୋଦିଜୀଙ୍କ ୫ କେଜି ଚାଉଳ ସହିତ ଅଧ କେଜିଏ ଡାଲି ଦିଅନ୍ତୁ। ସେହି ଡାଲି ନେଇଥିଲେ ଘରେ ଭାତ ସହିତ ଡାଲମା କରି ଖାଇଥାଆନ୍ତେ। ହେଲେ ତାହା ମଧ୍ୟ କଲନାହିଁ ବୋଲି ବିଶ୍ୱଶର୍ମା କହିଛନ୍ତି।

Advertisment

ଶ୍ରୀ ବିଶ୍ୱଶର୍ମା କହିଛନ୍ତି, ଆଜି ଦେଖନ୍ତୁ ନବୀନବାବୁ ନିଜେ ମାଇକ୍‌ ଉଠାଇ ପାରୁନାହାନ୍ତି। ଏଥିରେ କିଛି ଅସୁବିଧା ନାହିଁ। ମୋର ମଧ୍ୟ ସେମିତି ସମୟ ଆସିବ। ମୁଁ ମାଇକ୍‌ ଉଠାଇପାରିବି ନାହିଁ। କିନ୍ତୁ ସେହି ମାଇକ୍‌ ଧରିବା ପାଇଁ ଏ ଦୁନିଆରେ ଆଉ କେହି କ’ଣ ନାହାନ୍ତି? ନବୀନବାବୁ ଆପଣ ଚାକିରି ଦେଲନି, ସେହି କାମ ଆମକୁ(ଓଡ଼ିଶାର ଯୁବକ)ଙ୍କୁ ଦିଅନ୍ତୁ। ମାତ୍ର ତାହା ମଧ୍ୟ କଲନାହିଁ। ସେହି କାମ ପାଣ୍ଡିଆନ୍‌ ଦେଇଦେଲ। ଏଥିରୁ ଜଣାପଡ଼ୁଛି ଆପଣ ଓଡ଼ିଶାର ଯୁବକଙ୍କୁ ବିଶ୍ୱାସ କରୁନାହାନ୍ତି ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

ମାଗଣା ବିଜୁଳି ବିଲ୍‌କୁ ନେଇ ଶ୍ରୀ ବିଶ୍ୱଶର୍ମା କହିଛନ୍ତି, ଏବେ ନବୀନ ବାବୁ କହୁଛନ୍ତି ବିଜୁଳି ବିଲ୍‌ ମାଗଣା କରିବେ। ହେଲେ ଯେତେବେଳେ ଆପଣଙ୍କ ସରକାର ଥିଲା, ସେତେବେଳେ କାହିଁକି ବିଜୁଳି ବିଲ୍‌ ମାଗଣା କଲେନାହିଁ। ଏବେ ଆପଣଙ୍କର ଯିବା ବେଳ। ସେହି ସମୟରେ ଆପଣଙ୍କ ପାଖରେ ଦେଲାଭଳି କିଛି ନାହିଁ। ଏବେ ଯାହା ଦେବେ ମୋଦିଜୀ ଦେବେ। ଏକଥା ଓଡ଼ିଶାର ଲୋକମାନେ ଜାଣି ସାରିଲେଣି ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

BjD Bjp General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe