Advertisment

‘ବ୍ଲାକମେଲ୍‌ କରୁଛନ୍ତି ସୌମ୍ୟ ବାବୁ; ଲକ୍ଷ୍ୟରେ ପହଞ୍ଚି ପାରିବେନି’

ଅରୁଣ ଓ ଅତନୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି,ସେମାନଙ୍କ ପାଖରେ ଶବ୍ଦର ଅଭାବ ରହିଛି। ତେଣୁ ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି। ସେମାନଙ୍କ କଥାର ଉତ୍ତର ଦେଇ ତାଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି।

ଅଦ୍ୟତନ ହୋଇଛି
Atanu sabyasachi

Atanu sabyasachi

Advertisment

ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡିର ବ୍ୟଥା ବଢ଼ାଉଥିବା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଗତକାଲି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ ସୌମ୍ୟଙ୍କୁ କଟାକ୍ଷ କରିଥିବା ବେଳେ ଆଜି ପୁଣି ଟାର୍ଗେଟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

Advertisment

ସେ କହିଛନ୍ତି, ସୌମ୍ୟ ବାବୁ କ’ଣ, ସେ କ’ଣ କରିଛନ୍ତି ତାଙ୍କ ରାଜନୀତି ଇତିହାସରୁ ଜଣାଡ଼ିବ। ସୌମ୍ୟ ବାବୁ କେତେ ଥର ଦଳ ପରିବର୍ତ୍ତନ କରିଛନ୍ତି, କେଉଁ ଦଳରୁ କେଉଁଠିକି ଆସିଛନ୍ତି, ଏଠି ବର୍ତ୍ତମାନ କେତେ ନମ୍ବରରେ ପହଞ୍ଚିଗଲେଣି, ଆଗାମୀ ଦିନରେ କୁଆଡ଼କୁ ଯିବେ ସେ ସପକ୍ଷରେ ଆପଣମାନେ ଜାଣିଥିବେ। 

ସେ ଆହୁରି କହିଛନ୍ତି, ସୌମ୍ୟ ଦଳରେ ରହି ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି। ସେ କେବେ ତାଙ୍କ ଲକ୍ଷ୍ୟରେ ପହଞ୍ଚି ପାରିବେନି। ବିଗତ ଦିନମାନଙ୍କରେ ସୌମ୍ୟ ବାବୁ ବିଭିନ୍ନ ସ୍ତରରେ ବ୍ଲାକମେଲ୍‌ କରିଥିଲେ, ଆଜି ମଧ୍ୟ ସେ ବ୍ଲାକମେଲିଂକୁ ଆୟୁଧ କରୁଛନ୍ତି। ବ୍ଲାକମେଲ କଲେ ବିଜୁ ଜନତା ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି। ସୌମ୍ୟବାବୁ କ’ଣ ଓଡ଼ିଶାବାସୀ ଜାଣିଛନ୍ତି?

Advertisment

ଅତୁନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ସୌମ୍ୟ ବାବୁ ନିଜ ସଂପାଦକୀୟରେ ବାରମ୍ବାର ଲେଖୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା। ଲୋକଙ୍କ ଅଭିଯୋଗ ଆଣିଲା। ଲୋକଙ୍କ ଅଭିଯୋଗର ସମାଧାନ ହେଲା। ଏଥିରେ କ‘ଣ ଭୁଲ ରହିଲା, ମୁଁ ବୁଝିପାରୁନାହିଁ। ସୌମ୍ୟବାବୁଙ୍କର କ’ଣ ଅସୁବିଧା ହୋଇଗଲା? ମୁଁ ଜାଣିପାରୁ ନାହିଁ। ସେ ଲୋକଙ୍କୁ ପଚାରନ୍ତୁ ଲୋକେ କ’ଣ କହୁଛନ୍ତି?

ସୌମ୍ୟ ବାବୁ ଯେଉଁ ମନ୍ତବ୍ୟ ଲେଖୁଛନ୍ତି ଯାହା କହୁଛନ୍ତି ତାକୁ ଆମେ ବିରୋଧ କରୁଛୁ। ସୌମ୍ୟ ଏପରି କରିବା ଆଦୌ ଠିକ୍ ନୁହେଁ। ସାଧାରଣ ଜନତା ମଧ୍ୟ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପଲଟିକାଲ ବୟାନବାଜିର ଉତ୍ତର ଦେଇପାରିବନି। ମୋ ମତରେ ପଥରକୁ ଢେଲା ମାରିଲେ ସେହି ପଥର ପୁଣି ବୁଲି ତାର ଉପରେ ପଡ଼େ। ସେଇଆ ହିଁ ପ୍ରତିଫଳନ ହେବ। ବ୍ଲାକ୍ ମେଲିଂ କରିବା ଓ ରାଜନୈତିକ ସଂର୍କୀଣ୍ଣତାକୁ ନେଇ ଚାଲିବା ଆଦୌ ଠିକ୍ ନୁହେଁ। ଦଳର ସଭାପତି ଅଛନ୍ତି, ସେ ଠିକଣା ସମୟରେ କ’ଣ ନିଷ୍ପତ୍ତି ନେବେ। ଦଳର ସାଧାରଣ ସୈନିକ ହିସାବରେ ମୋର ବ୍ୟକ୍ତିଗତ ମତାମତ ଏଇଆ ରହିବ ବୋଲି ଅତୁନ କହିଛନ୍ତି। ଅତୁନଙ୍କ ମନ୍ତବ୍ୟ ଉପରେ  ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନି।

ଅନ୍ୟପକ୍ଷରେ ଅରୁଣ ଓ ଅତନୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ସେମାନଙ୍କ ପାଖରେ ଶବ୍ଦର ଅଭାବ ରହିଛି। ତେଣୁ ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି। ସେମାନଙ୍କ କଥାର ଉତ୍ତର ଦେଇ ତାଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି। ସେମାନେ ଏସବୁ କଥା ମନରୁ କହୁଥିବା ମଧ୍ୟ ବିଶ୍ୱାସ ହେଉନି। ଏସବୁ କହିବାକୁ ତାଙ୍କ ଉପରେ କୌଣସି ବ୍ୟକ୍ତିଙ୍କ ଚାପ ପଡୁଛି। ସେମାନେ କହିବାକୁ ବାଧ୍ୟ ହେଉଛନ୍ତି, ନହେଲେ ପେଟପାଟଣା ବୁଡ଼ିଯିବ। ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ, ଆଉ ଥରେ ହରାଇ ପାରନ୍ତି। ଜଣେ ମନ୍ତ୍ରୀ ପଦ ହରାଇ, ପୁଣି ସେହି ମନ୍ତ୍ରୀ ପଦ କଥା କହିଲେ। ଏ ନେତା ଏତେ ଅସହାୟ ଯେ, ଯାହା ଉପରୁ କୁହାଯାଉଛି, ସେୟା କହୁଛନ୍ତି। ବିଜେଡି ଲୋକ ଜାଣିଛନ୍ତି ଦଳର ସ୍ୱାର୍ଥ ପାଇଁ କ’ଣ ହେବା ଦରକାର। ଦଳର ସ୍ୱାର୍ଥ ପାଇଁ କହୁଛି, କାହା ମନକୁ ନପାଇଲା କିଛି କହିବାର ନାହିଁ। ମୁଁ ବିଜେଡିର ସ୍ୱାର୍ଥ ଓ ଓଡ଼ିଶାର ସ୍ୱାର୍ଥ ପାଇଁ କହୁଛି।

BjD Soumya Ranjan Patnaik Atanu Sabyasachi Nayak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe