Advertisment

୫ ବର୍ଷରେ ମନ୍ତ୍ରୀଙ୍କ ୭୭୨% ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୧୮୭% ବଢ଼ିଛି

ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ସତ୍ୟପାଠ ଜରିଆରେ ସେମାନଙ୍କ ସମ୍ପତ୍ତି ବିବରଣୀ ଦେଇଛନ୍ତି।

election

election

Advertisment

ମହାରାଷ୍ଟ୍ରର ବିଦାୟୀ ୨୭ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟଙ୍କ ଆର୍ଥିକ ସ୍ଥିତିରେ ମଧ୍ୟମଧରଣର ବୃଦ୍ଧି ଘଟିଛି। ତେବେ ଏମିତି କିଛି ମନ୍ତ୍ରୀ ଅଛନ୍ତି, ଯେଉଁମାନଙ୍କ ସମ୍ପତ୍ତି ବୃଦ୍ଧିର ହାର ସମସ୍ତଙ୍କୁ ଚକିତ କରିଛି।

Advertisment

ଏମାନଙ୍କ ମଧ୍ୟରେ ନିଜେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ରହିଛନ୍ତି। ଆଉ କିଛି ଦିନ ପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ସତ୍ୟପାଠ ଜରିଆରେ ସେମାନଙ୍କ ସମ୍ପତ୍ତି ବିବରଣୀ ଦେଇଛନ୍ତି।

୫ ବର୍ଷ ମଧ୍ୟରେ ଆଖି ଦୃଶିଆ ସମ୍ପତ୍ତି ବଢ଼ିଥିବା ମନ୍ତ୍ରୀମାନେ ଜମି ଓ ଫ୍ଲାଟ କିଣିଛନ୍ତି। ସିନ୍ଦେ ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାମ କରୁଥିବା ଆଦିତି ତଟକରେଙ୍କ ସମ୍ପତ୍ତି ସବୁଠାରୁ ଅଧିକ ବୃଦ୍ଧି ପାଇଛି। ୫ ବର୍ଷ ମଧ୍ୟରେ ସେ ଅଧିକ ୭୭୨% ସମ୍ପତ୍ତିର ମାଲିକ ହୋଇଯାଇଛନ୍ତି। ୨୦୧୯ରେ ତାଙ୍କ ସମ୍ପତ୍ତିର ପରିମାଣ ୩୯ ଲକ୍ଷ ଟଙ୍କା ଥିଲା। ହେଲେ ୨୦୨୪ ବେଳକୁ ଏହା ୩.୪ କୋଟି ଟଙ୍କାରେ ପହଞ୍ଚି ଯାଇଛି।

Advertisment

ପୂର୍ତ୍ତ ବିଭାଗ ମନ୍ତ୍ରୀ ରବୀନ୍ଦ୍ର ଚୌହାନଙ୍କ ସମ୍ପତ୍ତି ୧୧୭% ବୃଦ୍ଧି ପାଇଛି। ପୂର୍ବରୁ ସେ ୭ କୋଟି ଟଙ୍କାର ସମ୍ପତ୍ତି ରଖିଥିବା ବେଳେ ଏବେ ଏହା ୧୫.୫ କୋଟି ହୋଇଛି।

ମାଟି ଓ ଜଳ ସଂରକ୍ଷଣ ମନ୍ତ୍ରୀ ସଞ୍ଜୟ ରାଥୋଡଙ୍କ ପାଖରେ ୨୦୧୯ରେ ୫.୯ କୋଟି ଟଙ୍କାର ସମ୍ପତ୍ତି ଥିଲା। କିନ୍ତୁ ଏବେ ଏହା ୧୫.୯ କୋଟିରେ ପହଞ୍ଚିଛି। ଏହାର ଅର୍ଥ ତାଙ୍କ ସମ୍ପତ୍ତି ପରିମାଣ ୨୨୦% ବୃଦ୍ଧି ପାଇଛି।

ମହାରାଷ୍ଟ୍ରରେ କ୍ରୀଡ଼ା, ଯୁବ ବ୍ୟାପା ଓ ବନ୍ଦର ବିକାଶ ମନ୍ତ୍ରୀ ସଞ୍ଜୟ ବଂସୋଡେଙ୍କ ସମ୍ପତ୍ତିର ପରିମାଣ ୧୪୪% ବଢ଼ି ୫ କୋଟିରେ ପହଞ୍ଚିଛି।

କ୍ୟାବିନେଟର ମୁଖିଆ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସମ୍ପତ୍ତି ୫ ବର୍ଷରେ ୧୮୭% ବଢ଼ିଛି। ୨୦୧୯ରେ ସେ ଦେଇଥିବା ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ୭.୮୧ କୋଟି ଟଙ୍କାର ସମ୍ପତ୍ତି ରହିଥିଲା। ହେଲେ ୨୦୨୪ ସତ୍ୟପାଠରେ ତାଙ୍କ ସମ୍ପତ୍ତିର ପରିମାଣ ୨୨.୪ କୋଟି ରହିଛି।

ଅନ୍ୟପକ୍ଷରେ ମାହାୟୁତି ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାର ଓ ଦେବେନ୍ଦ୍ର ଫଡନାଭିସଙ୍କ ସମ୍ପତ୍ତିର ପରିମାଣ ଯଥାକ୍ରମରେ ୪୪% ଓ ୫୬% ବୃଦ୍ଧି ପାଇଛି। ଏକମାତ୍ର ମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ୫% ବର୍ଷ ମଧ୍ୟରେ ହ୍ରାସ ପାଇଛି। ସମ୍ପତ୍ତି ହ୍ରାସ ପାଇଥିବା ମନ୍ତ୍ରୀ ଜଣଙ୍କ ହେଲେ ମଙ୍ଗଲ ପ୍ରଭାତ ଲୋଧା। ବିଲ୍ଡରରୁ ରାଜନେତା ହୋଇଥିବା ଲୋଧାଙ୍କ ସମ୍ପତ୍ତି ୫ ବର୍ଷରେ ୧୧% ହ୍ରାସ ପାଇଛି।

Maharashtra Politics Maharashtra Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe