Advertisment

ଆଗକୁ ୫ ରାଜ୍ୟରେ ହେବ ନିର୍ବାଚନ, ଆଜି ହେବ ତାରିଖ ଘୋଷଣା

ଗତ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷକଙ୍କ ଏକ ବୈଠକ ବସିଥିଲା

author-image
Niharika Rout
Election

Election

ଖୁବ୍‌ ଶୀଘ୍ର ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ଚଳିତ ବର୍ଷ ଶେଷ ସୁଦ୍ଧ ଏହି ୫ ରାଜ୍ୟରେ ନିର୍ବାଚନ ହେବା ନେଇ ଆକଳନ କରାଯାଉଛି। ଏଥିନିମନ୍ତେ ଆଜି ଘୋଷଣା ହେବ ତାରିଖ । ଏହି ୫ଟି ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ।

Advertisment

ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଏ ସମ୍ପର୍କୀତ ସୂଚନା ଦେବା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନର ଆଜି ଅପରାହ୍ନ ୧୨ଟା ବେଳେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।

ଏହା ପୂର୍ବରୁ ଗତ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷକଙ୍କ ଏକ ବୈଠକ ବସିଥିଲା। ଏହି ନିର୍ବାଚନକୁ ଅବାଧ ତଥା ମୁକ୍ତ କରିବା ସହ ଏଥିରେ କୌଣସି ଅର୍ଥ ବଳ କିମ୍ବା ବାହୁ ବଳ ପ୍ରୟୋଗ ନ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି। ନିର୍ବାଚନକୁ ସମ୍ପୂର୍ଣ୍ଣ ରୂପେ ହିସାଂମୁକ୍ତ କରିବା ସହ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗୁ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୧୮ ମସିହାରେ ମିଜୋରାମ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ରାଜ୍ୟରେ ଏକ ସଙ୍ଗେ ବିଧାନସଭା ନିର୍ବାଚନ ହୋଇଥିଲା। ଛତିଶଗଡ଼ରେ ପୂର୍ବ ଥର ପରି ଏଥର ବି ଦୁଇ ଥର ନିର୍ବାଚନ ହେବାର ସମ୍ଭାବନା ଥିବା ଆକଳନ କରାଯାଉଛି।

ଏଡି ୫ ରାଜ୍ୟରେ ନିର୍ବାଚନ ତାରିଖ ଅଲଗା ଅଲଗା ହେବ ବୋଲି ଆଳନ କରାଯାଉଛି । କିନ୍ତୁ ଡିସେମ୍ବର ୧୦ରୁ ୧୫ ମଧ୍ୟରେ କାଉଣ୍ଟିଂ ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଛି।

Election