Advertisment

କାହା ଇଙ୍ଗିତରେ ଅରୁଣ,ଅଶୋକ ଓ ଶ୍ରୀମୟୀଙ୍କୁ କାଉଣ୍ଟର କଲେ ମନ୍ମଥ: ଔଦ୍ଧତ୍ୟ ନା ନିର୍ଦ୍ଦେଶ

ଦଳରେ ମାତ୍ର ୧୬ମାସ ହୋଇନଥିଲେ ମଧ୍ୟ ମନ୍ମଥ ଯେଭଳି ଢଙ୍ଗରେ ବିଜେଡିର ଏହି ବରିଷ୍ଠ ନେତାନେତ୍ରୀଙ୍କୁ ସମାଲୋଚନା ଓ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି ତାହା ତାଙ୍କର ଔଦ୍ଧତ୍ୟ ନା ସେ କାହା ନିର୍ଦ୍ଦେଶରେ ଏଭଳି ମନ୍ତବ୍ୟ ଦେଇଛନ୍ତି ତାକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି ।

author-image
Ordigital Desk
BJD

BJD

ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଓ ବୟାନବାଜି ଭିତରକୁ ଏଂଟ୍ରି ମାରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିକୁ ଡ଼ିଆଁ ମାରି ଭୁବନେଶ୍ୱର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ହୋଇଥିବା ମନ୍ମଥ ଆଜି ଗଣମାଧ୍ୟମକୁ ଆସି ଦଳର ବରିଷ୍ଠ ନେତା ତଥା ଅରୁଣ ସାହୁ, ଅଶୋକ ପଣ୍ଡା ଓ ଶ୍ରୀମୟୀ ମିଶ୍ରଙ୍କୁ କଟୂ ସମାଲୋଚନା କରିଛନ୍ତି ।

Advertisment

ଦଳରେ ମାତ୍ର ୧୬ମାସ ହୋଇନଥିଲେ ମଧ୍ୟ ମନ୍ମଥ ଯେଭଳି ଢଙ୍ଗରେ ବିଜେଡିର ଏହି ବରିଷ୍ଠ ନେତାନେତ୍ରୀଙ୍କୁ ସମାଲୋଚନା ଓ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି ତାହା ତାଙ୍କର ଔଦ୍ଧତ୍ୟ ନା ସେ କାହା ନିର୍ଦ୍ଦେଶରେ ଏଭଳି ମନ୍ତବ୍ୟ ଦେଇଛନ୍ତି ତାକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି ।

ଅରୁଣଙ୍କୁ କଲେ ସିଧାସଳଖ ଟାର୍ଗେଟ୍‌

ବରିଷ୍ଠ ନେତା ଅରୁଣ ସାହୁଙ୍କ ନାଁ ନନେଇ ମନ୍ମଥ କହିଛନ୍ତି ଯେ, ଆଉ କିଛି ନେତା ବି କିଛିକିଛି ମନ୍ତବ୍ୟ ଦେଇ ଦେଉଛନ୍ତି । ମଂଚର ବିଷୟ ଗୁରୁଦିବସ, କଥା କିନ୍ତୁ ଆଉ କ’ଣ । ଦଳର ଶୃଙ୍ଖଳାଗତ କମିଟି ଅଛି ସେଠାରେ କୁହନ୍ତୁ । ଯଦି ଆପଣଙ୍କ କଥା କେହି ଶୁଣୁନାହାନ୍ତି ଓ ତା’ହେଲେ ଉପରେ କୁହନ୍ତୁ । ଦଳରେ ଯାହା ସଙ୍ଗେ ବିଚାରାଧାରା ଅଛି ତାଙ୍କ ଆଗରେ କୁହନ୍ତୁ।

Advertisment

ସର୍ବୋପରି ତ ଜନସେବା କରିବା ମୂଳ ଉଦ୍ଦେଶ୍ୟ । ଯଦି ବିଜୁ ଜନତା ଦଳର ଟିମ୍ ସହ ଆପଣଙ୍କ ବିଚାରାଧାରା ବିଲକୁଲ୍ ମେଳ ଖାଉନି ତା’ହେଲେ ଅନ୍ୟ ଯେଉଁଠି କରୁଛି ରାଜନୀତିକ ବିଚାରଧାରା ମେଳ ଖାଉଛି ସେଠାରେ କରନ୍ତୁ । କାହାକୁ ଆକ୍ଷେପ କରିବା, ଅଭଦ୍ର ଓ ନିଚ୍ଚା ଦେଖାଇବା ଭଳି ମତମନ୍ତବ୍ୟ ଦେବା ଠିକ୍ । ନିଜର ହିଁ କ୍ଷତି ହେଉଛି ଓ ସମାଜରେ ତାଙ୍କୁ ଅସମ୍ମାନ ହେଉଛନ୍ତି ।

ଅଶୋକ ପଣ୍ଡାଙ୍କୁ ‘ରାସ୍ତାର ଅଭଦ୍ର ବ୍ୟକ୍ତି’ ସହ ତୁଳନା କଲେ

ସେହିପରି ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ପଣ୍ଡାଙ୍କୁ ସିଧାସଳଖ ଆକ୍ଷେପ କରି ମନ୍ମଥ କହିଛନ୍ତି ଯେ, “ ଅଶୋକ ପଣ୍ଡା ସେତେବେଳେ କ’ଣ ଦଳ ଚଳାଉଥିଲେ କି? ଦଳ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବୋଲି ଅଶୋକ ପଣ୍ଡାଙ୍କ ପାଖରେ କିଛି ଚିଠି ଅଛି କି । ଆନୁଷ୍ଠାନିକ ଘୋଷଣା କିଛି ହୋଇଥିଲା କି? ମନ୍ମଥ ଆଉ ଦୁଇପାଦ ଆଗକୁ ଯାଇ ଅଶୋକଙ୍କୁ ‘ରାସ୍ତାରେ ଥିବା ଅଭଦ୍ର ବ୍ୟକ୍ତିଙ୍କ’ ସହ ତୁଳନା କରି କହିଥିଲେ ଯେ, ଅଭଦ୍ର ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରିବେ ନା ନା ସଭ୍ୟ ଦଳର ଚିଠିରେ ବିଶ୍ୱାସ କରିବେ । ତେଣୁ ଯିଏ ଯାହା କହିଦେବ ତାହା କ’ଣ ହୋଇଯିବ କି ବୋଲି ମନ୍ମଥ ଓଲଟା ପ୍ରଶ୍ନ କରିଥିଲେ ।

ଶ୍ରୀମୟୀ ଦଳରେ ଅଛନ୍ତି କି ନାହିଁ କଲେ ପ୍ରଶ୍ନ

ସେହିପରି ବିଜେଡିର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ନାଁ ନନେଇ ତାଙ୍କୁ ସମାଲୋଚନା କରି ମନ୍ମଥ କହିଛନ୍ତି ଯେ, “ ଯେତେବେଳେ ଅନୁକୂଳ ସମୟ ଥିଲା ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ପିତାଙ୍କଠୁ ବଡ଼ ବୋଲି କହୁଥିଲେ । ମହିଳାଙ୍କୁ ନବୀନ ପଟ୍ଟନାୟକ କେତେ ଭଲ ପାଆନ୍ତି ଓ ଝିଅ ଭଳି ଦେଖନ୍ତି ବୋଲି ସେ କହୁଥିଲେ । ମାତ୍ର ଯେତେବେଳେ ପ୍ରତିକୂଳ ସମୟ ଆସିଲା ସେ ତାଙ୍କର ନିଜର କିଛି ସ୍ୱାର୍ଥ ଓ ଲକ୍ଷ୍ୟ ପାଇଁ ହେଉ ନିଜର ଅସଲ ଚିତ୍ର ପଦାକୁ ଆଣିଛନ୍ତି । ଦଳର ଅନୁକୂଳ ସମୟବେଳେ ତାଙ୍କୁ ମହିଳା ସମବାୟ ନିଗମ ଅଧ୍ୟକ୍ଷା, ଓଟିଡିସି ଅଧ୍ୟକ୍ଷା, ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଭଳି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମଧ୍ୟ ଦେଇଥିଲା, ସେତେବେଳେ ତ ଜନ ହସୁନଥିଲେ । ଏବେ ଦଳର ପ୍ରତିକୂଳ ସମୟରେ ଧୃତରାଷ୍ଟ୍ର, ଦୁର୍ଯ୍ୟୋଧନ ଭଳି ଶବ୍ଦ ଲଗାଉଛନ୍ତି ବୁଲେଇକି କହୁଛନ୍ତି ।

ରାମାୟଣ ଓ ମହାଭାରତ ଆମ ପାଇଁ ସବୁକିଛି ଜୀବନରେ । ସେଥିରେ କିଏ ନକରାତ୍ମକ ଚରିତ୍ରରେ ଥିଲେ ସେମାନଙ୍କ ସହ ତୁଳନା କରି ସିଧାସଳଖ ଟାର୍ଗେଟ୍ କରୁଛନ୍ତି । ଏମିତି ବୁଲେଇ ବଙ୍କେଇ ନକରି ସିଧାସଳଖ ନାଁ ନେଇ କରନ୍ତୁ । କାହାକୁ ଆକ୍ଷେପ କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ । ଦଳରେ ଗୋଟିଏ ଭଲ ଶୃଙ୍ଖଳା କମିଟି ଅଛି । ସେଠାରେ ନିଜର ମତ ରଖନ୍ତୁ। ସେ ଏବେବି ଦଳର ମୁଖପାତ୍ର, ଦଳ ସାଧାରଣ ସମ୍ପାଦକ ଓ ମହିଳା ବ୍ୟାପାରର ସାଧାରଣ ସମ୍ପାଦକ ଅଛନ୍ତି ।

ଦଳର ସବୁଠୁ ବଡ଼ବଡ଼ ମଂଚରେ ଶ୍ରୀମୟୀଙ୍କର ଉପସ୍ଥିତି ଥିଲା । ତାଙ୍କୁ ନେତ୍ରୀ କରିବାରେ ଦଳ ସବୁପ୍ରକାର ସହଯୋଗ ଥିଲା । ତାଙ୍କୁ ବହୁତ ପ୍ରାଥମିକତା ଦିଆଯାଇଛି । ଏବେବି ତାଙ୍କୁ ବହୁ ପଦବୀ ଦିଆଯାଇଛି ଓ ସେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ତୁଲାଇବେ ବୋଲି ଆଶା କରାଯାଉଛି ବୋଲି ମନ୍ମଥ କହିଛନ୍ତି । ମାତ୍ର ଏହି କଥା କହିବାବେଳେ ମନ୍ମଥ ନିଜ କଥାକୁ ନିଜେ ଢ଼ୋକି ସେ ମହିଳା ଏବେ ଦଳରେ ଅଛନ୍ତି କି ନାହାନ୍ତି ସେ ଜାଣନ୍ତି ନାହିଁ ବୋଲି କଟାକ୍ଷ କରିଛନ୍ତି ।

Odisha BjD