Advertisment

ବିଜେଡି ଛାଡ଼ିଲେ ଆଠମଲ୍ଲିକ ବିଧାୟକ

ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
Ramesh Chandra Sai

Ramesh Chandra Sai

Advertisment

ବିଜେଡିରୁ ଆଜି ଇସ୍ତଫା ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି।

Advertisment

ଶ୍ରୀ ସାଏ ତାଙ୍କ ଇସ୍ତଫାପତ୍ରରେ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଆପଣଙ୍କ ସହିତ ମିଶି କାମ କରିବା ଏକ ସମ୍ମାନର କଥା। ଏହି ସମୟରେ ମୁଁ ବହୁତ କିଛି ଶିଖିଛି। ତେବେ ବ୍ୟକ୍ତିଗତ କାରଣ ଯୋଗୁ ମୁଁ ଏବେ ଦଳରେ ରହିପାରୁ ନାହିଁ। ତେଣୁ ମୁଁ ଦଳର ପ୍ରାଥମକି ସଦସ୍ୟ ପଦରୁ ଇସ୍ତଫା ଦେଉଛି।

ବିଜେଡି ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ୨୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରେ ରମେଶ ଚନ୍ଦ୍ର ସାଏଙ୍କ ନାମ ନଥିଲା। ଏଥର ଦଳ ଆଠମଲ୍ଲିକ ଆସନରୁ ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। 

Advertisment

ନଳିନୀକାନ୍ତ ପ୍ରଧାନ ୨୦୧୯ରେ ବିଜେଡି ଟିକେଟରେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ନୀତେଶ ଗଙ୍ଗଦେବଙ୍କଠାରୁ ପରାସ୍ତ ହୋଇଥିଲେ। ଗତ ଥର ପରାସ୍ତ ହୋଇଥିବା ସତ୍ତ୍ୱେ ଦଳ ତାଙ୍କୁ ଆଠମଲ୍ଲିକ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ଗତ ଥର ନିର୍ବାଚନ ଜିତି ସୁଦ୍ଧା ଏଥର ଟିକେଟରୁ ବଞ୍ଚିତ ହୋଇଥିବାରୁ ମନଊଣା କରି ଶ୍ରୀ ସାଏ ଇସ୍ତଫା ଦେଇଥିବା କୁହାଯାଉଛି। ଗତ ଥର ଏହି ଆସନରେ ସେ ବିଜେପିର ଭାଗିରଥୀ ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। 

BjD 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe