Advertisment

ଆଜି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ

ଆଜି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିକୁ ବଳ ଦେବାକୁ ଓଡ଼ିଶା ଆସୁଛନ୍ତି ହେମନ୍ତ ବିଶ୍ୱଶର୍ମା ।

ଅଦ୍ୟତନ ହୋଇଛି
himanta biswa sarma

himanta biswa sarma

Advertisment

ଆଜି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିକୁ ବଳ ଦେବାକୁ ଓଡ଼ିଶା ଆସୁଛନ୍ତି ହେମନ୍ତ ବିଶ୍ୱଶର୍ମା ।

Advertisment

ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ 'ବିଶେଷ ସମ୍ପର୍କ ଅଭିଯାନ'ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିଯିବେ। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଗତ ୯ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଗସ୍ତରେ ଆସି ମାଲକାନଗିରି ଜିଲ୍ଲା କାଲିମେଳାରେ ଜନସଭାକୁ ସମ୍ବୋଧନ କରିଥିଲେ। ଉକ୍ତ ସଭାରେ ହିମନ୍ତ ବିଶ୍ୱଶର୍ମା ବିଜେଡି ସୁପିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଉପରେ ସିଧା ହମଲା କରିଥିଲେ । ଉକ୍ତ ସଭାରେ ସେ କହିଥିଲେ, ନବୀନ ବାବୁ ଓଡ଼ିଶାବାସୀଙ୍କୁ ଭଲ ପାଆନ୍ତି ନାହିଁ, ସେ କେବଳ ପାଣ୍ଡିଆନକୁ ଭଲ ପାଆନ୍ତି। ନବୀନ ବାବୁ ଯାହା ଦେବାକଥା, ପାଣ୍ଡିଆନକୁ ଦିଅନ୍ତି, ଓଡ଼ିଶାବାସୀଙ୍କୁ ନୁହେଁ। ଜଣେ ମୁଖ୍ୟମନ୍ତ୍ରୀ ଏପରି କରିବା କଥା ନୁହେଁ।

Advertisment

ଗତକାଲି ଓଡ଼ିଶାର ୪ ଜିଲ୍ଲା ଓ ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗତକାଲି ନିର୍ବାଚନରେ ପ୍ରାୟତଃ ୭୩.୯୭% ମତଦାନ ହୋଇଛି । ଗତକାଲି ରାତି ୧୧ଟା ୪୫ ପର୍ଯ୍ୟନ୍ତ ସଂଗୃହିତ ECI ରିପୋର୍ଟରୁ ଏହି ସୂଚନା ମିଳିଛି।  

2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe