Advertisment

ଗୋଟିଏ ଥରରେ ହେବ ଆନ୍ଧ୍ର, ସିକ୍କିମ, ଅରୁଣାଚଳର ବିଧାନସଭା ଓ ଲୋକସଭା ନିର୍ବାଚନ

ଓଡ଼ିଶାକୁ ଛାଡ଼ି ବାକି ୩ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ। ବିଧାନସଭା ସହ ରାଜ୍ୟରେ ଥିବା ଲୋକସଭା ଆସନଗୁଡ଼ିକ ପାଇଁ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

election

election

Advertisment

ମୁଖ୍ୟ ନିର୍ବାଚନ କମିଶନର ଆଜି ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥିସହ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି।

Advertisment

ଓଡ଼ିଶାକୁ ଛାଡ଼ି ବାକି ୩ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ। ବିଧାନସଭା ସହ ରାଜ୍ୟରେ ଥିବା ଲୋକସଭା ଆସନଗୁଡ଼ିକ ପାଇଁ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

କମିଶନଙ୍କ ଘୋଷଣା ଅନୁଯାୟୀ, ଅରୁଣାଚଳ ପ୍ରଦେଶର ସମସ୍ତ ୬୦ ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୯ରେ ଅନୁଷ୍ଠିତ ହେବ। ଏଥିପାଇଁ ୨୦ ମାର୍ଚ୍ଚରେ ଗ୍ୟାଜେଟ ନୋଟିଫିକେସନ ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୭ ତାରିଖ ରହିଥିବା ମାର୍ଚ୍ଚ ୩୦ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ଏପ୍ରିଲ ୧୯ ଶୁକ୍ରବାର ଏଠାରେ ମତଦାନ ହେବ।

Advertisment

ସିକ୍କିମବାସୀ ମଧ୍ୟ ୩୨ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଗୋଟିଏ ଥରରେ ଭୋଟ ଦେବେ। ଏଠାରେ ବି ଏପ୍ରିଲ ୧୯ରେ ମତଦାନ ହେବ।

ଆନ୍ଧ୍ର ପ୍ରଦେଶର ୧୭୫ଟି ବିଧାନସଭା ଆସନ ଓ ୨୫ଟି ଲୋକସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ। ମେ’ ୧୩ରେ ରାଜ୍ୟବାସୀ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୨୦୧୯ରେ ୱାଇଏସଆର କଂଗ୍ରେସ ଉଭୟ ଲୋକସଭା ଓ ବିଧାନସଭାରେ ସର୍ବାଧିକ ଆସନ ଜିତିଥିଲା।

ଏବେ ରାଜ୍ୟରେ ୱାଇଏସ୍‌ଆର କଂଗ୍ରେସର ସରକାର ଚାଲିଛି। ଏହି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି, ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି ଏକାଠି ହୋଇଛନ୍ତି। ତେବେ ଏମାନେ କେତେ ସଫଳ ହେଉଛନ୍ତି, ସେକଥା ଜୁନ ୪ ତାରିଖ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଜଣାପଡ଼ିବ।

Lok Sabha Elections Lok Sabha Elections 2024 Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe