ଆସନ୍ତାକାଲିଠୁ ବିଧାନସଭା: ପୁଳାପୁଳା ପ୍ରସଙ୍ଗ, ରଣନୀତି ତୟାର କଲେ ଶାସକ-ବିରୋଧୀ

ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ।

Assembly

ବିଧାନସଭା

Ordigital Desk
  • Published: Monday, 25 November 2024
  • Updated: 25 November 2024, 10:04 PM IST

Sports

Latest News

ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଆଜି ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଗୃହ ସୁପରିଚାଳନା ପାଇଁ  ସହଯୋଗ ଲୋଡ଼ିଥିବାବେଳେ ଉଭୟ ଶାସକ ଓ ବିରୋଧୀ ଭିନ୍ନ ଭିନ୍ନ ଭାବେ ବୈଠକ କରି ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି । ରାଜ୍ୟର ବିଜେପି ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ପୁଳାପୁଳା ପ୍ରସଙ୍ଗ ପ୍ରସ୍ତୁତ ସହ ଗୃହ ଭିତରେ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ ନିମନ୍ତେ ରଣନୀତି ଚୂଡ଼ାନ୍ତ କରିଛନ୍ତି। ଆଉ ଶାସକ ଦଳ ମଧ୍ୟ ନିଜ ସରକାରର ୫ ମାସର ଉପଲବ୍‌ଧକୁ ରଖିବା ସହ ପୂର୍ବ ସରକାରର କଳାକାରନାମାକୁ  ଉଜାଗର କରି ଗୃହ ଭିତରେ ବିରୋଧୀ ଦଳକୁ ଘେରିବା ପାଇଁ ଯୋଜନା କରିଥିବା ଜଣାପଡ଼ିଛି ।

ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଜିଏସଟି(ଦ୍ୱିତୀୟ ସଂଶୋଧନ) ଅଧ୍ୟାଦେଶ-୨୦୨୪କୁ ଗୃହରେ ଉପସ୍ଥାପନ କରିବେ। ଦ୍ୱିତୀୟାର୍ଦ୍ଧରେ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଗତ କରିବାର କାର୍ଯ୍ୟକ୍ରମ ରହିଛି ।

Also Read

ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନର ସୁପରିଚାଳନା ନିମନ୍ତେ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ବିଧାନସଭାର ଶୀତ ଅଧିବେଶନରେ ଗୃହ ସୁପରିଚାଳନା ନିମନ୍ତେ ଆଜି ଆଲୋଚନା ହୋଇଛି। ସବୁ ଦଳର ନେତାମାନେ ସହଯୋଗ ଦେବେ ବୋଲି କହିଛନ୍ତି। ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଗୃହରେ ଲଢ଼େଇ କରିବା ପାଇଁ ବିରୋଧୀ ଦଳ ନେତା ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାରେ ସମସ୍ତ ବିଜେଡି ବିଧାୟକ ଉପସ୍ଥିତ ରହିବେ। ବିଧାନସଭା ପ୍ରସଙ୍ଗର ତାଲିକା କଲେ ରାତି ପାହିଯିବ। ବିଧାନସଭାରେ ଲୋକଙ୍କ ସ୍ୱର ହେବ ବିଜେଡି। ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ୬ମାସରେ କ’ଣ କାମ କରିଛନ୍ତି କି ନାହିଁ କିଭଳି ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ସେସବୁ କଥା ବିଧାନସଭାରେ ବିଜେଡି ଉଠାଇବ । ଆମ୍ବଟାକୁଆ, ଚୋରି ଡକାୟତି ଭଳି ଘଟଣା କରି ଇତିହାସର ପୁନରାବୃତ୍ତି କରିଛନ୍ତି ସରକାର। ଯାହା ୨୪ବର୍ଷରେ ଘଟିନଥିଲା ତାହା ବିଜେପି ସରକାରରେ ହୋଇଛି।

ଶୂନ୍ୟକାଳ, ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେବା ସହ ସରକାର ଯେଉଁ ବିଲ୍ ଆଣିବେ ସେଥିରେ ଦଳ ତା’ର ମତ ରଖିବ। ଓଡ଼ିଶା ବିଧାନସଭା ଇତିହାସରେ ବିଜେଡି ହେଉଛି ସବୁଠୁ ସୁଦୃଢ଼ ବିରୋଧୀ ଦଳ। ଆଗରୁ ଲୋକଙ୍କ ପାଇଁ ଯେମିତି କାମ କରାଯାଉଥିଲା ସେମିତି ଆଗକୁ ମଧ୍ୟ କରାଯିବ। ରାଜ୍ୟରେ ସରକାର ନାହିଁ ବୋଲି ସାଧାରଣ ଲୋକେ ଅନୁଭବ କରୁଛନ୍ତି। ଜୁନରୁ ଅକ୍ଟୋବର ଭିତରେ ୧୨୫୬ଜଣ ମହିଳା ଶୋଷଣ ହୋଇଛନ୍ତି। ଲୋକେ ରାସନ ବିକ୍ରି କରୁଛନ୍ତି ବୋଲି ବିଜେପି ମନ୍ତ୍ରୀମାନେ ସ୍ୱୀକାର କରଉଛନ୍ତି। ବାତ୍ୟା ଦାନାବେଳେ ବିଜେପି କର୍ମୀଙ୍କୁ ୪ଟା ବିସ୍କୁଟ ଓ ବିଜେଡି କର୍ମୀଙ୍କୁ ଗୋଟିଏ ବିସ୍କୁଟ ଦିଆଗଲା। ବିଧାନସଭା ଆରମ୍ଭ ହେଉ ଲଢ଼େଇ ଦେଖିବେ ବୋଲି ବିଜେଡି କହିଛି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ ଶ୍ରୀ କାଡାମ କହିଛନ୍ତି ଯେ, ଶୀତ ଅଧିବେଶନରେ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି। କନ୍ଧମାଳରେ ଅନାହାର ମୃତ୍ୟୁ, ବଲାଙ୍ଗୀର ଓ ରାୟଗଡ଼ାରେ ଶିଶୁବିକ୍ରି, ଗନ୍ଧମାର୍ଦ୍ଦନ ପର୍ବତକୁ ଅଦାନୀକୁ ଟେକିଦେବା, ନିଟ ପରୀକ୍ଷାରେ ଅନିୟମିତତା, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଦାନା ବାତ୍ୟା କ୍ଷୟକ୍ଷତି ଆକଳନରେ ଅନିୟମିତତା, ପେସା ଆଇନ ଓ ଆଦିବାସୀ ପ୍ରସଙ୍ଗ, ବେରୋଜଗାର ଓ ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ଗୃହରେ ଶାଣିତ ଢଙ୍ଗରେ ଉତଥାପନ କରାଯିବ ବୋଲି ଶ୍ରୀ କାଡାମ କହିଛନ୍ତି।

ତେବେ ଶାସକ ବିଜେପି ମଧ୍ୟ ଏସବୁ ପ୍ରସଙ୍ଗକୁ ସାମ୍ନା କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ଆଜି ବିଧାୟକ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଶୀତ ଅଧିବେଶନ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିରୋଧୀ ଦଳ ଯେଉଁସବୁ ପ୍ରସଙ୍ଗ ଉଠାଇବ ତାକୁ ସାମ୍ନା କରିବାକୁ ସରକାର ତୟାର। ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରଖି ଆଲୋଚନା ହେବ। ସରକାରର ୫ମାସର ଉପଲବ୍ôଧ ମଧ୍ୟ ରଖାଯିବ। ଆଇନଶୃଙ୍ଖଳା ଏକ ପ୍ରସଙ୍ଗ ନୁହେଁ। ପୂର୍ବ ସରକାରରେ ଯେଭଳି ସ୍ଥିତି ସୃଷ୍ଟି ହୋଇଥିଲା ସେଭଳି ସ୍ଥିତି ଏବେ ନାହିଁ। ସୁଭଦ୍ରାରେ ୮୦ଲକ୍ଷ ମହିଳାଙ୍କୁ ସାମିଲ କରାଗଲାଣି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story