Advertisment

କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ହମ୍‌ଲା

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
attack-on-youth-congress-vehicles

attack-on-youth-congress-vehicles

Advertisment

କଂଗ୍ରେସର ମଣିପୁରରୁ ମୁମ୍ବାଇ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇସାରିଛି। ଶୁକ୍ରବାର ଭାରତ ଯୋଡୋ ନ୍ୟାୟ ଯାତ୍ରାର ଆସାମରେ ଦ୍ୱିତୀୟ ଦିନ ଥିଲା। ଏହି ସମୟର ଯୁବ କଂଗ୍ରେସ ନେତାଙ୍କ ଗାଡି ଉପରେ ଆକ୍ରମଣ ହୋଇଛି। ଗାଡ଼ି ଉପରକୁ ପଥର ମାଡ଼ ହୋଇଛି। ଫଳରେ ଗାଡ଼ି କାଚ ଭଙ୍ଗା ଚୁରମାର ହୋଇଯାଇଛି। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତିରେ ଯୁବ କଂଗ୍ରେସର ଏକ ଗାଡିକୁ ଭଙ୍ଗାରୁଜା କରାଯାଇଛି।

Advertisment

ଯାତ୍ରା ପୂର୍ବରୁ ଲକ୍ଷ୍ମୀପୁରରେ ରାହୁଲ ଗାନ୍ଧିଙ୍କ କଟ୍ଆଉଟ୍ ଏବଂ ବ୍ୟାନରର ମଧ୍ୟ କ୍ଷତି ଘଟିଛି। ବ୍ୟାନର୍‌ ଓ କଟ୍‌ଆଉଟ୍‌କୁ ଚିରିବାକୁ କିଛି ଯୁବ ବିଜେପି ନେତା ଉଦ୍ୟମ୍‌ କରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି।

ଦ୍ୱିତୀୟ ଯାତ୍ରା ବେଳେ ପୂର୍ବୋତ୍ତର ରାଜ୍ୟରେ ଯେତିକି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ଦକ୍ଷିଣରୁ ଉତ୍ତର ଆଡକୁ ପ୍ରଥମ ଯାତ୍ରା ସମୟରେ ବିଜେପି ଶାସିତ ରାଜ୍ୟରେ ସେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନାହିଁ ବୋଲି ଦଳ ଦାବି କରିଛି।

Advertisment

ଆସାମରେ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲଗାତର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଟାର୍ଗେଟ କରିଥିଲେ। ସମାଲୋଚନା କରି ତାଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ଆସାମର ମୁଖ୍ୟମନ୍ତ୍ରୀ ଏତେ ଦୁର୍ନୀତିଗ୍ରସ୍ତ ଯେ ସେ ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଥିବା ପ୍ରତିପକ୍ଷମାନଙ୍କୁ ଦୁର୍ନୀତି କରିବାକୁ ତାଲିମ ଦେଇପାରିବେ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାନୁଆରୀ ୧୪ ତାରିଖରୁ ମଣିପୁରର ଇମ୍ଫାଲରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨୦ କିମ୍ବା ୨୧ରେ ମୁମ୍ବାଇରେ ଶେଷ ହେବ।

Bjp Congress Bharat Jodo Nyay Jatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe