Advertisment

୪୦୦୧ ବିଧାୟକଙ୍କ ସମ୍ପତ୍ତି ମୂଲ୍ୟ ୫୪,୫୪୫ କୋଟି ଟଙ୍କା

ଆମ ଦେଶର ବିଧାୟକଙ୍କ ସମ୍ପତ୍ତି 3ଟି ରାଜ୍ୟର ବାର୍ଷିକ ବଜେଟଠାରୁ ବି ଅଧିକା। 4,001 ବିଧାୟକଙ୍କ ନିକଟରେ ରହିଛି 54 ହଜାର 545 କୋଟି ଟଙ୍କାର ସମ୍ପତ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Assembly

Assembly

ଆମ ଦେଶର ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବାର୍ଷିକ ବଜେଟଠାରୁ ବି ଅଧିକା। ଆଜ୍ଞା ହଁ... ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ। ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଦେଶରେ କାର୍ଯ୍ୟରତ ୪,୦୦୧ ବିଧାୟକଙ୍କ ନିକଟରେ ଏତେ ପରିମାଣରେ ସମ୍ପତ୍ତି ଅଛି, ଯାହା ତିନୋଟି ଉତ୍ତର-ପୂର୍ବ ରାଜ୍ୟର ବାର୍ଷିକ ବଜେଟଠୁ ବି ଅଧିକ। 

Advertisment

ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍(ADR) ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚ୍(NEW) ଏହି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁସାରେ ୪,୦୦୧ବିଧାୟକଙ୍କର ମୋଟ ୫୪ ହଜାର ୫୪୫ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହି ମୂଲ୍ୟ ତିନିଟି ରାଜ୍ୟ- ନାଗାଲାଣ୍ଡ, ମିଜୋରାମ ଏବଂ ସିକ୍କିମର ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଅଟକଳ ହୋଇଥିବା ବଜେଟଠାରୁ ଅଧିକ। ଏହି ତିନି ରାଜ୍ୟ ପାଇଁ ମୋଟ ୪୯,୧୦୩ କୋଟି ଟଙ୍କା ଅଟକଳ ହୋଇଥିଲା। 

ନାଗାଲାଣ୍ଡର ୨୦୨୩-୨୪ ବଜେଟ ୨୩,୦୮୬ କୋଟି, ମିଜୋରାମର ୧୪,୨୧୦ କୋଟି ଏବଂ ସିକ୍କିମ୍‌ର ୧୧,୮୦୭ କୋଟି ଟଙ୍କା ବ୍ୟୟ ଅଟକଳ କରିଥିଲା। ସାରା ଦେଶରେ ବିଧାନସଭା ତଥା କେନ୍ଦ୍ର ଶାସିତ ଅଞ୍ଚଳର ବିଧାୟକଙ୍କ ସ୍ୱ-ଶପଥ ପତ୍ର ବିଶ୍ଳେଷଣ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ବିଧାୟକମାନେ ଦାଖଲ କରିଥିବା ଆଫିଡେଭିଟରୁ ଏହି ତଥ୍ୟ ପ୍ରକାଶ ପାଇଛି।

Advertisment

ଏଥିରେ କୁହାଯାଇଛି ଯେ, ମୋଟ ୪,୦୩୩ ବିଧାୟକଙ୍କ ମଧ୍ୟରୁ ୨୮ଟି ରାଜ୍ୟ ବିଧାନସଭା ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୪,୦୦୧ ଜଣ ବିଧାୟକଙ୍କ ଆଫିଡେଭିଟକୁ ବିଶ୍ଳେଷଣ କରାଯାଇଛି। ଏଥିରେ ୮୪ଟି ରାଜନୈତିକ ଦଳ ଏବଂ ସ୍ୱାଧୀନ ବିଧାୟକ ଅଛନ୍ତି। 

Political News MLAs Property India MLAs Assets