Advertisment

ନବୀନ ବାବୁଙ୍କୁ ପାଣ୍ଡିଆନ ମୁଣ୍ଡଜାମିନ୍‌ ରଖିଛନ୍ତି: ହେମନ୍ତ ବିଶ୍ୱଶର୍ମା

ବିଶ୍ୱଶର୍ମା କହିଛନ୍ତି, ଓଡ଼ିଶାରେ ଜଣେ ଲୋକ ରାଜା ମହାରାଜା ଭଳି ବସିଛି। ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ ପାଖରେ ରହିଛି। ଓଡ଼ିଶାର ଯୁବକଙ୍କୁ କାହିଁକି ଚାକିରି ଦିଆଯାଉନି? ରତ୍ନଭଣ୍ଡାର ଚାବି ମିଳୁନାହିଁ।

ଅଦ୍ୟତନ ହୋଇଛି
BJP

BJP

Advertisment

ନବୀନ ବାବୁଙ୍କୁ ଭି.କେ ପାଣ୍ଡିଆନ ମୁଣ୍ଡ ଜାମିନ୍‌ ରଖିଛନ୍ତି। ଆଜି ଏପରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ପାଟକୁରାରେ ଆୟୋଜିତ ନିର୍ବାଚନୀ ସଭାରେ ସେ ଏମିତି କହିଛନ୍ତି।

Advertisment

ବିଶ୍ୱଶର୍ମା କହିଛନ୍ତି, ଏ ରାଜ୍ୟକୁ ଯଦି ଭଲ ସରକାର ମିଳେ, ତାହାହେଲେ ଓଡ଼ିଶା ୧ ନମ୍ବର ହୋଇପାରିବ। ଏବେ ଓଡ଼ିଶାର ହାଲତ କ’ଣ ଅଛି ସମସ୍ତେ ଦେଖିପାରୁଥିବେ। କାମ ଧନ୍ଦା ପାଇଁ ଓଡ଼ିଶାର ଯୁବକ ବାହାରକୁ ପଳାଉଛନ୍ତି। ଓଡ଼ିଶାରେ ଥିବା ଶିଳ୍ପରେ ଓଡ଼ିଆ ପିଲାଙ୍କୁ କାମ ମିଳୁନାହିଁ। ଓଡ଼ିଶାର ସଂପଦ ବାହାର ଲୋକଙ୍କୁ ଟ୍ରାନ୍ସଫର କରାଯାଉଛି। ରାଜ୍ୟରେ ୧ ଲକ୍ଷ ଚାକିରି ଖାଲିପଡ଼ିଛି। ଯୁବକଙ୍କୁ ଚାକିରି ମିଳୁନି। ନବୀନ ବାବୁ ଚାହିଁଥିଲେ, ୧ ବର୍ଷରେ ୧ ଲକ୍ଷ ଚାକିରି ଦେଇପାରିଥାନ୍ତେ। ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷ ୧ ଲକ୍ଷ ଚାକିରି ମିଳିବ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

ବିଶ୍ୱଶର୍ମା ଆହୁରି କହିଛନ୍ତି, ଓଡ଼ିଶାରେ ଜଣେ ଲୋକ ରାଜା ମହାରାଜା ଭଳି ବସିଛି। ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ ପାଖରେ ରହିଛି। ଓଡ଼ିଶାର ଯୁବକଙ୍କୁ କାହିଁକି ଚାକିରି ଦିଆଯାଉନି? ରତ୍ନଭଣ୍ଡାର ଚାବି ମିଳୁନାହିଁ। ତଦନ୍ତ କମିଶନ ରିପୋର୍ଟ ଚାପିଛନ୍ତି। ମୋର ବିଶ୍ୱାସ ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। ପାଣ୍ଡିଆନ ଚାବି ପାତାଳରେ ରଖିଥିଲେ ମଧ୍ୟ ବିଜେପି ଖୋଜି ଆଣିବ। ୪ ଜୁନ୍‌ ପୂର୍ବରୁ ରତ୍ନଭଣ୍ଡାର ଚାବି ହାଇକୋର୍ଟରେ ଦେଇଦିଅନ୍ତୁ। ନହେଲେ ଆପଣଙ୍କ ହିସାବ ଆମେ ବରାବର କରିଦେବୁ ବୋଲି ବିଶ୍ୱଶର୍ମା କହିଛନ୍ତି।

Advertisment

5-T ସମ୍ପର୍କରେ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଓଡ଼ିଶାରେ କୌଣସି ଟିମ୍‌ ୱାର୍କ ଅଛି କି? ଏଠାରେ କେବଳ ଗୋଟିଏ ଟିମ୍‌ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍‌। ଏଠି କୌଣସି କ୍ୟାବିନେଟ ମନ୍ତ୍ରୀ କି ଅଫିସରଙ୍କ ପାୱାର ନାହିଁ। ଏଠି ଗୋଟିଏ ଟି ଅଛି। ସେହି ଟି’ର ନାଁ ତାମିଲନାଡୁ। ୧ ଟଙ୍କା ଲେଖାଏଁ ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ଟିକେଟ କିଣନ୍ତୁ। ପାଣ୍ଡିଆନଙ୍କ ପାଇଁ ଟିକେଟ କିଣି ତାମିଲନାଡୁ ପଠାଇ ଦିଅନ୍ତୁ। ପାଣ୍ଡିଆନ ନବୀନ ବାବୁଙ୍କୁ ମୁଣ୍ଡ ଜାମିନ୍‌ କରି ରଖିଛନ୍ତି। ନବୀନ ବାବୁଙ୍କ ମାଇକ କାହିଁକି ପାଣ୍ଡିଆନ ଧରୁଛନ୍ତି? ମାଇକ ଧରି ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ। ନିଜ ଇସାରାରେ ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ। ଯାହା ପାଣ୍ଡିଆନ କହୁଛନ୍ତି, ତାହା କରୁଛନ୍ତି ନବୀନ ବାବୁ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

ସେ କହିଛନ୍ତି, ନବୀନ ବାବୁଙ୍କୁ ଓଡ଼ିଶା ଚାଷୀଙ୍କର କୌଣସି ଚିନ୍ତା ନାହିଁ। ବିଜେପି ସରକାର ଆସିଲେ ଧାନ ଦର ୩୧୦୦ ଟଙ୍କା ହେବ। ବିଜେପି ସରକାର ଆସିଲେ ପ୍ରତି ମହିଳାଙ୍କୁ ୫୦ ହଜାର ମିଳିବ। ଏତେ ବର୍ଷ ସରକାର ରହିଲା ପରେ କାହିଁକି ବିଜୁଳି ମାଗଣା କଲନି? ନିର୍ବାଚନ ପୂର୍ବରୁ କାହିଁକି ବିଜୁଳି ବିଲ୍‌ ମାଗଣା କଲନି? ଚାଉଳ ଦେଲେ ମୋଦି, ଖାଲି ବ୍ୟାଗ୍‌ ଦେଲେ ପାଣ୍ଡିଆନ। ଯଦି ହିମ୍ମତ ଥିଲା, ତାହାହେଲେ ଚାଉଳ ସହ ଡାଲି ମାଗଣା ଦେଇଥାନ୍ତ। ଏତେ ଖରାପ ବୁଦ୍ଧି ପାଇଁ ପାଣ୍ଡିଆନଙ୍କୁ ନୋବେଲ ମିଳିବା ଉଚିତ। ଆମକୁ ଏକ ନୂଆ ଓଡ଼ିଶା ନିର୍ମାଣ କରିବାର ଅଛି। ବିଜେପି ସରକାର ଆସିଲେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ। ପାଣ୍ଡିଆନ ଶାସନ ଶେଷ କରିବାର ଅଛି କହିଲେ ବିଶ୍ୱଶର୍ମା।

ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଆହୁରି କହିଛନ୍ତି, ଓଡ଼ିଶାରେ ପ୍ରାୟତଃ ଆମ ସରକାର ହୋଇସାରିଲାଣି। ଆଉ ଯାହା କିଛି ବାକି ଅଛି, ଚତୁର୍ଥ ପର୍ଯ୍ୟାୟ ପରେ ହୋଇଯିବ। ୪ ତାରିଖ ପରେ ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଇ ଦିଆଯିବ। ଆମକୁ ଯୋଡି ଶଂଖ ନୁହେଁ, ଆମକୁ ଯୋଡ଼ା ପଦ୍ମ ଦରକାର ବୋଲି ବିଶ୍ୱଶର୍ମା କହିଛନ୍ତି।

Bjp General Election 2024 General Election Hemanta Biswa Sarma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe